ଓଡିଶା
ହୁତୁ ହୁତୁ ହୋଇ ଜଳିଗଲା ଟାୟାର ଗୋଦାମ, ପ୍ରାୟ ୫ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଯାଜପୁର : ଭୟାବହ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳିଗଲା ଟାୟାର ଗୋଦାମ । ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଗତକାଲି ରାତିରେ ଚଣ୍ଡିଖୋଲ ଛକ ନିକଟରେ ଥିବା ଟାୟାର ଗୋଦାମରେ ପୁରୁଣା ଓ ନୂଆ ଟାୟାର ରହିଥିବା ବେଳେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା ।
ଖବର ପାଇ ଚଣ୍ଡିଖୋଲ ଓ ରସୁଲପୁର ଅଗ୍ନିଶମ ବାହିନୀ ପହଞ୍ଚି ଆୟତ କରିଥିଲା । ହେଲେ ନିଆଁର ପ୍ରକୋପ ଏତେ ଥିଲା ଯେ, ଆୟତ କରିବାକୁ ଅଗ୍ନିଶମ ବାହିନୀକୁ ପ୍ରାୟ ୫ ଘଣ୍ଟା ପରିଶ୍ରମ କରିବାକୁ ପଡିଥିଲା ।
ହେଲେ ସେତେବେଳକୁ ଟାୟାର ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ହେଲେ ଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ଥିବା ଟ୍ରକ ଗୁଡ଼ିକ ଅଳ୍ପକେ ନିଆଁ କବଳରୁ ବର୍ତ୍ତିଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।