ଜୀବନଶୈଳୀ

ଯଦି କଞ୍ଚା ଲଙ୍କା ଖାଉଛନ୍ତି ତେବେ ନିଶ୍ଚିନ୍ତ ଦେଖନ୍ତୁ!

ଆମେ ସବୁବେଳେ ଭାବିଥାଉ କି ରାଗ ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । କାରଣ ରାଗ ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ଆମକୁ ଲାଗିଥାଏ କି ଆମର ପେଟ ଖରାପ ହୋଇପାରେ । ଏବଂ ଆମ ଶରୀରକୁ ବହୁତ ପ୍ରକାରର ଅସୁବିଧା ମଧ୍ୟ ହୋଇପାରେ । କିନ୍ତୁ ଏହି ଭଳି ଏକ ରାଗ ଯୁକ୍ତ ଖାଦ୍ୟ ରହିଛି ଯାହା ଆମ ଶରୀର କୁ ହାନି ନୁହେଁ ବରଂ ଲାଭ ଦେଇଥାଏ । ସେହି ରାଗ ଯୁକ୍ତ ଜିନିଷ ଟି ହେଉଛି କଞ୍ଚା ଲଙ୍କା । ଆଜି ଆମେ ଆଲୋଚନା କରିବା କଞ୍ଚା ଲଙ୍କା ଖାଲି ପେଟରେ ଖାଇବା ଦ୍ଵାରା ବା ଖାଦ୍ୟ ସହ ଖାଇବା ଦ୍ଵାରା ଆପଣଙ୍କୁ କେଉଁ କେଉଁ ଲାଭ ମିଳିବ ଏବଂ ଶରୀର ରୁ କେଉଁ ରୋଗ ସବୁ ଦୂରେଇ ଯିବ ସେହି ବିଷୟରେ ଆଲୋଚନା କରିବା । ଯଦି ଆପଣ ଖାଲି ପେଟରେ କଞ୍ଚା ଲଙ୍କାର ସେବନ କରୁଥାନ୍ତି ତେବେ ଏହା ଦ୍ଵାରା ଆପଣ ଅନେକ ରୋଗରୁ ମୁକ୍ତି ପାଇ ପାରିବେ ।

କଞ୍ଚା ଲଙ୍କାକୁ ଖାଲି ପେଟରେ ଖାଇଲେ କିମ୍ବା ଖାଦ୍ୟ ସହ ମିଶାଇ ଖାଇବ ଦ୍ଵାରା ଶରୀରକୁ ବହୁତ ମାତ୍ରା ର ପୋଷ୍ଟିକ ତତ୍ଵ ମିଳିଥାଏ । ଯେଉଁଥିରେ ଭିଟାମିନ-A, ଭିଟାମିନ-B, ଭିଟାମିନ-C, ଆୟରନ, କପର, ପୋଟାସିୟମ, ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ ଭଳି ଅନେକ ତତ୍ତ୍ଵ ମଧ୍ୟ ଏହି କଞ୍ଚା ଲଙ୍କାରେ ମିଳିଥାଏ । ଏହି ତତ୍ତ୍ଵ ଯୋଗୁଁ ଆମ ଶରୀର ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ ।

୧) କଞ୍ଚା ଲଙ୍କା କ୍ୟାନସର ଭଳି ରୋଗ ସହିତ ଲଢିବା ପାଇଁ ବହୁତ ସାହାଯ୍ୟ କରିଥାଏ । ଏହି କଞ୍ଚା ଲଙ୍କା ଆମ ଶରୀରରେ ହେଉଥିବା କ୍ୟାନ୍ସର ସେଲ ମାନଙ୍କର ବୃଦ୍ଧିକୁ ଅଟକାଇ ଦେଇଥାଏ ।

୨) ଆମ ତ୍ଵଚାକୁ ସର୍ବଦା ଆକର୍ଷିତ କରାଇଥାଏ ଏହି କଞ୍ଚା ଲଙ୍କା । ଏହି କଞ୍ଚା ଲଙ୍କା ଭିତରର ସବୁ ଗୁଣ ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ । ଯେଉଁମାନେ ରାଗ ଯୁକ୍ତ ଖାଦ୍ୟ ଖାଇଥାନ୍ତି ସେମାନଙ୍କ ଶରୀର ଉପରେ କୌଣସି ଦାଗ ଦେଖାଯାଏ ନାହିଁ ।.

କାରଣ ଏହି କଞ୍ଚା ଲଙ୍କା ଆଣ୍ଟି ଏଜିଙ୍ଗ ଅଟେ । ତେଣୁ ଆମ ଚେହେରା ରେ ଆସୁଥିବା ସମସ୍ତ ଦାଗ ଠାରୁ ଏହା ଦୂରେଇ ଦେଇଥାଏ । ଏହି କଞ୍ଚା ଲଙ୍କା ଖାଦ୍ୟ ସହ ମିଶାଇ ଖାଇବା ଦ୍ଵାରା ଏହା ଆପଣଙ୍କ ମୁଡ କୁ ସର୍ବଦା ଆକ୍ଟିଭ ରଖିଥାଏ ।

ଏହି କଞ୍ଚା ଲଙ୍କାରେ ବହୁତ ପରିମାଣର ଆୟରନ ମଧ୍ୟ ଲୁଚି ରହିଥାଏ । ଯଦି ଆପଣଙ୍କ ଶରୀର ରେ ରକ୍ତ କଣିକାର ମାତ୍ରା କମ ରହିଛି ତେବେ ଆପଣ ରକ୍ତ ର ଅଭାବ ଠାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଖାଦ୍ୟ ରେ କଞ୍ଚା ଲଙ୍କା ଖାଆନ୍ତୁ । ଏହା ଦ୍ଵାରା ଆପଣଙ୍କୁ ପର୍ଯ୍ୟାପ୍ତ ମାତ୍ରା ରେ ଆୟରନ ମିଳିବ ଏବଂ ଆପଣଙ୍କ ଶରୀର ରେ ରହିଥିବା ରକ୍ତ ର ଅଭାବ କୁ ନିହାତି ଦୂରେଇ ଦବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button