ଜୀବନଶୈଳୀ

ଏହିଦିନ କେଶ ଧୋଇବା ହୋଇଥାଏ ଶୁଭ, ଦେବୀ ଲକ୍ଷ୍ମୀ କରାଇ ଥାଆନ୍ତି ଧନବର୍ଷା।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଜ୍ୟୋତିଷ ଶାସ୍ତ୍ରରେ ଧନର ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ କରିବା ପାଇଁ ଅନେକ ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ଦେବୀ ଲକ୍ଷ୍ମୀଙ୍କର କୃପା ପଡ଼ିଥିବା ବ୍ୟକ୍ତିକୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥାଏ ଏବଂ ଘର ଧନଧାନ୍ୟରେ ପରିପୂର୍ଣ ହୋଇଯାଏ। କିନ୍ତୁ ଦେବୀ ଲକ୍ଷ୍ମୀ ରୁଷ୍ଟ ହୋଇଗଲେ, କଠିନ ସମୟ ଆରମ୍ଭ ହୋଇଯାଏ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ମହିଳା ମାନଙ୍କୁ କେଉଁ ଖାସ ନିୟମ ପାଳନ କରିବା ଆବଶ୍ୟକ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମହିଳା ଅଥବା ପୁରୁଷ ଲୋକଙ୍କୁ କେଶ ଧୋଇବା ପାଇଁ ଏକ ନିର୍ଦ୍ଧିଷ୍ଟ ଦିନ ରଖିବା ଆବଶ୍ୟକ। ଶୁକ୍ରବାର ଦିନକୁ ଦେବୀ ଲକ୍ଷ୍ମୀଙ୍କର ଦିନ ବୋଲି କୁହାଯାଇଛି। ଏହିଦିନ ବ୍ୟକ୍ତି ନିଜ କେଶକୁ ଧୋଇ ପାରିବେ। ଆହୁରି ମଧ୍ୟ କୁହାଯାଇଛି କି, ଯଦି କୌଣସି ମହିଳା ପୁତ୍ର ସନ୍ତାନ ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତାହେଲେ ପ୍ରତ୍ୟେକ ଶୁକ୍ରବାର ଦିନ କେଶ ଧୁଅନ୍ତୁ। ଶୁକ୍ରବାର ଦିନ କେଶ କାଟିବା ମଧ୍ୟ ଶୁଭ ମାନା ଯାଇଛି।

କେଶ ଧୋଇବାର କିଛି ଖାସ ନିୟମ :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅବିବାହିତ କନ୍ୟା ମାନଙ୍କୁ ଭୁଲରେ ମଧ୍ୟ ବୁଧବାର ଦିନ କେଶ ଧୋଇବା ଉଚିତ ନୁହେଁ। ଆହୁରି ମଧ୍ୟ କୁହାଯାଏ କି, ଯେଉଁ ମହିଳା ମାନଙ୍କର ସାନ ଭାଇ ଥାଆନ୍ତି, ସେମାନଙ୍କୁ କେବେବି ବୁଧବାର ଦିନ କେଶ ଧୋଇବା ଉଚିତ ନୁହେଁ। ଧାର୍ମିକ ମାନ୍ୟତା ଅନୁସାରେ ଯେଉଁମାନେ ବୁଧବାର ଦିନ କେଶ ଧୋଇ ଥାଆନ୍ତି, ସେମାନଙ୍କୁ ଅନେକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ତେଣୁ ଭୁଲରେ ମଧ୍ୟ ବୁଧବାର ଦିନ କେଶ ଧୋଇବା ଉଚିତ ନୁହେଁ।

ଶୁଭ ଦିନରେ କାଟନ୍ତୁ ନାହିଁ କେଶ :-

କେବେବି କୌଣସି ଶୁଭ ମୁହୂର୍ତ୍ତରେ କେବେବି କେଶ କାଟିବା ବା ଧୋଇବା ଉଚିତ ନୁହେଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ଶୁଭ ମୁହୂର୍ତ୍ତ ଅର୍ଥାତ୍ ଏକାଦଶୀ, ପୂର୍ଣ୍ଣିମା, ଅମାବାସ୍ୟା ଆଦିରେ କେଶ ଧୋଇବା ଉଚିତ ନୁହେଁ। ଆହୁରି ମଧ୍ୟ କୁହାଯାଇଛି କି, ବ୍ରତ ରଖିବାର ପୂର୍ବଦିନ ମୁଣ୍ଡ ଧୋଇ ସଫା କରି ନେବେ ଏବଂ କଞ୍ଚା କ୍ଷୀର ନେଇ କେଶ ଧୋଇ ପାରିବେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଇଛି କି, ଗୁରୁବାର ଦିନ ଉଭୟ ପୁରୁଷ ଓ ମହିଳା ମାନେ କେଶ ଧୋଇବାରୁ ବଞ୍ଚିତ ହୁଅନ୍ତୁ, ନଚେତ ଆର୍ଥିକ ମାନ୍ଦାବସ୍ଥା ଭୋଗିବାକୁ ପଡିପାରେ। ଶନିବାର ହେଉଛି ଭଗବାନ ଶନିଙ୍କୁ ସମର୍ପିତ ଅଟେ। ତେଣୁ ଏହିଦିନ କେଶରେ ତେଲ ଲଗାଇବା ବା କେଶ ଧୋଇବା ଉଚିତ ନୁହେଁ। ନଚେତ ଅଶୁଭ ପରିଣାମ ଭୋଗିବାକୁ ପଡିପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button