ସ୍ୱାସ୍ଥ୍ୟ

କି-ଡ-ନୀ ଖରାପ ହେବା ଆଗରୁ ଶରୀରରେ ଦେଖିବାକୁ ମିଳେ ଏହି ଗୁରୁତ୍ୱପୂର୍ଣ୍ଣ ସଂକେତ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି କିଡନୀ ଆମ ଶରୀରର ଏକ ବହୁତ ଗୁରୁତ୍ବପୁର୍ଣ ଅଙ୍ଗ ଅଟେ। ଏବଂ ଏହାର ଯତ୍ନ ନେବା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ ଅଟେ। କାରଣ ଯେ ପର୍ଯ୍ୟନ୍ତ କିଡନୀ ବହୁତ ଖରାପ୍ ହୋଇ ନଥାଏ ସେ ପର୍ଯ୍ୟନ୍ତ ଏହି କିଡନୀ ରୋଗ ବିଷୟରେ ଜଣା ପଡ଼ି ନଥାଏ। ଏହି କିଡନୀ ରୋଗ ଜନିତ ହଜାର ହଜାର ଲୋକ ମାନଙ୍କ ମୃ-ତ୍ୟୁ ହେବା ସହ ଏଥି ପାଇଁ ଲକ୍ଷ ଲକ୍ଷ ଲୋକ ମାନେ ମଧ୍ୟ ଚିକିତ୍ସିତ ହେଉଛନ୍ତି।
ହେଲେ ଏବେ ଆମେ ଏଭଳି କିଛି ପାଞ୍ଚ ଟି ଲକ୍ଷଣ ସମ୍ପର୍କ ରେ କହିବାକୁ ଯାଉଛୁ ଯାହାକୁ ଜାଣି ଆପଣ ମାନେ ତାହାର ଚିକିତ୍ସା କରି ପାରିବେ। ପ୍ରଥମେ ତ ଆପଣଙ୍କୁ ବହୁତ ଥକା ଲାଗିବ। ଏଥି ଯୋଗୁଁ ଆପଣଙ୍କ କୌଣସି କାମରେ ମଧ୍ୟ ବିଲକୁଲ ବି ମନ ଲାଗି ନଥାଏ। ଧୀରେ ଧୀରେ ଆଇରନ ମଧ୍ୟ କମିଯାଇ ଥାଏ ଏଥି ପାଇଁ ଆପଣଙ୍କୁ ଏନିମିଆ ହେବାର ସମ୍ଭାବନା ମଧ୍ଯ ଥାଏ।
ଆପଣଙ୍କ କିଡନୀ ଯଦି ଖରାପ୍ ଥିବ ତେବେ ପରିସ୍ରାର ରଙ୍ଗ ପରିବର୍ତନ ହେବାର ଦେଖିବାକୁ ମିଳିବ। ଏବଂ ଏହି ପରିସ୍ରାର ରଙ୍ଗ ଗାଢ଼ ହଳଦିଆ ହୋଇ ଯାଏ। ଏଥି ସହ ପରିସ୍ରା କରିବାର ମାତ୍ରାରେ ମଧ୍ୟ ପରିବର୍ତ୍ତନ ଘଟି ଥାଏ । ହୁଏତ ଏହା ପୂର୍ବ ଅପେକ୍ଷା ଜୋରେ ହବ ନଚେତ୍ କମ୍ ହେବ। ଏହାପରେ ଅଣ୍ଟାରେ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଏହି ଅଣ୍ଟା ଯନ୍ତ୍ରଣା ମଧ୍ୟ ଖୁବ୍ ଜୋରେ ହୋଇ ଥାଏ।
ଆପଣଙ୍କ କିଡନୀ ଯଦି ଖରାପ୍ ଥାଏ ତେବେ ଆପଣଙ୍କ ଶରୀରରେ ବିଭିନ୍ନ ସ୍ଥାନ ଏଭଳି ଭାବରେ କୁଣ୍ଡାଇ ହେବ କି ସେ ସବୁ ସ୍ଥାନ ଗୁଡ଼ିକ ଲାଲ୍ ମଧ୍ୟ ପଡ଼ିଯିବ। କିଡନୀ ଖରାପ୍ ଯୋଗୁଁ ଆମ ଶରୀରରେ ପ୍ରୋଟିନ ର ମାତ୍ରା କମି ଯାଇଥାଏ। ସୋଡ଼ିୟମ ର ମାତ୍ରା ମଧ୍ଯ କମି ଯାଇଥାଏ। ଏହି କାରଣ ଯୋଗୁଁ ପାଦ , ଗୋଇଠୀ ,ଗୋଡ଼ ମଧ୍ୟ ଫୁଲି ଯାଇଥାଏ। ଯଦି ଆପଣଙ୍କୁ ଏଭଳି ଲକ୍ଷଣ ଦେଖା ଯାଉଛି ତେବେ ତୁରନ୍ତ ଯାଇ ଚିକିତ୍ସା କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button