ଜୀବନଶୈଳୀ

କଳା ତୁଳସୀର ଫାଇଦା ଜାଣିନଥିଲେ ଏବେ ହିଁ ଜାଣି ନିଅନ୍ତୁ…ଔଷଧୀୟ ଗୁଣରେ ଭରପୁର…

ଆମ ଦେଶରେ ଅନେକ ପ୍ରକାର ଗଛପତ୍ର ଦେଖିବାକୁ ମିଳେ । ହେଲେ ସେଥି ମଧ୍ୟରୁ କିଛି ଗଛ ବା ପତ୍ର ଆମ ପୂଜାରେ କାମରେ ଲାଗିଥାଏ । ହିନ୍ଦୁ ଧର୍ମରେ କିଛି ବିଶେଷ ବୃକ୍ଷର ବଡ ମହତ୍ଵ ଅଛି । ଏହି ବୃକ୍ଷ ମାନଙ୍କୁ ଅତ୍ୟନ୍ତ ଶୁଭ ଓ ପବିତ୍ର ମାନାଯାଇ ତାଙ୍କର ପୂଜାରେ ବ୍ୟବହାର କରାଯାଏ । ଏମିତି ହିଁ କିଛି ବିଶେଷ ବୃକ୍ଷର ପତ୍ର ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କର ପ୍ରିୟ ଅଟେ ।

ଭଗବାନଙ୍କୁ ଯେବେ ଭୋଗ କି ଜଳ ଅର୍ପଣ କରୁ ସେଥିରେ ଗୋଟେ ତୁଲସୀ ପତ୍ର ନିଶ୍ଚୟ ଦିଆଯାଇଥାଏ । ତୁଳସୀ ପତ୍ର ଖାଇଲେ ବଡ ବଡ ରୋଗବେମାରୀ ଶରୀରର ପାଖ ମାଡିପାରିନଥାଏ । ତୁଳସୀ ପତ୍ରକୁ ସନ୍ଧ୍ୟା ପରେ ତୋଳନ୍ତି ନାହିଁ । ତେବେ ସେଥିମଧ୍ୟରେ କଳା ତୁଳସୀ ବହୁତ ଲାଭକାରୀ ବୃକ୍ଷ ହୋଇଥାଏ ।  ପ୍ରାୟତଃ ସବୁ ହିନ୍ଦୁ ମାନଙ୍କ ଘରେ ତୁଳସୀ ଗଛ ରହିବା ସହ ପ୍ରତିଦିନ ତାହାର ପୂଜା ମଧ୍ୟ କରାଯାଇଥାଏ । କୌଣସି ପ୍ରକାର ପେଟ ଜନିତ ଅସୁବିଧା ଥିଲେ ତୁଳସୀ ପତ୍ର ବ୍ୟବହାର କରାଯାଇଥାଏ ।

କଳା ତୁଳସୀକୁ ଆପଣ କୌଣସି ପ୍ରକାର ପୋକ କାମୁଡା ବା ବିଛା କାମୁଡା ରେ ମଧ୍ୟ ବାଟି ଲଗାଇଲେ ତାହାର ଦରଜ କମି ଯାଇଥାଏ ଏବଂ ଆପଣଙ୍କୁ ଆରାମ ମିଳିଥାଏ । ତେବେ କଳା ତୁଳସୀ ଅଧିକ ଭଲ କାମ କରିଥାଏ ଏବଂ ଲୋକଙ୍କୁ ଶୀଘ୍ର ଆରାମ ମଧ୍ୟ ସେଥିରୁ ମିଳିପାରିଥାଏ । ଯେଉଁ ଲୋକଙ୍କର ପରିସ୍ରା ସମ୍ବଦ୍ଧିତ କୌଣସି ସମସ୍ଯା ରହିଥାଏ । ସେମାନେ କଳା ତୁଳସୀ ପତ୍ରର ରସ ବାହାର କରି ସେହି ରସରେ ମିଶ୍ରୀ ମିଶାଇ ଖାଆନ୍ତୁ ।

ଶ୍ଵାସ ରୋଗୀ ମାନଙ୍କ ପାଇଁ ମଧ୍ୟ କଳା ତୁଲସୀ ଲାଭକାରୀ ହୋଇଥାଏ । ଶ୍ଵାସ ରୋଗୀଙ୍କୁ କଳା ତୁଳସୀ ମହୁ ସହ ମିଶାଇ ସେବନ କରିବା ଉଚିତ ଏହା ଦ୍ଵାରା ତାଙ୍କ ଶ୍ଵାସ ରୋଗ ଅଧିକ ବଢି ନଥାଏ । ଆଜି ଆମେ ଆପଣଙ୍କୁ କଳା ତୁଳସୀ ଦ୍ଵାରା କେଶ ଘନ ଏବଂ ସୁନ୍ଦର କରିବା ଉପାୟ ବିଷୟରେ କହିବାକୁ ଯାଉଛୁ ।

ପ୍ରଥମେ କିଛି କଳା ତୁଳସୀକୁ ବାଟି ନିଅନ୍ତୁ ଏହା ସହ ଅଁଳା ମଧ୍ୟ ବାଟି ନିଅନ୍ତୁ । ଏହାପରେ ଦୁହିଁଙ୍କୁ ମିଶାଇ ଚୁଟିରେ ଲଗାନ୍ତୁ ତେବେ ସୁଖୀ ଗଲା ପରେ ଏହାକୁ ଧୋଇ ନିଅନ୍ତୁ ଏହା ଛଡା ଚୁଟି ସମ୍ପୂର୍ଣ ଭାବରେ ସୁଖୀ ଗଲା ପରେ ଏଥିରେ ହାଲ୍କା ନଡିଆ ତେଲ ଲଗେଇ ଦିଅନ୍ତୁ ଏହି ଉପାୟ ସପ୍ତାହରେ ଦୁଇ ଥର କରନ୍ତୁ ଦେଖିବେ କିଛି ସପ୍ତାହ ମଧ୍ୟରେ ଆପଣଙ୍କ ଚୁଟି ଉପୁଡିବା ସମସ୍ଯା ଧୀରେ ଧୀରେ କମିବା ସହ ଘନ ହେବାକୁ ମଧ୍ୟ ଲାଗିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button