ଦେଶ ବିଦେଶ

ରବିବାର ଅପରାହ୍ଣରେ ହୋଇପାରେ ମହାରାଷ୍ଟ୍ର କ୍ୟାବିନେଟ୍ ସଂପ୍ରସାରଣ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନବୀସ ସରକାରଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ ରବିବାର ଅପରାହ୍ନ ୪ଟାରେ ହେବ।

ତେବେ କେତେଜଣ ମନ୍ତ୍ରୀ ଶପଥ ନେବେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଏ ନେଇ ୨ଟି ସମ୍ଭାବନା ବ୍ୟକ୍ତ କରାଯାଉଛି । ପ୍ରଥମ ପ୍ରସ୍ତାବ ଅନୁଯାୟୀ ପ୍ରାୟ ୩୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଏବଂ ଦ୍ବିତୀୟ ପ୍ରସ୍ତାବ ଅନୁଯାୟୀ ମାତ୍ର ୧୮/୨୦ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ଏସବୁ ମଧ୍ୟରୁ ବିଜେପିକୁ ସର୍ବାଧିକ ସଂଖ୍ୟକ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି । ତା ପଛକୁ ଶିବସେନା ରହିବ ଓ ଏନସିପିକୁ ସବୁଠାରୁ କମ ମନ୍ତ୍ରୀପଦ ମିଳିବାର ସମ୍ଭାବନା ରହିଛି ।

ତେବେ ସମସ୍ତଙ୍କ ନଜର ଗୃହ ବିଭାଗ ଉପରେ ରହିବ । କାରଣ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ବିଭାଗ ପାଇଁ ଦାବି କରିଆସୁଛନ୍ତି । କିନ୍ତୁ ଏଥିପାଇଁ ବିଜେପି ରାଜି ହେଉ ନାହିଁ । ଯଦି ଶିବସେନାକୁ ଗୃହ ବିଭାଗ ନ ମିଳେ ତେବେ ତା ବଦଳରେ ଶିବସେନାକୁ ନଗର ଉନ୍ନୟନ ପରି କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଦିଆଯାଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button