ଜୀବନଶୈଳୀ

କାହିଁକି ବଢୁଛି ସିଜରିଆନ ଡେଲିଭରି ?

ବିଶେଷକରି ଉଭୟ ବିକାଶ ଓ ବିକାଶଶୀଳ ଦେଶରେ ଆଜିକାଲି ସିଜରିଆନ ଡେଲିଭରି ଦ୍ରୁତ ବେଗରେ ବୃଦ୍ଧି ପାଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜୟ ପ୍ରକାଶ ପାଣି ଙ୍କ ଠାରୁ ସିଜରିଆନ ଡେଲିଭରି କାହିଁକି ବଢୁଛି ? କ’ଣ ଏଥିରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇଥାଏ ? ତାହାସହ ସିଜରିଆନ ଡିଲିଭରି ପରେ କିପରି ନିଜର ଯତ୍ନ ନେବା ଉଚିତ୍ ।

 

ବନ୍ଧୁଗଣ ସିଜରିଆନ ଦିଲିଭରି ମୁଖତଃ ଦୁଇଟି କାରଣ ରୁ ହୋଇଥିବାର ଦେଖା ଯାଇଥାଏ । ଯେପରି କି କିଛି କ୍ଷେତ୍ରରେ ଯଦି ମା’ ର ଉଚ୍ଚତା କମ ରହିଥାଏ । ବା ମା ର ଯଦି ଡାଇବେଟିସ କିମ୍ବା କିଛି କଣ୍ଡିସନ ଖରାପ ରହିଥାଏ ତେବେ ସେହି କ୍ଷେତ୍ର ରେ ସିଜରିଆନ ଡେଲିଭରି ହୋଇଥାଏ । ଦ୍ଵିତୀୟତଃ ଯଦି ମା ର ଗର୍ଭାଶୟରେ ଶିଶୁ ଟି ଓଲଟା ବୁଲି ଯାଇଛି, କିମ୍ବା ଅଲଟ୍ରାସାଉଣ୍ଡ ରେ ଛୁଆ ର ପାଣି କମି ଯାଇଥାଏ ।

ବେଳେବେଳେ କିଛି ଶିଶୁର ବେକରେ ବା କୌଣସି ଅଙ୍ଗରେ କିଛି ନଳି ବା ସିର ଗୋଡେଇ ହୋଇଯାଇଥାଏ, ଏଭଳି ପରିସ୍ଥିତିରେ  ଶିଶୁ ଟି ଜୀବନ ପ୍ରତି ବିପଦ ରହିଥାଏ । ତେଣୁ ସେହି କ୍ଷେତ୍ରରେ ସିଜରିଆନ ଡେଲିଭରି ହୋଇଥାଏ । ତାହାଛଡା ବନ୍ଧୁଗଣ ଆଜିକାଲି କିଛି ମହିଳା ଏପରି ଅଛନ୍ତି ଯେଉଁମାନେ କି ପ୍ରସବ ପୀଡା ନେବାକୁ ଚାହୁଁ ନାହାନ୍ତି, ସେମାନଙ୍କ କ୍ଷେତ୍ରରେ ମଧ୍ୟ ସିଜରିଆନ ଡେଲିଭରି ହୋଇଥାଏ ।

 

ବନ୍ଧୁଗଣ ଯଦି ମା’ର ପ୍ରସବ ପୀଡା ଆରମ୍ଭ ହେବା ବହୁତ ସମୟ ପରେ ମଧ୍ୟ ଯଦି ଶିଶୁଟି ବାହାରକୁ ଆସିପାରୁ ନାହିଁ, ତେବେ ସେହି କ୍ଷେତ୍ରରେ ମା’ର ସିଜରିଆନ ଡେଲିଭରି କରାଯାଇଥାଏ । ସାଧାରଣତଃ ସିଜରିଆନ ଡେଲିଭରି ର ବୟସ ସହ କୌଣସି ସାମଞ୍ଜସ୍ୟ ନାହିଁ । ତଥାପି କିଛି କ୍ଷେତ୍ରରେ ଯେଉଁ ମହିଳା ମାନେ ୩୫ ବର୍ଷ ପରେ ଗର୍ଭ ଧାରଣ କରିଥାନ୍ତି, ସେମାନଙ୍କର ପ୍ରାୟତଃ ସିଜରିଆନ ଡେଲିଭରି ହେବାର ଦେଖାଯାଇଥାଏ ।

ସିଜରିଆନ ଡେଲିଭରି ରେ ଗର୍ଭବତୀ ମହିଳା କୁ ଅପରେସନ ର ପ୍ରାୟତଃ ୬ ଘଣ୍ଟା ପୂର୍ବରୁ ଖାଇବାକୁ ମନାକରାଯାଇଥାଏ । ଓ ୩ ଘଣ୍ଟା ପୂର୍ବରୁ ପାଣି ପିଇବାକୁ ମନା କରାଯାଇଥାଏ । ଅପରେସନ ର ପ୍ରାୟ ଦୁଇ ତିନି ଘଣ୍ଟା ପର୍ଯ୍ୟନ୍ତ ମହିଳା କୁ କିଛି ଦିଆଯାଇନଥାଏ । କିନ୍ତୁ ତାହା ପରେ ଗର୍ଭବତୀ ମହିଳା କୁ ପ୍ରଥମେ କିଛି ଲିକୁଇଡ ଏବଂ ଏହା ପରେ କିଛି ଖାଦ୍ୟ ମଧ୍ୟ ଦିଆଯାଇଥାଏ ।

ଧୀରେ ଧୀରେ ୧ ରୁ ୨ ଦିନ ମଧ୍ୟରେ ମା ଚାଲିବା ମଧ୍ୟ ଆରମ୍ଭ କରି ଦେଇଥାଏ । ୩ ଦିନ ପରେ ମା ଓ ଶିଶୁ କୁ ଡିଶ୍ଚାର୍ଜ ମଧ୍ୟ କରି ଦିଆଯାଏ । ସିଜରିଆନ ଏକ ଏପରି ଡେଲିଭରି ଯେଉଁଥିରେ କି ପେଟ କୁ କଟାଯାଇ ଶିଶୁ କୁ କଢା ଯାଇଥାଏ । ଏହି ଡେଲିଭରି ପରେ ଆପଣ ପୂର୍ବ ଭଳି ସବୁକିଛି ଖାଇ ପାରିବେ । କିନ୍ତୁ ଏହି ସମୟରେ ପାଣି ଟିକେ ଅଧିକ ପିଇବା ଦରକାର ।

 

ତାହା ଛଡା ପ୍ରାୟତଃ ୪୫ ଦିନ ପର୍ଯ୍ୟନ୍ତ ଗର୍ଭ ଧାରଣ କରିଥିବା ମହିଳା କୁ କୌଣସି ବ୍ୟାୟମ ବା କିଛି ଭାରି କାମ କରିବା ଉଚିତ ନୁହେଁ । କିନ୍ତୁ ଏହା ପରେ ସେ ସବୁ କିଛି ଚାହିଁଲେ କରି ପାରିବେ । ବନ୍ଧୁଗଣ ସିଜରିଆନ ରେ ଆଜିକାଲି କୌଣସି ଅସୁବିଧା ଦେଖାଯାଉ ନାହିଁ । ମାତ୍ର ସିଜରିଆନ ଡେଲିଭରି ରେ ଗୋଟିଏ ଅସୁବିଧା ହୋଇଥାଏ । ଯାହାକି ସିଜରିଆନ ଡେଲିଭରି କଲେ ଆପଣ ଭବିଷ୍ୟତ ରେ ୩ ରୁ ଅଧିକ ସନ୍ତାନ କରି ପାରିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button