ସ୍ବାମୀ ଜେଲ ଯିବା ପରେ ଏଭଳି ପୋଷ୍ଟ କରି ଟ୍ରୋଲ ହେଲେ ଅଭିନେତ୍ରୀ ମହାଲକ୍ଷ୍ମୀ – Utkal Mail
ନୂଆଦିଲ୍ଳୀ: ତାମିଲ୍ ଅଭିନେତ୍ରୀ ତଥା ଉପସ୍ଥାପିକା ମହାଲକ୍ଷ୍ମୀ ୨୦୨୨ ମସିହାରେ ପ୍ରଯୋଜକ ରବୀନ୍ଦ୍ର ଚନ୍ଦ୍ରଶେଖରନ୍ଙ୍କୁ ବିବାହ କରିଥିଲେ। ବିବାହର ପ୍ରାୟ ବର୍ଷକ ପରେ ଅଭିନେତ୍ରୀଙ୍କ ଜୀବନରେ ଝଡ଼ ସୃଷ୍ଟି ହୋଇଛି। କିଛି ଦିନ ତଳେ ପ୍ରଯୋଜକ ରବୀନ୍ଦ୍ର ଚନ୍ଦ୍ରଶେଖରନ୍ଙ୍କୁ ଅର୍ଥ ହେରଫେର ମାମଲାରେ ଗିରଫ କରାଯିବା ପରେ ଏବେ ଏକାକୀ ହୋଇଯାଇଛନ୍ତି ମହାଲକ୍ଷ୍ମୀ। ସ୍ବାମୀଙ୍କୁ ମନେ ପକାଇବା ସହ ସେ ନିଜର କିିଛି ଫଟୋ ପୋଷ୍ଟ କରିଥିବା ଦେଖାଯାଇଛି। ହେଲେ ଫଟୋ ପୋଷ୍ଟ କରିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିଛନ୍ତି।
ସ୍ବାମୀ ଜେଲରେ ଥିବା ବେଳେ ବାହାରକୁ ଆଣିବା ପାଇଁ କିଛି ନକରି ଏଭଳି ଫଟୋ କାହିଁକି ପୋଷ୍ଟ କରୁଛ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି। ସୂଚନା ମୁତାବକ, ମହାଲକ୍ଷ୍ମୀ ନିଜର ଏକ ଶାଢ଼ି ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, ଏ ସମୟ ବି ଚାଲିଯିବ। ଏହା ପରେ ଅନ୍ୟ ଏକ ପୋଷ୍ଟରେ ମହାଲକ୍ଷ୍ମୀ ଲେଖିଥିଲେ, ସବୁବେଳେ ମୋ ହୃଦୟ ତୁମକୁ ଖୋଜୁଛି। ଏହା ପରେ ଇନଷ୍ଟାରେ ସେ ନିଜର ଆଉ ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, କେବେ ହାର୍ ମାନ ନାହିଁ।
ମହାଲକ୍ଷ୍ମୀଙ୍କର ଏତେ ଫଟୋ ପୋଷ୍ଟକୁ ଦେଖି ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି। ସ୍ବାମୀ ଜେଲରେ ଥିବା ବେଳେ ତୁମେ କାହିଁକି ଏତେ ଫଟୋ ପୋଷ୍ଟ କରୁଛ ବୋଲି ପ୍ରଶ୍ନ କରିଛନ୍ତି ଲୋକେ। ତେବେ ପ୍ରଯୋଜକ ରବୀନ୍ଦ୍ର ଚନ୍ଦ୍ରଶେଖରନଙ୍କୁ ବିବାହ କରିବା ପରଠାରୁ ହିଁ ଟ୍ରୋଲିଂର ଶିକାର ହେବାରେ ଲାଗି ପଡ଼ିଛନ୍ତି ମହାଲକ୍ଷ୍ମୀ। ଦୁଇ ଜଣଙ୍କ ଯୋଡ଼ି ଶାରୀରିକ ଦୃଷ୍ଟିରୁ ସମନ୍ବିତ ହୋଇ ନଥିବାରୁ ମହାଲକ୍ଷ୍ମୀ ଟଙ୍କା ପାଇଁ ପ୍ରଯୋଜକଙ୍କୁ ବିବାହ କରିଛନ୍ତି ବୋଲି ସମାଲୋଚିତ ହୋଇ ଆସୁଛନ୍ତି।