ଓଡିଶା

ଆରପାରିରେ ସନ୍ତୋଷ

ତିହିଡି, ଉତ୍କଳ ମେଲ,୧୬/୦୯/୨୪ (ଅମୂଲ୍ୟ କୁମାର ମାଝୀ) : ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ । ପୃଥିବୀ ପୃଷ୍ଟରେ ମୃତ୍ୟୁ ଅନିର୍ବାର୍ଯ୍ୟ । କିନ୍ତୁ ଅକାଳ ମୃତ୍ୟୁ ପରିବାରକୁ ଦେଇଯାଏ ଦୁଃଖ । ଏହିପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଗୁଆମାଳ ପଂଚାୟତର ବିଶ୍ବନାଥପୁର ଗ୍ରାମରେ । ଗ୍ରାମର ବାସିନ୍ଦା ସନ୍ତୋଷ କୁମାର ଜେନାଙ୍କର ଭଦ୍ରକ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଗତ ଗୁରୁବାର ସେପ୍ଟେମ୍ବର ୧୨ତାରିଖ ସକାଳ ପ୍ରାୟ ୮ଟା ସମୟରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ସୁଦର୍ଶନ ଯେନାଙ୍କ ପୁଅ ସନ୍ତୋଷ ଯେନା, ବୟସ ୩୮ । ସବୁ କାମରେ ଧୁରନ୍ଦର । ଗାଁରେ କୌଣସି ଅସୁବିଧା ସମୟରେ ବିନା ସାହାଯ୍ୟ ଭିକ୍ଷାରେ, ଯାଇ ପହଞ୍ଚିଯାଏ ତାଙ୍କ ଘରେ ।ଶ୍ରମ ଦେଇ କରିଥାଏ ସାହାଯ୍ୟ । ସେଥିପାଇଁ ସମସ୍ତଙ୍କ ପାଖରେ ଥିଲେ ଆଦୃତ । ରୋଜଗାର ଯେମିତି ଖର୍ଚ୍ଚ ସେମିତି । ସେ ଗତ କିଛି କିଛି ଦିନ ପୂର୍ବରୁ ଛାତି ଯନ୍ତ୍ରଣା ଅନୁଭବ ଯୋଗୁଁ ଚିକିତ୍ସିତ ହେଉଥିଲେ । ଗତ ସେପ୍ଟେମ୍ବର ୧୧ ତାରିଖ ବୁଧବାର ରାତିରେ ମାଂସ ଖାଇସାରି ମଦ ପିଇ ଶୋଇଥିଲେ ।ଭୋରୁ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ଯୋଗୁଁ ନିଜେ ଆମ୍ବୁଲାନ୍ସ ଡକାଇ ସସ୍ତ୍ରୀକ ଭଦ୍ରକ ମେଡିକାଲ ଯାଇଥିଲେ । ଚିକିତ୍ସିତ ଅବସ୍ଥାରେ ସକାଳ ପ୍ରାୟ ୮ଟା ସମୟରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲା । ଅପରାହ୍ନ ୩ଟାରେ ଭଦ୍ରକ ମେଡିକାଲରୁ ତାଙ୍କ ମର ଶରୀର ଆସି ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ବହୁ ବ୍ୟକ୍ତି ତାଙ୍କ ଘରେ ରୁଣ୍ଡ ହୋଇଥିଲେ ।ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ପୁଅ,ଝିଅ,ଭଉଣୀ,ଭିଣୋଇ,ଭାଇ, ଭାଉଜ, ବନ୍ଧୁବାନ୍ଧବ ଏବଂ ଆତ୍ମୀୟସୁଜନ ଉପସ୍ଥିତ ରହିଥିଲେ ।ପରେ ପଡୋଶୀଙ୍କ ସଂପୂର୍ଣ୍ଣ ସହଯୋଗରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ପୁଅ ଅନିଲ କୁମାର ଯେନା ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହିତ ବହୁ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button