ଦେଶ ବିଦେଶ

ଜଙ୍ଗଲରୁ ଡ୍ରଗ୍‌ ଭର୍ତ୍ତି ବ୍ୟାଗ୍‌ ପାଇ ‌ଫିଙ୍ଗିଦେଲା ବଣୁଆ ହାତୀ – Utkal Mail


ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍‌ର ୟୁନ୍ନାନ୍‌ ପ୍ରଦେଶ ଅନ୍ତର୍ଗତ ମେଙ୍ଗ୍‌ମାନ୍‌ ଟାଉନ୍‌ସିପ୍‌ରେ ବୁଲୁଥିବା ବ‌େଳେ ଗୋଟାଏ ଏସୀୟ ବଣୁଆ ହାତୀ ୨.୮ କିଲୋଗ୍ରାମ୍‌ ଓଜନର ଅଫିମ ଥିବା ବ୍ୟାଗ୍‌ ପାଇଥିବା କଥା ‘ଷ୍ଟ୍ରେଟ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି।

ସମ୍ପ୍ରତି ଏହି ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଭିଡିଓରେ ଦେଖାଯାଉଛି ୪ଟି ବଣୁଆ ହାତୀଙ୍କୁ ଗାଁରୁ ଘଉଡ଼ା ଯାଉଥିବା ବ‌େଳେ ସେଥିରୁ ଗୋଟିଏ ହାତୀ ଶୁଙ୍ଘି ଶୁଙ୍ଘି ବ୍ୟାଗ୍‌ଟିଏ ଉଠାଇ ଫିଙ୍ଗି ଦେଉଛି। ଅବଶ୍ୟ ପରେ ସେ ବ୍ୟାଗ୍‌ଟିକୁ ପୁଲିସ ଜବତ କରିଛି।

ଚୀନା ସମ୍ବାଦପତ୍ର ‘ପିପୁଲ୍‌ସ୍‌ ଡେଲି’ ମଧ୍ୟ ରିପୋର୍ଟ କରିଛି ଯେ, ବଣ ଭିତରକୁ ଯିବା ବାଟରେ  ଚାରିଟିକିଆ ହାତୀ ପଲ ଭିତରୁ ହଠାତ୍‌ ଗୋଟାଏ ହାତୀ ଶୁଣ୍ଢରେ ଶୁଙ୍ଘି ଅରମା ଘାସ ଭିତରୁ ବ୍ୟାଗ୍‌ଟିଏ ଉପରକୁ ଉଠାଇ ଫିଙ୍ଗି ଦେଇ ସେଠାରୁ ପଳାଇ ଯାଉଛି।

Image Grabbed From Video

‘ଷ୍ଟ୍ରେଟ୍‌ ଟାଇମ୍ସ୍‌’ ରିପୋର୍ଟ କରିଛି, ହାତୀମାନେ ଚାଲିଯିବା ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ଅପେକ୍ଷା କରି ରହିଥିଲା। ବ୍ୟାଗ୍‌ ଖୋଲିବା ପରେ ସେଥିରୁ ପୁଲିସ କପଡ଼ାରେ ଗୁଡ଼ା ହୋଇ ଇଟା ଆକୃତିର ଅଫିମ ଥିବା ଦେଖିଥିଲେ।

ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଭିଏତ୍‌ନାମ୍‌, ଲାଓସ୍‌ ଓ ମିଆଁମାର୍‌ ସୀମାକୁ ଲାଗିଥିବାରୁ ୟୁନାନ୍‌ରେ ସୀମାପରି ଡ୍ରଗ୍‌ ଚୋରାଚାଲାଣ ସମସ୍ୟା ସଦାସର୍ବଦା ଲାଗି ରହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button