ଜୀବନଶୈଳୀ

ପାକିସ୍ତାନର ୪୮ ଜଣ ଯବାନକୁ ମାରି ଏହି ଯବାନ ନିଜେ ଖାଇଥିଲେ ୫ ଟି ଗୁଳି, ପାକ ମେଜର ମୁଣ୍ଡ କାଟି ଉଡାଇଥିଲେ ତ୍ରିରଙ୍ଗା, ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ

ବର୍ଷ ୧୯୯୯ରେ ମେ ମାସରୁ ଆରମ୍ଭ ହୋଇ ଜୁଲାଇ ମାସ ପର୍ଯ୍ୟନ୍ତ କାରଗିଲ ଯୁଦ୍ଧ ଚାଲିଥିଲା ଓ ଏହି ସମୟରେ ବହୁତ ଯବାନ ସହିଦ ବି ହୋଇଥିଲେ ଓ କିଛି ଯବାନ ଆଘାତ ହୋଇ ହସ୍ପିଟାଲ ରେ ପହଞ୍ଚିଥିଲେ । ଆଜାଦି ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହା ଦ୍ଵିତୀୟ ଘମାସାନ ଯୁଦ୍ଧ ହୋଇଥିଲା । ଶେଷରେ ୨୬ ଜୁଲାଇରେ ଭାରତ ପାକିସ୍ତାନ ଉପରେ ବିଜୟ ହାସଲ କରିଥିଲା । ଏମାନଙ୍କ ମଧ୍ୟରୁ ଆଜି ବି କିଛି ଯବାନ ନିଜର ବିରତାର କାହାଣୀ ଲୋକମାନଙ୍କୁ କହିଥାନ୍ତି । ଏହି ସମସ୍ତ ଯବାନମାନଙ୍କ ମଧ୍ୟରୁ ଜଣେ ଯିଏକି ପାକର ୪୮ ଜଣ ଯବାନକୁ ମାରି ନିଜେ ଖାଇଥିଲେ ୫ ଟି ଗୁଳି । ତଥାପି ମୁଣ୍ଡ ତଳକୁ କରି ନାହାନ୍ତି କାହା ସାମ୍ନାରେ ।

ପାକର ୪୮ ଯବାନକୁ ମାରି ଏହି ଯବାନ ନିଜେ ଖାଇଥିଲେ ୫ଟି ଗୁଳି

Image courtesy: Google

୨୬ ଜୁଲାଇ, ୨୦୧୯ରେ କାରଗିଲ ବିଜୟ ଦିବସର ୨୦ ତମ ଉତ୍ସବ ପାଳନ କରାଗଲା । କହିବାକୁ ଗଲେ ଏହି ଯୁଦ୍ଧରେ ପ୍ରଥମ ବିଜୟ ଯବାନ ଦିଗେନ୍ଦ୍ର କୁମାର ସିଂହ ଦେଇଥିଲେ । ଇଣ୍ଡିଆନ ଆର୍ମୀର ସବୁଠୁ ଭୟାନକ କୋବ୍ରା କମାଣ୍ଡୋ ମଧ୍ୟରୁ ଜଣେ ଦିଗେନ୍ଦ୍ର କୁମାର ସିଂହ କାରଗିଲ ରେ ନିଜର ସାହସ ଓ ବିରତା ଦ୍ଵାରା ପାକିସ୍ତାନକୁ କହି ଦେଇଥିଲେ କି ଭାରତରେ ତାଙ୍କ ଭଳି ବୀର ଭର୍ତ୍ତି ଅଛନ୍ତି ।

୫ଟି ଗୁଳି ଖାଇଥିବା ଦିଗେନ୍ଦ୍ର କୁମାର ସିଂହ ପାକିସ୍ତାନର ୪୮ଟି ଯବାନକୁ ମାରି ତାଙ୍କର ଗର୍ବକୁ ଭାଙ୍ଗି ଦେଇଥିଲେ ଓ ଏହା ସହିତ ପାକର ମେଜର ଅନୱର ଖାନର ମୁଣ୍ଡ କାଟି ଦେଇଥିଲେ ଓ ଏହା ପରେ ତ୍ରିରଙ୍ଗା ବି ଉଡାଇ ଥିଲେ । ଏକ ନ୍ୟୁଜ ୱେବସାଇଟ ସହିତ କଥା ହେବା ସମୟରେ ବିଜେତା ଦିଗେନ୍ଦ୍ର କୁମାର ସିଂହ ନିଜର କିଛି କାହାଣୀ ଶେୟାର କରିଥିଲେ ।

Image courtesy: Google

ରାଜସ୍ଥାନର ସୀକର ଜିଲ୍ଲାର ନୀମକାଥାନା ଉପଖଣ୍ଡର ଗ୍ରାମ ଦୟାଲର ନାଙ୍ଗଳ ନିବାସୀ ଦିଗେନ୍ଦ୍ର କୁମାର ସିଂହ କହିଲେ କି, “ଜମ୍ମୂ କାଶ୍ମୀର ଦ୍ରାସ ସେକ୍ଟରର କାରଗିଲ ଯୁଦ୍ଧ ସ୍ମାରକର ଠିକ ସାମ୍ନାରେ ସ୍ଥିତ ତୋଲୋଲିଂଗ ପାହାଡ ଉପରେ ମେ ୧୯୯୯ରେ ପାକ ର ହଜାର ସୈନିକ କବ୍ଜା କରି ବସିଥିଲେ । ତୋଲୋଲିଂଗକୁ ମୁକ୍ତ କରିବା ପାଇଁ ଭାରତୀୟ ସେନାର ୩ଟି ୟୁନିଟ ଫେଲ ହୋଇ ଯାଇଥିଲା । ଏହା ପରେ ଭାରତୀୟ ସେନା ୩୦୦ କିଲୋମିଟର ଦୂର କୁପୱାଡାରୁ ଆମର ୨ ରାଜ ରିଫ ବଟାଲିୟନକୁ ଏହି ମିଶନର ଦାୟିତ୍ଵ ଦିଆଗଲା ।

Image courtesy: Google

ଏହା ପରେ ୧ ଜୁନ ୧୯୯୯ରେ ପୂରୀ ଚାର୍ଲୀ କମ୍ପନୀ ତୋଲୋଲିଂଗର ସହଜ ରାସ୍ତା ବଦଳରେ ଦୁର୍ଗମ ରାସ୍ତାକୁ ବାଛିଲେ, କାରଣ ସହଜ ରାସ୍ତାରେ ଯିବା ଦ୍ଵାରା ପାକ ସେନା ତାଙ୍କୁ ସହଜରେ ମାରି ପାରିବେ । ଏହା ପରେ ଆମେ ୧୪ ଘଣ୍ଟାର କଷ୍ଟ ପରେ ତୋଲୋଲିଂଗ ପାହାଡ ଉପରେ ଚଢିଲୁ ।“

ସହିଦ ହେଲେ ୯ କମାଣ୍ଡୋ

Image courtesy: Google

ଦିଗେନ୍ଦ୍ର ସିଂହ କହିଲେ, “୧୨ ଜୁନ ତୋଲୋଲିଂଗ ପାହାଡ ଉପରେ ଆମର ସାମ୍ନା ପାକିସ୍ତାନର ଯବାନଙ୍କ ସହ ହୋଇଗଲା । କିନ୍ତୁ ଆମେ ପଛକୁ ଫେରିଲୁ ନାହିଁ ଓ ସେମାନଙ୍କର ମୁକାବିଲା କରିଲୁ । ସେହି ସମୟରେ ଆମର ୯ ଜଣ କମାଣ୍ଡୋ ସହିଦ ହୋଇ ଯାଇଥିଲେ । ଏହା ପରେ ମୁଁ ତାଙ୍କର ପ୍ରଥମ ଟ୍ୟାଙ୍କର ଉଡାଇ ଦେଲି ଓ ୧୧ ଟି ବଙ୍କର ନଷ୍ଟ କରିଦେଲି, ଯେଉଁଥିରେ ପାକ ର ୪୮ ଜଣ ମୃତ୍ୟୁ ବରଣ କରିଥିଲେ ।

୧୩ ଜୁନରେ ପାକିସ୍ତାନ ମେଜର ଅନୱର ଖାନଙ୍କର ମୁଣ୍ଡ କାଟି ଦିଗେନ୍ଦ୍ର ସିଂହ ତୋଲୋଲିଂଗ ପାହାଡରେ ତାଙ୍କର ମୁଣ୍ଡ ଉପରେ ତ୍ରିରଙ୍ଗା ଉଡାଇଥିଲେ । ଏହା ସହିତ ହିଁ ଏହା ଆମର କାରଗିଲ ଯୁଦ୍ଧର ପ୍ରଥମ ବିଜୟ ଥିଲା । ଏହା ପରେ ଟାଇଗର ହିଲ ସହିତ ଅନ୍ୟ ପାହାଡକୁ ବି ମୁକ୍ତ କରାଗଲା ଓ ୨୬ ଜୁଲାଇରେ ଯୁଦ୍ଧ ସମାପ୍ତ ହୋଇଗଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button