ଦେଶ ବିଦେଶ

ରାଜସ୍ଥାନରେ ଜିତିଲେ କାହାକୁ ମୁଖ୍ୟମନ୍ତ୍ରୀ କରିବ ? ବିଜେପିକୁ ପଚାରିଲେ ପ୍ରିୟଙ୍କା – Utkal Mail


ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜମିବାରେ ଲାଗିଛି । ପ୍ରଚାର ମୈଦାନକୁ ଓହ୍ଲାଇଥିବା କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ପ୍ରାୟ ପ୍ରତିଦିନ ବିଜେପିକୁ ଟାର୍ଗେଟ କରିଚାଲିଛନ୍ତି । ଦୁଇଦିନ ତଳେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଥିବା ବେଳେ ଏବେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟର ସିକରାଇରେ ଏକ ରାଲିରେ ପ୍ରିୟଙ୍କା ଏହି ପ୍ରଶ୍ନ ପଚାରିଥିଲେ ।

ଏ ସମ୍ପର୍କରେ ରାଜସ୍ଥାନ ବିଜେପି ମୁଖ୍ୟ ସିପି ଯୋଶୀଙ୍କୁ ସମାନ ପ୍ରଶ୍ନ ପଚରାଯିବାରୁ ସେ ପ୍ରଶ୍ନର ଉତ୍ତର ଦେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଯୋଶୀ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧି ତାଙ୍କ ବୈଠକରେ ବିଜେପିକୁ ପ୍ରଶ୍ନ କରୁଛନ୍ତି ଯେ ବିଜେପିର କୌଣସି ଚେହେରା ନାହିଁ। ପ୍ରିୟଙ୍କାଙ୍କ ଅଭିଯୋଗର ଜବାବ ଦେଇ ଯୋଶୀ ପ୍ରଶ୍ନ କରିଛନ୍ତି ଯେ ବିଜେପି ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରା ଅଛି, ଯାହାଙ୍କ ନେତୃତ୍ୱରେ ସେମାନେ ନିର୍ବାଚନ ଲଢୁଛନ୍ତି। କିନ୍ତୁ କଂଗ୍ରେସ କହୁ ସେମାନଙ୍କ ପାଖରେ କାହାର ଚେହେରା ରହିଛି ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଉଭୟ କଂଗ୍ରେସ ଓ ବିଜେପିରେ ସମସ୍ୟା ରହିଛି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ନିଜକୁ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ଦାବିଦାର ଭାବେ କହୁଛନ୍ତି । କିନ୍ତୁ ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହେଉଛନ୍ତି ସଚିନ ପାଇଲଟ୍ । ସେହିପରି ବିଜେପି ଶିବିରରେ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା କୁହାଯାଉଥିବାବେଳେ ତାଙ୍କ ପ୍ରତି କେନ୍ଦ୍ରୀୟ ନେତୃତ୍ବଙ୍କ ଭରସା କମୁଥିବା କୁହାଯାଉଛି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button