କ୍ରାଇମ
ପ୍ରଥମ ସ୍ତ୍ରୀର ପ୍ରେମିକଙ୍କୁ ଗୁଳିମାଡ଼ କଲେ ଯୁବକ: ଗୁରୁତର ଅବସ୍ଥାରେ ଆହତ କଟକ ସ୍ଥାନାନ୍ତର – Utkal Mail
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ବଡ଼ନୂଆପଡ଼ା ଖେତିନାଳୀ ଗାଁରେ ପ୍ରଥମ ସ୍ତ୍ରୀର ପ୍ରେମିକଙ୍କୁ ଗୁଳିମାଡ଼ ହୋଇଥିବାର ଖବର ମିଳିଛି। ଗୁରୁତର ଅବସ୍ଥାରେ ଆହତ ପଙ୍କଜ ଦେହୁରୀଙ୍କୁ ପ୍ରଥମେ ଭିମସାର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଝାଙ୍କରପଡ଼ା ଗାଁର ସ୍ୱାଧୀନ ପ୍ରଧାନ ତାଙ୍କ ସ୍ତ୍ରୀକୁ ବିବାହର ୧୦ ବର୍ଷ ପରେ ଗତ ବର୍ଷ ଛାଡ଼ପତ୍ର ଦେଇଥିଲେ। ଗତକାଲି ତାଙ୍କ ପୂର୍ବତନ ସ୍ତ୍ରୀ ଖେତିନାଳୀ ଗାଁର ପଙ୍କଜ ଦେହୁରୀଙ୍କ ସାଙ୍ଗରେ ରହୁଥିଲେ। ତେବେ ପଙ୍କଜଙ୍କ ସହ ସମ୍ପର୍କ ଥିବା ସନ୍ଦେହରେ ହିଁ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା। ଏହାକୁ ନେଇ କ୍ଷୁବ୍ଧ ଗତକାଲି ରାତିରେ ନିଶାସକ୍ତ ଅବସ୍ଥାରେ ସ୍ବାଧୀନ ଖେତିନାଳୀ ଯାଇ ପଙ୍କଜ ଦେହୁରୀଙ୍କୁ ଗୁଳି କରିଥିଲେ। ସେ ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିଲେ। ସେଥିମଧ୍ୟରୁ ଗୋଟିଏ ଗୁଳି ପଙ୍କଜଙ୍କ ପେଟରେ ଓ ଅନ୍ୟଟି ହାତରେ ବାଜିଥିଲା। ରାତିରେ ଖିଆପିଆ ସାରି ହାତ ଧୋଇବାକୁ ଯାଇଥିବା ବେଳେ ଏଭଳି କାଣ୍ଡ ଘଟିଛି।