ଦେଶ ବିଦେଶ

ଅବତରଣ ବେଳେ ଓଲଟିଲା ବିମାନ,୧୮ ଆହତ

ଟରଣ୍ଟୋ: କାନାଡାର ଟରଣ୍ଟୋ ପିୟର୍ସନ ବିମାନବନ୍ଦରରେ ଅବତରଣ କରିବା ପରେ ଡେଲ୍ଟା ଏୟାର ଲାଇନ୍ସର ଏକ ବିମାନ ସୋମବାର ବରଫଝଡ଼ ଯୋଗୁଁ ଓଲଟି ପଡ଼ିଛି। ଫଳରେ ଏଥିରେ ଥିବା ୮୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୮ ଜଣ ଆହତ ହୋଇଛନ୍ତି। ଏଥିରେ ଜଣେ ଶିଶୁଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ଜଣଙ୍କୁ ହେଲିକପ୍ଟର ଯୋଗେ ଟ୍ରମା ସେଣ୍ଟରକୁ ନିଆଯାଇଥିବା ବେଳେ ଶିଶୁକୁ ଶିଶୁ ଚିକିତ୍ସାଳୟକୁ ନିଆଯାଇଛି। ୧୨ ଜଣ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।

ଦୁର୍ଘଟଣାଗ୍ରସ୍ତ ବିମାନର ଅନେକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ଘଟଣାସ୍ଥଳରେ ଜରୁରିକାଳୀନ କର୍ମଚାରୀଙ୍କୁ ଦେଖିବାକୁ ମିଳିଛି। ଫୁଟେଜ୍‌ରେ ବିମାନଟି ଓଲଟି ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଘଟଣା ପରେ ଟରଣ୍ଟୋ ପିୟର୍ସନ ବିମାନ ବନ୍ଦରରେ ଉଭୟ ଆସିବା ଓ ଛାଡ଼ିବାରେ ୪୦ରୁ ଅଧିକ ବିମାନ ବିଳମ୍ବିତ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button