ଜୀବନଶୈଳୀ

ଆସନ୍ତୁ ଜାଣିବା କେଉଁ ବୟସରେ କେତେ ଓଜନ ରହିବା ଉଚିତ

ସୁସ୍ଥ ଓ ନିଜର ଓଜନ ଠିକ ରଖିବା ପାଇଁ ମଣିଷକୁ ସଠିକ୍ ଖାଦ୍ୟପେୟ କରିବାକୁ ପଡିଥାଏ। କାରଣ ଓଜନ ଠିକ ନଥିଲେ ବହୁ ପ୍ରକାର ରୋଗ ହୋଇଥାଏ। ଶରୀରର ଓଜନ କହିଥାଏ ଆପଣ ସୁସ୍ଥ ଅଛନ୍ତି କି ଅସୁସ୍ଥ। ଯଦି ଆପଣଙ୍କ ଓଜନ ବୟସ ଅନୁସାରେ କମ୍ କିମ୍ବା ବେଶୀ ଅଛି ତେବେ ଆପଣ ଅସୁସ୍ଥ ହୋଇପାରନ୍ତି। ଆସନ୍ତୁ ଜାଣିବା କେଉଁ ବୟସରେ କେତେ ଓଜନ ରହିବା ଆବଶ୍ୟକ ଓ ଜରୁରୀ। ଏଥିପାଇଁ ବିଶେଷଜ୍ଞମାନେ ପୃଷ୍ଟିକର ଖାଦ୍ୟପେୟ ଗ୍ରହଣ କରିବାକୁ କହିଥାନ୍ତି। ତେବେ ପ୍ରତ୍ୟେକ ବୟସରେ ପିଲାମାନଙ୍କ ଠାରୁ ବୟସ୍କମାନଙ୍କର କେତେ ଓଜନ ରହିବା ଆବଶ୍ୟକ ଏହା ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି।

ନବଜାତ ଶିଶୁର ବୟସ ହିସାବରେ ପୁଅର ଓଜନ ୩.୩ କିଲୋଗ୍ରାମ ଓ ଝିଅର ଓଜନ ୩.୨ କିଲୋଗ୍ରାମ ରହିବା ଉଚିତ୍।

୩ରୁ ୫ ମାସର ପୁଅର ଓଜନ ୬ କେଜି ଓ ଝିଅର ଓଜନ ୫.୪ କେଜି ହେବା ଉଚିତ।

‌୬ ରୁ ୮ ମାସ ପୁଅର ଓଜନ ୭.୮ କେଜି ଓ ଝିଅର ଓଜନ ୭.୨କେଜି ହେବା ଉଚିତ।

ବର୍ଷକ ପିଲାର ଓଜନ ହିସାବରେ ପୁଅର ଓଜନ ସର୍ବାଧିକ ୧୦.୨ କିଲୋ ଓ ଝିଅର ୯.୫ କିଲୋ ହେବା ଉଚିତ।

୨ ବର୍ଷର ପୁଅର ଓଜନ ସର୍ବାଧିକ ୧୨.୩ କେଜି ଓ ଝିଅର ଓଜନ ୧୧.୮ କିଲୋ ହେବା ଉଚିତ।

୩ରୁ ୪ ବର୍ଷର ପୁଅର ଓଜନ ୧୪ କେଜି ଓ ଝିଅର ଓଜନ ୧୬ କେଜି ହେବା ଉଚିତ।

୫ ବର୍ଷ ବୟସରେ ପୁଅର ଓଜନ ୧୮.୭ କେଜି ଓ ଝିଅର ଓଜନ ୧୭.୭ କେଜି ହେବା ଉଚିତ୍।

‌୬ ବର୍ଷ ବୟସରେ ପୁଅର ଓଜନ ୨୦.୭ ଓ ଝିଅର ଓଜନ ୧୯.୫ ହେବା ଉଚିତ।

୭ ରୁ ୮ ବର୍ଷର ପୁଅର ଓଜନ ୨୨ କିଲୋ ଓ ଝିଅର ଓଜନ ୨୫ କିଲୋ ହେବା ଉଚିତ।

୯ ରୁ ୧୧ ବର୍ଷ ପିଲାର ପୁଅର ୩୧.୪ କିଲୋ ଓ ଝିଅର ୩୨.୨ କିଲୋ ଓଜନ ହେବା ଉଚିତ୍।
୧୨ରୁ ୧୪ ବର୍ଷ ପୁଅର ଓଜନ ୪୭ କିଲୋ ଓ ଝିଅର ୪୮ କିଲୋ ହେବା ଉଚିତ।

୧୫ ରୁ ୧୮ ବର୍ଷ ବୟସର ପୁଅ ଓ ଝିଅ ଉଭୟଙ୍କ ଓଜନ ୬୦ କିଲୋ ରହିବା ଉଚିତ।

୧୯ରୁ ୨୯ ବର୍ଷ ମଧ୍ୟରେ ପୁଅର ଓଜନ ୬୫ କିଲୋ ଓ ଝିଅର ଓଜନ ୬୦ କିଲୋ ହେବା ଉଚିତ।

୩୦ ରୁ ୩୯ ବର୍ଷରେ ପୁରୁଷମାନଙ୍କ ଓଜନ ୭୦ କିଲୋ ଓ ମହିଳାଙ୍କ ଓଜନ ୭୬.୭ କିଲୋ ହେବା ଉଚିତ।

୪୦ ରୁ ୪୯ ବର୍ଷ ରେ ପୁରୁଷଙ୍କ ଓଜନ ୭୨ କିଲୋ ଓ ମହିଳାଙ୍କ ଓଜନ ୭୬.୨ କିଲୋ ହେବା ଉଚିତ।

୫୦ ରୁ ‌୬୦ ବର୍ଷର ପୁରୁଷଙ୍କ ଓଜନ ୬୫ କିଲୋ ଓ ମହିଳାଙ୍କର ଓଜନ ୭୭ କିଲୋ ହେବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button