ଏହି ପେନ୍ସନ୍ ପ୍ଲାନରେ ପ୍ରତି ମାସ ମିଳିବ ୧୨ ହଜାର ପେନ୍ସନ୍; ଜାଣନ୍ତୁ ସବୁ କିଛି

ଆପଣ ଜୀବନ ବୀମା କରିବା ସହିତ ଯଦି ଏକ ଭଲ ପେନସନ୍ ପ୍ଲାନ୍ ଖୋଜୁଛନ୍ତି ତାହେଲେ ଜୀବନ ବୀମା ନିଗମର (LIC) ସରଳ ପେନସନ୍ ଯୋଜନା (LIC Saral Pension Plan) ଆପଣଙ୍କ ପାଇଁ ଖୁବ୍ ଲାଭପ୍ରଦ ହେବ । ଜୀବନ ବୀମା ନିଗମର ସରଳ ପେନସନ୍ ଯୋଜନାରେ ଆପଣଙ୍କୁ କେବଳ ଥରେ ପ୍ରିମିୟମ୍ ଦେବାକୁ ପଡି଼ବ, ଆଉ ତା’ ପରେ ୬୦ ବର୍ଷ ପରେ ଆପଣ ପ୍ରତି ମାସ ୧୨,୦୦୦ ଟଙ୍କା ପେନସନ୍ ପାଇବେ । ଆପଣ ଏହି ପେନସନ୍ ଟଙ୍କାକୁ ସାରା ଜୀବନ ପାଇଁ ପାଇବେ ।
LICର ଦୁଇ ପ୍ରକାରର ସରଳ ପେନ୍ସନ୍ ସ୍କିମ୍ ଅଛି । ଉଭୟ ଆପଣଙ୍କ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ । ହେଲେ ଜାଣି ନିଅନ୍ତୁ କେଉଁଥିରେ କ’ଣ ରହିଛି ବୈଶିଷ୍ଟ୍ୟ । ପ୍ରଥମ ପ୍ଲାନର ନାମ ହେଉଛି ‘ଲାଇଫ୍ ଏନ୍ୟୁଟି ୱିଥ୍ ୧୦୦% ରିଟର୍ଣ୍ଣ ଅଫ୍ ପରଚେଜ୍ ପ୍ରାଇସ୍’ । ଏହି ପ୍ଲାନ୍ (Life Annuity with 100 percent return of purchase price) ସିଙ୍ଗଲ୍ ଲାଇଫ୍ ପାଇଁ ପ୍ରଯୁଜ୍ୟ, ଅର୍ଥାତ୍ ଏହି ପେନସନ୍ ଯୋଜନା କେବଳ ଜଣେ ବ୍ୟକ୍ତିଙ୍କ ପାଇଁ ହୋଇପାରିବ ।
ଏହି ପ୍ରଥମ ପ୍ରକାରର ଯୋଜନା ଅନୁସାରେ ଯେ ପର୍ଯ୍ୟନ୍ତ ପେନସନଭୋଗୀ ଜୀବିତ ଅଛନ୍ତି ସେ ପେନସନ୍ ପାଇବା ଜାରି ରଖିବେ । ତା’ ପରେ ତାଙ୍କ ଦ୍ୱାରା ମନୋନୀତ ହୋଇଥିବା ବ୍ୟକ୍ତି (ନୋମିନି) ବେସ୍ ପ୍ରିମିୟମ୍ ପାଇବେ ।
ଦ୍ୱିତୀୟ ପ୍ଲାନ୍ ହେଉଛି ‘ପେନ୍ସନ୍ ସ୍କିମ୍ ୱିଥ୍ ଜଏଣ୍ଟ୍ ଲାଇଫ୍’ (Pension Scheme With Joint Life) । ଏହି ସ୍କିମ୍ ମିଳିତ ଜୀବନ ପାଇଁ ଏକ ଭଲ ପେନ୍ସନ୍ ଯୋଜନା । ଏଥିରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପେନସନ୍ ପାଆନ୍ତି । ଏଥିରେ ପତି ବା ପତ୍ନୀ ଯିଏ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚିରହନ୍ତି ସେ ପେନ୍ସନ୍ ପାଆନ୍ତି । ଯେତେବେଳେ ଉଭୟ ଆଉ ସଂସାରରେ ନାହାଁନ୍ତି, ସେତେବେଳେ ତାଙ୍କ ଦ୍ୱାରା ମନୋନୀତ ବ୍ୟକ୍ତି (ନୋମିନି) ମୂଳ ମୂଲ୍ୟ (ବେସ୍ ପ୍ରାଇସ୍) ପାଇବେ ।
ସରଳ ପେନସନ ଯୋଜନାର ଖାସ ବୈଶିଷ୍ଟ୍ୟ
୧. ବୀମାଧାରକ ବ୍ୟକ୍ତି ପଲିସି ନେବା ମାତ୍ରେ ତାଙ୍କ ପେନସନ୍ ଆରମ୍ଭ ହୋଇଯିବ ।
୨. ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ ପ୍ରତି ମାସ ପେନସନ୍ ନେବେ କିମ୍ବା ତ୍ରୈମାସିକ, ଅର୍ଦ୍ଧ-ବାର୍ଷିକ କିମ୍ବା ବାର୍ଷିକ ପେନସନ୍ ନେବେ । ଆପଣଙ୍କୁ ହିଁ ଏହି ବିକଳ୍ପ ନିଜେ ବାଛିବାକୁ ପଡି଼ବ ।
୩. ଏହି ପେନସନ୍ ସ୍କିମ୍ ଉଭୟ ଅନଲାଇନ୍ ଓ ଅଫଲାଇନ୍ ନିଆଯାଇପାରେ ।
୪. ଏହି ଯୋଜନାରେ ଆପଣଙ୍କୁ ସର୍ବନିମ୍ନ ୧୨,୦୦୦ ଟଙ୍କା ବିନିଯୋଗ କରିବାକୁ ପଡି଼ବ । ଏଥିରେ କୌଣସି ସର୍ବାଧିକ ବିନିଯୋଗ ସୀମା ନାହିଁ । ଅର୍ଥାତ ଆପଣ ଯେତେ ଅଧିକ ଚାହାନ୍ତି ସେତେ ପ୍ରିମିୟମ୍ ଏକକାଳୀନ ଦେଇ ଏହି ପଲିସି ନେଇପାରିବେ ।
୫. ଏହି ଯୋଜନା ୫୦ରୁ ୮୦ ବର୍ଷର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ।
୬. ଏହି ଯୋଜନାରେ ପଲିସିଧାରୀ ବ୍ୟକ୍ତି ଚାହିଁଲେ ଏହି ପଲିସି ଆରମ୍ଭ ହେବାର ଛଅ ମାସ ପରେ ଯେକୌଣସି ସମୟରେ ଋଣ ନେଇପାଇବେ ।