ଓଡିଶା

ଆହୁରି କଲବଲ କରିବ ଗରମ ସାଙ୍ଗକୁ ଗୁଳୁଗୁଳି, ୧୯ ସ୍ଥାନରେ ୪୦ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର: ରାଜ୍ୟରେ ଅଗ୍ନିବର୍ଷା। ତାତିରେ ସିଝୁଛି ସାରା ଓଡ଼ିଶା। ଆହୁରି କଲବଲ କରିବ ଗରମ ସାଙ୍ଗକୁ ଗୁଳୁଗୁଳି। ୧୯ ସ୍ଥାନରେ ୪୦ ଡିଗ୍ରୀ ଟପିଲା ପାରଦ। ଗତ ୨୪ ଘଣ୍ଟାରେ ୪୩.୨ ଡିଗ୍ରୀ ସହ ସମ୍ବଲପୁର ସବଠୁ ଉତ୍ତପ୍ତ ସହର ପାଲଟିଛିଲା। ଟିଟିଲାଗଡ଼ ୪୨.୫ ଏବଂ ବଲାଙ୍ଗିରରେ ୪୨ ଡିଗ୍ରୀ ଛୁଇଁଛି ପାରଦ। ଅନୁଗୁଳରେ ୪୧.୭, ବାରିପଦାରେ ୪୦.୪ ଓ ଝାରସୁଗୁଡ଼ାରେ ପାରଦ ୪୧.୬ ଡିଗ୍ରୀ ଛୁଇଁଛି। ଭୁବନେଶ୍ବରରେ ପ୍ରଥମ କରି ଚଳିତ ବର୍ଷର ସର୍ବାଧିକ ତାପମାତ୍ରା ୪୦.୭ ଡିଗ୍ରୀ ରେକର୍ଡ ହୋଇଛି।

ବାୟୁମଣ୍ଡଳରେ ଆଦ୍ରତା ପରିମାଣ ଅଧିକ ରହିବା ହେତୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି।  ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ଗରମ ଅନୂଭୁତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଆଗାମୀ ୩ ଦିନ ପର୍ଯ୍ୟନ୍ତ ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା । ଆଜି ଗରମ ଓ ଗୁଳୁଗୁଳି ନେଇ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ଆସନ୍ତାକାଲି ପାଇଁ ୧୯ ଜିଲ୍ଲାକୁ ଆଲର୍ଟ ହୋଇଛି । ତା ମଧ୍ୟରୁ ୯ ଜିଲ୍ଲାର କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button