ଶିକ୍ଷା

ଛାତ୍ରଟିକୁ ମିଳିଥିଲା 625 ରୁ 624, ଦ୍ଵିତୀୟ ଥର ଖାତା ଚେକ କରିବାରୁ ଆସିଲା ହୋସ ଉଡେଇଦେବା ପରି ରେଜଲ୍ଟ

ଆଜି ଆମେ ଆପଣଙ୍କୁ ଏମିତି ବିଷୟରେ ଜଣେଇବାକୁ ଯାଉଛୁ ଯେଉଁଠି ଶିକ୍ଷା କ୍ଷେତ୍ରର କରପ୍ସନଙ୍କ ମାମଲାରେ ଗୋଟେ ଛାତ୍ରକୁ ଯେବେ ପୁଣି ଯାଞ୍ଚ ପକ୍ରିୟାରେ ଅଗ୍ରସର ହେବାକୁ ପଡ଼ିଲା ତ ତାଙ୍କ ଉପରେ କି ପ୍ରଭାବ ପଡ଼ିଥିଲା ଓ ତାପରେ ଆସିଥିବା ରେଜଲ୍ଟ ତା ପରିବାରକୁ କେବଳ ନୁହେଁ ସାରା ରାଜ୍ୟ କୁ ଚକିତ କରିଥିଲା । ଆସନ୍ତୁ ଜାଣିବା ପୁଣି ଯାଞ୍ଚ ପରେ ଏମିତି କଣ ହେଲା ଯେ ସମସ୍ତେ ଚକିତ ହେଇଗଲେ ।

ପୂର୍ବ ବର୍ଷ କର୍ଣ୍ଣାଟକ ବୋର୍ଡ ଦ୍ଵାରା ଜାରି 10ମ ରେଜଲ୍ଟ ରେ କୈଫ ମୁଲ୍ଲା ନାମକ ବୋର୍ଡ ଛାତ୍ରକୁ 625 ରୁ 624 ଅଙ୍କ ମିଳିଥିଲା ଓ ସେ ଟପ୍ପର ହେଇଥିଲେ ।

ତାପରେ କିଛି ଲୋକ ତାଙ୍କୁ ଭେଟ କରି ଅଧିକ ମାର୍କ ଉପରେ ପ୍ରଶ୍ନ ଉଠାଇଥିଲେ ଓ ଶେଷରେ ମଧ୍ୟ ଆଉଥରେ ତାଙ୍କ ଖାତା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବୋର୍ଡର ଏଇ ନିଷ୍ପତ୍ତି ପାଇଁ କୈଫ ଓ ତାଙ୍କ ପରିବାର ଲୋକଙ୍କ ମନୋବଳ ଭାଙ୍ଗି ଯାଇଥିଲା, କିନ୍ତୁ ତାଙ୍କର ଖୁସିର ସୀମା ସେବେ ରହିଲାନି, ଯେବେ ଜାଣିଲେ ଯେ ଖାତା ଯାଞ୍ଚ ପରେ କୈଫଙ୍କୁ 625 ରୁ 625 ମାର୍କସ ମିଳିଛି । ଏହାର ଅର୍ଥ ଯେଉଁ ଗୋଟେ ମାର୍କ ତାଙ୍କର କଟାଯାଇଥିଲା,ସେ ବି ତାଙ୍କୁ ମିଳିଗଲା । ଏହାପରେ ପରିବାର ରେ ଖୁସିର ଲହରୀ ଖେଳିଯାଇଥିଲା ।

ତାଙ୍କୁ 625 ରୁ 624 ଅଙ୍କ ଏଥିପାଇଁ ମିଳିଥିଲା କି ସାଇନ୍ସ ରେ ଗୋଟେ ମାର୍କ କଟାଯାଇଥିଲା ହେଲେ ଯାଞ୍ଚ ପରେ ସାଇନ୍ସ ରେ ବି ଫୁଲ ମାର୍କ ମିଳିଗଲା ।କର୍ଣ୍ଣାଟକର ସନ୍ତ ଜେବିୟର ସ୍କୁଲର ଦଶମ ଛାତ୍ର କୈଫ ମୁଲ୍ଲା ବୋର୍ଡ ଟପ୍ପର ହେବାପରେ ମିଡିଆକୁ କହିଛନ୍ତି କି, ସେ ଆଇଏସ ଅଫିସର ହେବାକୁ ଚାହାନ୍ତି । ସେଥିପାଇଁ ସେ+2ରେ ବି ସାଇନ୍ସ ସବ୍ଜେକ୍ଟ । ତାଙ୍କ ବାପା ହାରୁନ ଅବ୍ଦୁଲ୍ଲା ହିନ୍ଦୀ ଟିଚର ଓ ମା ପରବିନ ମୁଲ୍ଲା ଏକ କନ୍ନଡ଼ ଟିଚର ।

ସେ କହିଥିଲେ କି ତାଙ୍କର ଆଶା ଥିଲା କାରଣ ପରୀକ୍ଷା ପରେ ସେ ଯାହା ଉତ୍ତର ଲେଖିଥିଲେ ତାକୁ ଘରେ ଆସି ମିଲେଇଥିଲେ । ତାଙ୍କ ବାପା କହିଛନ୍ତି ଯେ ସେ ପରୀକ୍ଷାରେ ସମ୍ପୂର୍ଣ ନମ୍ୱର୍ ଆଣିବା ପାଇଁ ବହୁତ୍ ପରିଶ୍ରମ କରିଥିଲେ ଓ ଅଧିକ ସମୟ ପଢ଼ାରେ ଲଗାଇଥିଲେ । ଯାହାର ଫଳାଫଳ ଏମିତି ହେଲାକି ସମ୍ପୂର୍ଣ୍ଣ ନମ୍ୱର ରୁ ସମ୍ପୂର୍ଣ୍ଣ ମିଳିଥିଲା । ତାଙ୍କ ବାପା ମା ଚାହୁଛନ୍ତି ଯେ କୈଫ ଆଇଏସ ଅଫିସର୍ ହୁଅନ୍ତୁ ଓ ତାଙ୍କ ସ୍ବପ୍ନ ପୂର୍ଣ୍ଣ ହେଉ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button