କ୍ରାଇମ

ଏହି କାରଣ ପାଇଁ ଝିଅକୁ ହତ୍ୟା କରି ଜୀବନ ହାରିଲେ ଦମ୍ପତି – Utkal Mail


କୋଡାଗୁ: ଝିଅକୁ ହତ୍ୟା କରି ଜୀବନ ହାରିଲେ ଦମ୍ପତି। କର୍ଣ୍ଣାଟକର କୋଡାଗୁରେ ଥିବା ଏକ ରିସର୍ଟରେ ଏହି ଘଟଣା ଘଟିଛି। ଦମ୍ପତି ପ୍ରଥମେ ଝିଅର ବେକ ଚିପି ହତ୍ୟା କରିବା ପରେ ନିଜେ ଜୀବନ ହାରିଥିଲେ। ଘରେ ଥିବା ଆର୍ଥିକ ସମସ୍ୟା ପାଇଁ ଏଭଳି ହୋଇଥିବା ଜଣାପଡ଼ିଛି। ମୃତକଙ୍କ ନାମ ବିନୋଦ(୪୩) ଓ ଜାବି(୩୫) ବୋଲି ଜଣାପଡ଼ିଥିବା ବେଳେ ୧୦ବର୍ଷୀୟ ନାବାଳିକାର ପରିଚୟ ମିଳିପାରିନାହିଁ। ଶନିବାର ଏହି ଘଟଣା ଘଟିଥିବା ବେଳେ ବେକରେ ରଶି ଲଗାଇ ଦମ୍ପତି ଜୀବନ ହାରିଥିବା ସାମ୍ନାକୁ ଆସିଛି।

ପୁଲିସର କହିବା ମୁତାବକ, ମୃତଦେହ ମିଳିଥିବା ରିସର୍ଟ ରୁମରୁ ଏକ ଚିଠି ମିଳିଛି। ସେଥିରେ ଦମ୍ପତି କୋଲ୍ଲମର ବାସିନ୍ଦା ବୋଲି ଲେଖାଥିବା ସହ ଦୁହେଁ ଆର୍ଥିକ ସମସ୍ୟା ପାଇଁ ଜୀବନ ହାରୁଥିବା ‌ଲେଖାଯାଇଛି। ଏହା ସହ ତାଙ୍କ ବିରୋଧରେ ଏକ ଆର୍ଥିକ ଅପରାଧ ମାମଲା ରୁଜୁ ହୋଇଥିବା କଥା ମଧ୍ୟ ଲେଖାଯାଇଛି। ଏ‌ବେ ଆମେ ଏହାର ତଦନ୍ତ କରୁଛୁ।

ପୁଲିସ ଆହୁରି ମଧ୍ୟ କହିଛି ଯେ, ରିସର୍ଟର ଜଣେ କର୍ମଚାରୀ ଖାଇବା ଦେବା ପାଇଁ ରୁମକୁ ଆସିବା ପରେ ୩ଜଣଙ୍କ ମୃତଦେହ ଦେଖିଥିଲେ। ବିନୋଦ ଓ ଜାବିଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ବେଳେ ତଳେ ପଡ଼ିଥିଲା ନାବାଳିକାର ମୃତଦେହ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button