କ୍ରାଇମ

ପରକୀୟା ପ୍ରୀତି, ସ୍ତ୍ରୀକୁ ହତ୍ୟା ପରେ ଜୀବନ ହାରିଲା ସ୍ବାମୀ

ଗଜପତି : ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ ହତ୍ୟା ପରେ ଜୀବନ ହାରିଲା ସ୍ବାମୀ । ନିଜେ ଜୀବନ ହାରିବା ପୂର୍ବରୁ ଭିଡ଼ିଓରେ ସମ୍ପୂର୍ଣ୍ଣ କାହାଣୀ କହିଲା ସ୍ବାମୀ । ଏବେ ଭାଇରାଲ ହେବାରେ ଲାଗିଛି ଭିଡିଓ । ଘଟଣାରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ଗଜପତି ଜିଲ୍ଲା ସେରଙ୍ଗ ଥାନା ଗାଇବା ଗାଁରେ ଘଟିଛି ଘଟଣା ।

ଗତକାଲି ସକାଳେ ସ୍ତ୍ରୀ ମୋନିକାକୁ ହତ୍ୟା କରିବା ପରେ ସ୍ବାମୀ ଜୀବନ ହାରିଥିବା ଅଭିଯୋଗ ହୋଇଥିଲା । ମୃତ ସ୍ତ୍ରୀ ମୋନିକାଙ୍କ ମୃତଦେହ ସକାଳେ ଘରୁ ଉଦ୍ଧାର ହୋଇଥିବା ବେଳେ ସନ୍ଧ୍ୟାରେ ସ୍ବାମୀ ନରେନ୍ଦ୍ର ପାଇକଙ୍କ ମୃତଦେହ ଗାଁ ନିକଟସ୍ଥ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ମୋନିକା ନୂଆଗଡ ବ୍ଲକ କେରେଡାଙ୍ଗ ଗାଁର ନରେନ୍ଦ୍ରଙ୍କୁ ପ୍ରେମ ବିବାହ କରିଥଲେ । ତାପରଠୁ ଶାଶୁ ଘରେ ରହି ଆସୁଥିଲେ । ପରେ ପରକ୍ରୀୟା ପ୍ରିତିକୁ ନେଇ ଉଭୟଙ୍କ ମଧ୍ୟରେ ଆଶାନ୍ତି ଲାଗି ରହୁଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button