ଜୀବନଶୈଳୀ

ମଥାର ଆକାର ମଧ୍ୟ ବ୍ୟକ୍ତି ବିଷୟରେ କହି ଥାଏ ବହୁତ କିଛି,- ଜାଣନ୍ତୁ ଆପଣଙ୍କ ମଥା ଆକାର କଣ କହୁଛି ଆପଣଙ୍କ ବିଷୟରେ

ଏହି କଥା ଆମେ ସମସ୍ତେ ଜାଣିଛୁ କି ଲୋକଙ୍କ ଅଭ୍ୟାସ ଅନୁଯାଇ ତାଙ୍କ ଶରୀର ପରିବର୍ତନ ହୋଇ ଥାଏ ଏବଂ ମଣିଷ ଶରୀର ତାଙ୍କ ବ୍ୟକ୍ତିତ୍ଵ ବିଷୟରେ ବହୁତ କିଛି କହି ଥାଏ । ସେଥିପାଇଁ କେତେକ ଲୋକ ଅନ୍ୟ ଲୋକଙ୍କ ଚେହେରା ଦେଖି ସେହି ଲୋକ ବିଷୟରେ ବହୁତ କିଛି ଜାଣି ପାରନ୍ତି । ଯଦି ଆପଣ ଜ୍ୟୋତିଷ ଶାସ୍ତ୍ର ମାନନ୍ତି ତେବେ ଆପଣ ଜାଣି ଥିବେ ବା ଦେଖି ଥିବେ ଯେ ଯେତେବେଳେ କେହି ଜ୍ୟୋତିଷଙ୍କୁ ନିଜ ଭାଗ୍ୟ ବିଷୟରେ ପଚାରନ୍ତି, ତେବେ ସେ ଆଗ ଲୋକଟିର ମଥା ଦେଖି ଥାନ୍ତି ।

Image Courtesy: Google

ଆଜି ଆମେ ଆପଣଙ୍କୁ କିଛି ଏମିତି ଶାସ୍ତ୍ର ବିଷୟରେ କହିବୁ ଯାହା ଅନୁଯାଇ ଆପଣ ମଧ୍ୟ ଜାଣି ପାରିବେ କେଉଁ ମଥା ଆକାର କେଉଁ ବ୍ୟକ୍ତିତ୍ଵ କହି ଥାଏ  :

–    ଛୋଟ ମଥା :

ଛୋଟ ମଥା ଲୋକ ବହୁତ ଇମୋସ୍ନଲ ହୋଇ ଥାନ୍ତି, ଏହା ଛଡା ଏହି ଲୋକଙ୍କ ମୁଡ ସବୁବେଳେ ଗୋଟେ ପରି ରୁହେ ନାହିଁ । ଏହି ପରି ଲୋକ ଛୋଟ ଛୋଟ କଥା ପାଇଁ ରାଗି ଯାଆନ୍ତି, ଏମିତି ଲୋକ କାହା ସହିତ ନିଜ କଥା ଶେୟର କରିବା ପସନ୍ଦ କରନ୍ତି ନାହିଁ ।

 

Image Courtesy: Google

–    ସପାଟ ମଥା :

ଏହାକୁ ଇଂରାଜୀ ରେ ଷ୍ଟ୍ରେଟ ଫୋରହେଡ ମଧ୍ୟ କୁହା ଯାଏ, ଏହି ପରି ମଥା ଲୋକ ନିଜ କାମରେ ବହୁତ ଗମ୍ଭୀର ହୋଇ ଥାନ୍ତି । ଏହି ପରି ଲୋକ ବହୁତ ଶୀଘ୍ର କାହାକୁ ନିଜର କରି ପାରନ୍ତି ନାହିଁ, ସେଥିପାଇଁ ଏହି ପରି ଲୋକଙ୍କ ମନ କିଣିବା ବହୁତ କଷ୍ଟକର ଅଟେ ।

–    ବଡ ମଥା :

ବଡ ମଥା ବହୁତ ଭଲ ଓ ଶୁଭ ହୋଇ ଥାଏ କିନ୍ତୁ କେତେକ ମହିଳା ନିଜ ମଥାକୁ ଚୁଟି ଦ୍ଵାରା ଲୁଚେଇବା ପାଇଁ ଚେଷ୍ଟା କରନ୍ତି କିନ୍ତୁ ବଡ ମଥା ଭାଗ୍ୟ ଓ ଧନ ଦେଇ ଥାଏ । କେବଳ ଏତିକି ନୁହେଁ ବଡ ମଥା ଲୋକ ବୁଦ୍ଧିମାନ ହୋଇ ଥାନ୍ତି, ଏହି ଲୋକ ନିଷ୍ପତ୍ତି କରିବାରେ ବହୁତ ଭଲ କ୍ଷମତା ରଖନ୍ତି ।

 

Image Courtesy: Google

–    ପାହାଡ ପରି ମଥା :

ଯେଉଁ ଲୋକ ମଥା ପାହାଡ ଆକାର ର ହୋଇ ଥାଏ ସେହି ଲୋକ ବହୁତ ସାମାଜିକ ହୋଇ ଥାନ୍ତି, ଏହା ଛଡା ଏହି ଲୋକ ବହୁତ ସରଳ ସ୍ଵଭାବର ହୋଇ ଥାନ୍ତି ଏବଂ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଯାଆନ୍ତି ।

–    ଶାର୍ପ ମଥା :

ଯେଉଁ ଲୋକ ମଥା ତେଢା ମେଢା ହୋଇ ଥାଏ ସେହି ଲୋକ ବହୁତ ଜିଦ୍ଦି ସ୍ଵଭାବର ହୋଇ ଥାନ୍ତି, କେତେକ ଥର ନିଜ ଏହି ଅବୁଝା ଗୁଣ ପାଇଁ ଏହି ଲୋକ ବହୁତ ଅସୁବିଧାରେ ମଧ୍ୟ ପଡି ଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button