ଦେଶ ବିଦେଶ

ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେନି ପୁଟିନ୍ ! – Utkal Mail


ମସ୍କୋ : ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଯୋଗ ଦେବାକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର କୌଣସି ଯୋଜନା ନାହିଁ। କ୍ରେମଲିନକୁ ସୁତ୍ରକୁ ଉଦ୍ଧାର କରି ଏକ ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସି ଏହି ସୂଚନା ଦେଇଛି ।

ଆସନ୍ତା ମାସ ଅର୍ଥାତ ସେପ୍ଟେମ୍ବରରେ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକାରନ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରମୁଖ ବିଶ୍ବନେତାମାନେ ଯୋଗ ଦେବେ।

ସେପ୍ଟେମ୍ବରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତରେ ଯିବେ ନାହିଁ ବୋଲି ରୁଷ୍ ରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି। ସ୍ୱତନ୍ତ୍ର ସାମରିକ ଅଭିଯାନ ଉପରେ ସେମାନଙ୍କ ଫୋକସ ରହିଛି ବୋଲି ସେ କହିଛନ୍ତି ।

ୟୁକ୍ରେନରେ ଯୁଦ୍ଧ ଅପରାଧ ଅଭିଯୋଗରେ ପୁଟିନଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ଗିରଫ ପରୱାନା ଜାରି କରିଛନ୍ତି। ଅର୍ଥାତ୍ ବିଦେଶ ଗସ୍ତ ସମୟରେ ଭ୍ଲାଦିମିର ପୁଟିନ ଗିରଫ ହେବାର ଆଶଙ୍କା ରହିଛି।

ନିକଟରେ ସମାପ୍ତ ହୋଇଥିବା ବ୍ରିକ ସମ୍ମିଳନୀରେ ବି ପୁଟିନ ଯୋଗ ଦେଇନଥିଲେ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧନ କରିଥିଲେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button