ମନୋରଞ୍ଜନ

ଇରଫାନ ଖାନଙ୍କ ବ୍ୟକ୍ତିତ୍ଵର ଏହି କଥା ତାଙ୍କୁ କରେ ସମସ୍ତଙ୍କଠାରୁ ଖାସ, ଯାହା ସମସ୍ତେ ଜାଣିବା ଉଚିତ! ଏଇଥିପାଇଁ କରୁଥିଲେ ଫ୍ୟାନଙ୍କ ହୃଦୟରେ ରାଜ

ଇରଫାନ ଖାନ ନିଧନ ସମସ୍ତଙ୍କ ପାଇଁ ଗୋଟେ ସଦମା ଭଳି ଲାଗିଛି, ଫ୍ୟାନ୍ସ ଠାରୁ ଆରମ୍ଭ କରି ବଲୀଉଡ ଅନ୍ୟ ଅଭିନେତା ଅଭିନେତ୍ରୀ ଏହାର ଶୋକ ପ୍ରକଟ କରୁଛନ୍ତି ଏବଂ ସୋଶିଅଲ ମିଡିଆ ରେ ଏହି ମହାନ ଅଭିନେତାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି, ଇରଫାନ ବହୁତ ସୁପର ଟ୍ୟାଲେନଟେଡ ଏବଂ ସଫଳ ଅଭିନେତା ଥିଲେ, କିନ୍ତୁ ଏହା ପରେ ମଧ୍ୟ ଲୋକ ତାଙ୍କୁ ସବୁଠାରୁ ଅଧିକ ଭଲ ତାଙ୍କ ବ୍ୟବହାର ଏବଂ ବ୍ୟକ୍ତିତ୍ବର ବିଶେଷ କାରଣ ପାଇଁ କରୁଥିଲେ । ଏମିତି କିଛି ଗୁଣ ଯାହା ଅନ୍ୟ ଲୋକ ମଧ୍ୟ ନିଜ ଜୀବନରେ ଆଣିବା ପାଇଁ ଚାହୁଁଥିଲେ, ତେବେ ଜୀବନରେ ଭଲ ପାଇବା, ସ୍ନେହ ଏବଂ ସମ୍ମାନ ବଢେ କେବେ କମ ହୋଇନଥାଏ ।

ଡାଉନ ଟୁ ଆର୍ଥ ନେଚର :

ଇରଫାନ ଖାନ କେତେ ବଡ ଅଭିନେତା ଏହାକୁ ଶବ୍ଦରେ କହିବା ଆବଶ୍ୟକ ନୁହ, ତେବେ ସେ ଫିଲ୍ମ ସେଟରେ ଥାନ୍ତୁ ବା ଇଭେଣ୍ଟ ରେ ବା ଫ୍ୟାନ୍ସ ମଝିରେ, କେବେ ବି ଇରଫାନଖାନଙ୍କୁ କେହି ଷ୍ଟାରି ଟାଣ୍ଟ୍ରମ୍ ଆପଣ ଦେଖିବାକୁ ପାଇ ନଥିବେ । ଖୋଲା ହୃଦୟ ଲୋକ ଇରଫାନ ଖାନ ସମସ୍ତଙ୍କ ସହ ସମ୍ମାନ ଦେଇ କଥା କହୁଥିଲେ, ତେବେ ସେ ଫ୍ୟାନ୍ସ ହୁଅନ୍ତୁ ବା ଅନ୍ୟ ସେଟ ଲୋକ । ସେ ଏମିତି ଏକ ଅଭିନେତା ଥିଲେ ଯିଏ ଆକାଶ ପାଇ ମଧ୍ୟ ମାଟିକୁ ଛାଡି ନଥିଲେ, ସଫଳତା ପ୍ରାପ୍ତ କଲା ପରେ ଲୋକଙ୍କ ମନରେ ଅହଂକାର ଭଳି ଭାବନା ଆସିଥାଏ ଯାହା ପରେ ତାଙ୍କୁ ଭଲ ପାଇବା ଲୋକ ବହୁତ କମ ହୋଇଯାନ୍ତି ଯିଏ ସତରେ ତାଙ୍କ ବିଷୟରେ ଚିନ୍ତା କରନ୍ତି ବା ତାଙ୍କୁ ଭୁଲ ଠିକ ରାସ୍ତା ଦେଖାଣ୍ଟି । ଏହି କାରଣ ପାଇଁ ସଫଳତା ପ୍ରାପ୍ତ କଲା ପରେ ମଧ୍ୟ ମଣିଷକୁ ବିନମ୍ର ରହିବା ଉଚିତ ଏବଂ ଏହାର ସବୁଠାରୁ ଉତମ ଉଦାହରଣ ଇରଫାନ ଖାନ ଥିଲେ ।

ସାଙ୍ଗମାନଙ୍କ ସାଙ୍ଗ :

ଇରଫାନ ଖାନ ନିଜ ସାଙ୍ଗମାନଙ୍କ ସହ ମିତ୍ରତା ନିଭେଇବା ଭଲ ଭାବରେ ଜାଣିଥିଲେ, ସେ ନିଜ ସାଙ୍ଗମାନଙ୍କ ଆଗରେ କେବେ ଏହା ଦେଖେଇବା ପାଇଁ ଚେଷ୍ଟା କରି ନଥିଲେ ଯେ ସେ ଗୋଟେ ସଫଳ ଅଭିନେତା ଅଟନ୍ତି, କେବଳ ଚଳଚିତ୍ର ଦୁନିଆ ସାଙ୍ଗ ନୁହ ସେ ଅଭିନେତା ହେଲା ପରେ ମଧ୍ୟ ଯେବେ ବି ନିଜ କଲେଜ ସାଙ୍ଗମାନଙ୍କୁ ଦେଖୁଥିଲେ ମଜା ମସ୍ତି କରୁଥିଲେ ଯେମିତି ସେ ଗୋଟେ ସାମାନ୍ଯ ସାଙ୍ଗ ଅଟନ୍ତି ।

କାମ ପ୍ରତି ପ୍ୟାଶନ :

ଅଭିନୟ ପାଇଁ ନିଜ ପ୍ୟାଶନକୁ ଫଲୋ କରି ନେଶନାଲ ସ୍କୁଲ ଅଫ ଡ୍ରାମା ଆସି ପହଞ୍ଚି ଗଲେ, ଏହା ପରେ ମୁମ୍ବାଇ ରେ ନିଜ ଅଭିନେତା ସ୍ବାପନ ନେଇ ଦୌଡିବା ଆରମ୍ଭ କରିଥିଲେ, ସଫଳତା ପ୍ରାପ୍ତି ପାଇଁ ବହୁତ ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡିଲା କିନ୍ତୁ ସେ ସଫଳତା ପ୍ରାପ୍ତ କଲେ । ତାଙ୍କ ସ୍ତ୍ରୀ ସୂତାପା ସିକଦର ଗୋଟେ ଇଣ୍ଟରଭ୍ୟୁ ରେ କହିଥିଲେ, ସଫଳତା ପ୍ରାପ୍ତ କଲା ପରେ ମଧ୍ୟ ଇରଫାନ ରାତି ୩ଟା ପର୍ଯ୍ୟନ୍ତ ସ୍କ୍ରିପ୍ଟ ପଢନ୍ତି ଏବଂ ଏହା ସହ ନୋଟ୍ସ ବନାନ୍ତି ଯାହା ଦ୍ଵାରା ସେ ନିଜ କାମକୁ କେମିତି ଆଉ ଭଲ କରିପାରିବେ । ନିଜ ସଫଳତା ଉପରେ ଗର୍ବ କରୁଥିବା ଲୋକ ଅଧିକ ବାଟ ଯାଇ ପାରନ୍ତି ନାହିଁ ସେଥିପାଇଁ ଇରଫାନ ଖାନଙ୍କ ଜୀବନ ଠାରୁ ଆମକୁ ଏହା ଶିଖିବା ଉଚିତ ଯେ ସଫଳତା ପରେ ମଧ୍ୟ କଷ୍ଟ କରିବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button