ମନୋରଞ୍ଜନ

ରୁବିନାଙ୍କ ସ୍ୱାମୀ ଅଭିନବ ଶୁକ୍ଳାଙ୍କ ଦ୍ଵିତୀୟ ପତ୍ନୀ ହେବାକୁ ଚାହୁଁଛନ୍ତି ରାକ୍ଷୀ ସାୱନ୍ତ , ନିଜ ସ୍ୱାମୀଙ୍କ ଠାରୁ ମାଗିଲେ ଛାଡପତ୍ର

ବଲିଉଡ ଇଣ୍ଡଷ୍ଟ୍ରିର ବା-ଦବି-ବାଦ ରାଣୀ କୁହାଯାଉଥିବା ରାକ୍ଷୀ ସାୱନ୍ତ ଆସିବା ଦିନ ହିଁ ନିଜର ବକ୍ତବ୍ୟକୁ ନେଇ ଶିରୋନାମାରେ ଅର୍ଥାତ ହେଡ ଲାଇନରେ ରହିଛନ୍ତି। ଏହିଦିନ ଗୁଡିକରେ ରାକ୍ଷୀ ସାୱନ୍ତ ବିଗବୋସଙ୍କ ଘରେ ଅଛନ୍ତି ଏବଂ ବିଗବୋସ 14 ରେ ତାଙ୍କ ଜୀବନ ସହ ଜଡିତ ଅନେକ କଥାର ପ୍ରକାଶ କରିସାରିଛନ୍ତି। ରାକ୍ଷୀ ସାୱନ୍ତ ଏବେ ନିଜ ବିଷୟରେ ଏବଂ ତାଙ୍କ ସ୍ୱାମୀଙ୍କ ବିଷୟରେ ଅନେକ କଥା ଘରଲୋକଙ୍କ ସହ ସେୟାର କରିଥିଲେ ଏବଂ ରାକ୍ଷୀଙ୍କ ଏହି କଥାକୁ ସେୟାର କରିବାର ଶୈଳୀ ବହୁତ ମଜାଳିଆ ଥିଲା। ଫଳରେ ଘରଲୋକଙ୍କ ସହ ଦର୍ଶକ ମଧ୍ୟ ବହୁତ ଉପଭୋଗ କରିଛନ୍ତି।

ଏହାସହ ଏକ ନୂଆ କ୍ଲିପରେ ଦେଖିଆଯାଇଛି ଯେ ରାକ୍ଷୀ ସାୱନ୍ତ ନିଜ ସ୍ୱାମୀ ରିତେଶଙ୍କ ଠାରୁ ଛାଡପତ୍ର ମାଗିଛନ୍ତି। ଏହାଶୁଣି ଘରଲୋକ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ବିଗବୋସ 14ର ଏକ କ୍ଲିପ୍ ରେ ଦେଖିଆଯାଇଛିକି ରାଖୀ, ସୋନାଲି ଫୋଗାଟ , ଅଭିନବ ଶୁକ୍ଳା ,ରୁବିନା ଦିଲକ
ଏକା ସାଥିରେ ଏକ ଗାର୍ଡେନରେ ବସିରହିଛନ୍ତି ଏବଂ କିଛି କଥା ହେଉଛନ୍ତି । ଏହି କଥା ମଧ୍ୟରେ ରାକ୍ଷୀ ତାଙ୍କ ସ୍ୱାମୀ ରିତେଶଙ୍କ ବିଷୟରେ ଚର୍ଚ୍ଚା କରିବା ସହ କହିଛନ୍ତିଯେ ଯଦି ତାଙ୍କ ସ୍ୱାମୀ ତାଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି ତେବେ ଦେଇଦିଅନ୍ତୁ , ସେ କାହାକୁ ଡରନ୍ତି ନାହିଁ କାରଣ ଦେଢ଼ ବର୍ଷ ହୋଇଗଲାଣି କିନ୍ତୁ ତାଙ୍କ ସ୍ୱାମୀ ଏଠାକୁ ଆସିନାହାଁନ୍ତି।

ରାକ୍ଷୀଙ୍କର ଏହି କଥାକୁ ଶୁଣି ରୁବିନା, ଅଭିନବ, ସୋନାଲି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାସହ ଘରଲୋକ ରାକ୍ଷୀଙ୍କୁ ପଚାରିଲେ ଯେ ଏମିତି କେଉଁ କାରଣ ପାଇଁ ତାଙ୍କ ସ୍ୱାମୀ ତାଙ୍କୁ ଦେଢ଼ ବର୍ଷ ହେବ ଦେଖାକରିବାକୁ ଆସିନାହାନ୍ତି । ଏହାଶୁଣି ରାକ୍ଷୀ ତାଙ୍କ ବିବାହ ଜୀବନର ଅନେକ ରହସ୍ୟ କଥା ଖୋଲିକହିଛନ୍ତି ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ରାକ୍ଷୀ କହିଛନ୍ତି ଯେ ସେ ତାଙ୍କ ସ୍ୱାମୀଙ୍କୁ 3 ଥର ଡାକିସାରିଲେଣି କିନ୍ତୁ ସେ ଆସିନାହାନ୍ତି ,4ଥର ନିଜ ହାତରେ ମେହେନ୍ଦୀ ଲଗାଇଲେ କିନ୍ତୁ ସେ ଆସିଲେ ନାହିଁ। ସେ ଏହାମଧ୍ୟ କହିଛନ୍ତିଯେ ତାଙ୍କ ସ୍ବାମୀଙ୍କ ପ୍ରତି ତାଙ୍କ ମନରେ କୌଣସି ଘଣ୍ଟି ବାଜି ନାହିଁ। ଏହାସହ ମଧ୍ୟ ରାକ୍ଷୀ କହିଛନ୍ତିଯେ ଯେତେବେଳେ ତାଙ୍କ ସ୍ୱାମୀ ଆସିବେ ସେତେବେଳେ ସେ ଘଣ୍ଟି ବଜେଇବେ ଏବଂ ରାକ୍ଷୀ କହିଛନ୍ତି ଯେ ସେ ନିଜକୁ ବହୁତ ଏକା ଏକା ଭାବୁଛନ୍ତି କିନ୍ତୁ ଏହି ସବୁ କଥା ତାଙ୍କୁ ମିଡ଼ିଆ ଆଗରେ କହିବାର ନଥିଲା ବୋଲି କହିଛନ୍ତି ଏବଂ ଏତିକି କହି ସେ କାନ୍ଦିବାକୁ ଲାଗିଛନ୍ତି।

ଏହିସବୁକଥା ଶୁଣିବା ପରେ ସମସ୍ତେ ଭାବୁଛନ୍ତିଯେ ରାକ୍ଷୀ ଯାହାସବୁ କହିଛନ୍ତି ତାଙ୍କ ସ୍ୱାମୀଙ୍କ ବିଷୟରେ ଅର୍ଥାତ ସେ ସତରେ ତାଙ୍କ ବୈବାହିକ ଜୀବନରେ ଦୁଃଖି ଅଛନ୍ତି କି ଏହା କେବଳ ଏକ ମଜା ଥିଲା। ସେ ଯାହା ମଧ୍ୟ ହଉ ପଛେ ଏହା ସତ କି ମିଛ ତାହା ଆସନ୍ତା ସମୟ କହିବ। ସେ ଏହି ବିଷୟରେ ବିଗବୋସ୍ ଙ୍କ ସହ କଥା ହେଇଥିଲେ ଏବଂ ବିଗବୋସ୍ ମଧ୍ୟ କହିଛନ୍ତିଯେ ତାଙ୍କ ସ୍ୱାମୀ କେବଳ ଗୋଟେ ଥର ସମସ୍ତଙ୍କ ସମ୍ମୁଖକୁ ଚାଲିଆସନ୍ତୁ। ଏତିକି କଥା ହୋଇ ରାକ୍ଷୀ ଏଣ୍ଟରଟେନମେଣ୍ଟ ଵାଲା ମୋଡ଼କୁ ଚାଲିଯାଆନ୍ତି।

ଏହାପରେ ରାକ୍ଷୀ ଏକ ମଜାଳିଆ ଭାବରେ କହିଛନ୍ତିଯେ ସେ ଯେତେବେଳେ ପ୍ରତ୍ୟକ ସ୍ୱାମୀଙ୍କୁ ତାଙ୍କ ପତ୍ନୀଙ୍କ ସହ ଦେଖନ୍ତି ସେତେବେଳେ ତାଙ୍କ ଭିତରେ କିଛି କିଛି ହେବାକୁ ଲାଗେ।

ରାକ୍ଷୀ ମଜା ମଜାରେ ଏହା ମଧ୍ୟ କହିଛନ୍ତିଯେ ସେ ରୁବିନାଙ୍କ ସ୍ୱାମୀ ଅଭିନବକୁ ଚୋରେଇ ନିଜର ସ୍ୱାମୀ କରିଦେବେ ।ପୂର୍ବରୁ ମଧ୍ୟ ରାକ୍ଷୀଙ୍କର ଅଭିନବକୁ ପାଇବାର ଆକର୍ଷଣ ରହିଥିଲା ଅର୍ଥାତ ତାଙ୍କୁ ସ୍ୱାମୀ କରିବାର ଇଛାରଖିଥିଲେ ରାକ୍ଷୀ। ସେ ଏହା ମଧ୍ୟ କହିଛନ୍ତିଯେ ଅଭିନବଙ୍କ ଶରୀର ବହୁତ ଆକର୍ଷଣୀୟ ଅଟେ ଏବଂ ସେ ଅଭିନବଙ୍କୁ କେବଳ ପଟେଇବାକୁ ଚାହୁଁଛନ୍ତି।

ରାକ୍ଷୀ କହିଛନ୍ତିଯେ ଯେପରି ଅଭିନବ ପାଇଁ ରୁବିନା ସମସ୍ତଙ୍କ ସହ ଲ-ଢିଯାନ୍ତି ସେହିପରି ତାଙ୍କ ଦ୍ଵିତୀୟ ପତ୍ନୀ ମଧ୍ୟ ଲ-ଢ଼ିବ ।
ଏହାପରେ ରାକ୍ଷୀ ନିଜର କଥାକୁ ସୁଧାରି କହିଛନ୍ତିଯେ ସେ ଅଭିନବଙ୍କ ପତ୍ନୀ ନହୋଇ ପାରନ୍ତୁ ପଛେ କିନ୍ତୁ ସେ ଅଭିନବଙ୍କ ଗାର୍ଲଫ୍ରେଣ୍ଡ ତ ହୋଇପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button