ସ୍ୱାସ୍ଥ୍ୟ

ବଳକା ତେଲର ବ୍ୟବହାର ବଢ଼ାଏ ରୋଗର ଆଶଙ୍କା

ସାଧାରଣତଃ ଘରେ ପୁରୀ କିମ୍ବା ପକୁଡ଼ି ଛାଣିଲା ପରେ କଡ଼େଇରେ ଯେଉଁ ତେଲ ବଞ୍ଚିଯାଏ, ତାହାକୁ ଅନେକ ଲୋକ ପୁଣି ଥରେ ବ୍ୟବହାର କରିଦିଅନ୍ତି। କେହି ଏଥିରେ ତରକାରୀ ରାନ୍ଧନ୍ତି ତ ଆଉ କିଏ ଶିଶିରେ ରଖି ଆଉ ଥରେ ଛଣାଛଣି କରନ୍ତି। ତେବେ ସେମାନେ ଜାଣି ନାହାନ୍ତି ଯେ ଏହା ତାଙ୍କ ସ୍ବାସ୍ଥ୍ୟ ପାଇଁ କେତେ ଖରାପ ହୋଇପାରେ। ଚାଲନ୍ତୁ ଜାଣିବା ଥରେ ବ୍ୟବହାର କରାଯାଇଥିବା ତେଲକୁ ପୁଣି ଥରେ ବ୍ୟବହାର କଲେ କେଉଁ ଅସୁବିଧା ସୃଷ୍ଟି ହୋଇପାରେ।

ଥରେ ବ୍ୟବହାର କରାଯାଇଥିବା ତେଲକୁ ପୁଣି ଥରେ ଖାଦ୍ୟରେ ବ୍ୟବହାର କଲେ, କ୍ୟାନ୍‌ସର ହେବାର ଆଶଙ୍କା ସୃଷ୍ଟି ହୁଏ। କାରଣ ତେଲକୁ ବାରମ୍ବାର ଗରମ କଲା ପରେ ସେଥିରେ ଧିରେ ଧିରେ ଫ୍ରି ରାଡିକାଲ୍ସ ସୃଷ୍ଟି ହେବାରେ ଲାଗେ। ଯାହାଫଳରେ ଏହି ତେଲରେ ଆଣ୍ଟି ଅକ୍ସିଡାଣ୍ଟ ମାତ୍ରା ଶେଷ ହୋଇଯାଏ ଏବଂ ତେଲରେ କ୍ୟାନ୍ସର ପାଇଁ ଦାୟୀ କୀଟାଣୁ ଜନ୍ମ ନିଅନ୍ତି। ଯାହା ଖାଦ୍ୟ ସହିତ ଆମ ଶରୀର ଭିତରକୁ ଯାଇ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାନ୍ତି।

ବଳକା ତେଲକୁ ପୁଣି ଥରେ ବ୍ୟବହାର କରିବା ଦ୍ବାରା ଶରୀରରେ ଅନେକ ରୋଗ ବସା ବାନ୍ଧିଥାନ୍ତି। ଏହାକୁ ସେବନ କରିବା ଦ୍ବାରା କୋଲେଷ୍ଟ୍ରଲ ସ୍ତର ବଢ଼ିଥାଏ। କେବଳ ସେତିକି ନୁହେଁ ଏହା ଦ୍ବାରା ହୃଦ୍‌ ଜନିତ ରୋଗ ହେବାର ଆଶଙ୍କା ମଧ୍ୟ ବଢ଼ିଥାଏ। ତେଣୁ ବଳକା ତେଲକୁ ପୁଣି ଥରେ ବ୍ୟବହାର କରିବାରୁ ଦୂରେଇ ରହିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button