ଦେଶ ବିଦେଶ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ଆଉ ଜଣେ ବ୍ୟବସାୟୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। କେନ୍ଦ୍ରୀୟ ସଂସ୍ଥା ବୁଧବାର ଅମିତ ଆରୋରା ନାମକ ଗୁରୁଗ୍ରାମର ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି।

ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ କିଛି ମାସ ତଳେ ରୁଜୁ କରିଥିବା ଏଫ୍ଆଇଆର୍ ମୁତାବକ ଅଭିଯୁକ୍ତ ତାଲିକାରେ ମନୀଷ ସିସୋଦିଆଙ୍କ ନାମ ପ୍ରଥମ ନମ୍ବରରେ ଥିଲା। ଏଫ୍ଆଇଆରରେ ଅମିତ ଆରୋରା, ଦୀନେଶ ଆରୋରା ଏବଂ ଅର୍ଜୁନ ଆରୋରାଙ୍କୁ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ ଭାବେ ଦର୍ଶାଯାଇଥିଲା ।

ଏହା ପୂର୍ବରୁ ଇଡି ଏହି ମାମଲାରେ ଦେଶର ଚର୍ଚ୍ଚିତ ମଦ ବ୍ୟବସାୟୀ ବରୁଣ ସମୀର ମହେନ୍ଦ୍ରୁ, ଅରବିନ୍ଦ ଫାର୍ମା ମୁଖ୍ୟ ଶରଦ ରେଡ୍ଡୀ ଏବଂ ବିନୟ ବାବୁଙ୍କୁ ଗିରଫ କରିଥିଲା। ଏହାଛଡ଼ା ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ପୂର୍ବତନ ସିଇଓ ବିଜୟ ନାୟାରଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା।

ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ସିବିଆଇ ୨୫ ନଭେମ୍ବରରେ ୭ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ନାମ ଏଥିରେ ନଥିଲା। ଏନେଇ ଆମ୍ ଆଦମୀ ପାର୍ଟି (ଆପ୍) ବିଜେପି ଉପରେ ଆକ୍ରମଣ କରିଥିଲା। ସିସୋଦିଆଙ୍କ ବିରୋଧରେ ସବୁ ଅଭିଯୋଗ କପୋଳକଳ୍ପିତ ଓ ମିଛ। ଏଥିପାଇଁ ବିଜେପି ଦେଶକୁ କ୍ଷମା ମାଗିବା ଉଚିତ ବୋଲି ଆପ୍ କହିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button