ଦେଶ ବିଦେଶ

ପୂର୍ବତନ ବିଶ୍ବସୁନ୍ଦରୀ ପ୍ରତିଯୋଗୀଙ୍କ ମୃତ୍ୟୁ, ଭାଇ କଲେ ଭାବିହ୍ବୋଳ ପୋଷ୍ଟ – Utkal Mail


ନୂଆଦିଲ୍ଲୀ: ବିଶ୍ବସୁନ୍ଦରୀ-୨୦୧୫ ପ୍ରତିଯୋଗିତାରେ ପ୍ରତିଯୋଗୀ ଥିବା ଶେରିକା ଡି ଅର୍ମାସଙ୍କ ମୃତ୍ୟୁ ହୋଇଛି। ସେ ୨୦୧୫ରେ ବିଶ୍ବସୁନ୍ଦରୀ ପ୍ରତିଯୋଗିତାରେ ଉରୁଗୱେରୁ ପ୍ରତିନିଧିତ୍ୱ କରିଥିଲେ ।

ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଶେରିକା ଡି ଅର୍ମାସ୍ ଗର୍ଭାଶୟ କର୍କଟରେ ପୀଡ଼ିତ ଥିଲେ। ୨୬ବର୍ଷ ବୟସରେ ଅକ୍ଟୋବର ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି। ଡି ଅର୍ମାସଙ୍କ କେମୋଥେରାପି ଏବଂ ରେଡିଓଥେରାପି ଚିକିତ୍ସା ଚାଲିଥିଲା। ସେ ସୁସ୍ଥ ହୋଇଯିବେ ବେ‌ାଲି ଆଶ କରାଯାଉଥିବା ବେଳେ  ତାଙ୍କର ଏଭଳି ମୃତ୍ୟୁ ଖବର ଶୁଣିବା ପରେ  ପ୍ରଶଂସକ ଓ ସମ୍ପର୍କୀୟ  ମଧ୍ୟରେ ଶୋକରଛାୟା ଖେଳି ଯାଇଛି।

୨୦୧୫ ମସିହାରେ ଚାଇନାରେ ଅନୁଷ୍ଠିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଶେରିକା ଡି ଅର୍ମାସ୍ ଶୀର୍ଷ ୩୦ଜଣଙ୍କ ମଧ୍ୟରେ ନଥିଲେ। କିନ୍ତୁ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ୧୮ ଜଣ ୧୮ ବର୍ଷର ମଡେଲଙ୍କ ମଧ୍ୟରୁ ଜଣେ ଥିଲେ।

ଶେରିକା ଡି ଫ୍ୟାସନକୁ ଖବୁ ପସନ୍ଦ କରୁଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ, “ମୁଁ ଜଣେ ମଡେଲ ହେବାକୁ ଚାହୁଁଛି, ତାହା ଏକ ସୌନ୍ଦର୍ଯ୍ୟ ମଡେଲ, ବିଜ୍ଞାପନ ମଡେଲ କିମ୍ବା କ୍ୟାଟୱାଲ ମଡେଲ ହେଉ ସେଥିରେ ମୋର କୌଣସି ଅସୁବିଧା ନାହିଁ। ମୁଁ ଫ୍ୟାସନ ସହ ଜଡିତ ସମସ୍ତ ଜିନିଷକୁ ଭଲ ପାଏ।’

ଶେରିକା ଡିଙ୍କ ମୃତ୍ୟୁ ପରେ ତାଙ୍କ ସହ କାମ କରୁଥିବା ସହଯୋଗୀ କହିଛନ୍ତି, ‘ଶେରିକାଙ୍କ ଭଳି ମଣିଷ ମିଳିବା ସହଜ ନୁହେଁ। ତାଙ୍କ ହୃଦୟ ନିର୍ମଳ। ସେ ଯାହାବି କରନ୍ତି ଭାବି ବିଚାରି କରିଥାଆନ୍ତି। କେବେ ବି କାହା ମନରେ କଷ୍ଟ ଦିଅନ୍ତି ନାହିଁ।’

ଭଉଣୀ ମୃତ୍ୟୁ ପରେ ଶେରିକାଙ୍କ ଭାଇ ମୟକ ସୋସିଆଲ ମିଡିଆରେ ଏକ ଭାବବିହ୍ବୋଳ ପୋଷ୍ଟ ସେୟାର କରିଛନ୍ତି। ଆଉ ଲେଖିଛନ୍ତି, ‘ ସର୍ବଦା ଉଚ୍ଚକୁ ଉଡ଼ ମୋ ଭଉଣୀ।’




Related Articles

Leave a Reply

Your email address will not be published. Required fields are marked *

Back to top button