ଓଡିଶା
ସାଇକେଲ ଧରି ରାସ୍ତାରେ ଠିଆ ହୋଇଥିଲେ ଯୁବକ, ବସରେ ଚାପି ହୋଇ ଚାଲିଗଲା ଜୀବନ

ବସ୍ ସାଇଡ କରି ଯାତ୍ରୀଙ୍କୁ ଓହ୍ଲାଇବା ସମୟରେ ଅଘଟଣ। ବର୍ଷାରେ ଗାଡି ଚକା ଦବି ଯିବାରୁ ଚାପି ହୋଇ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଙ୍କୀ ବଜାରରେ। ମୃତକ ଜଣକ ଘର ବାଙ୍କୀ ରଣପୁର ଗ୍ରାମରେ।
କଟକରୁ ବାଙ୍କୀ ଦେଇ ବରପୁଟ ଅଭିମୁଖେ ଲୋକନାଥ ନାମକ ଏକ ବସ ଯାଉଥିଲା।
ବାଙ୍କୀ ବଜାର ନିକଟରେ ବସ ସାଇଡ କରି ଲୋକଙ୍କୁ ଓହ୍ଲାଇବା ସମୟରେ ବର୍ଷା ଯୋଗୁଁ ବସଟି ଦବି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛ ଉପରକୁ ବସଟି ମାଡି ଯାଇଥିଲା। ଏହି ସମୟରେ ଠିଆ ହୋଇଥିବା ଜଣେ ସାଇକେଲ ଆରୋହୀ ବସରେ ଚାପି ହୋଇ ରହିଯାଇ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଉତ୍ତେଜନା ଦେଖା ଦେଇଥିଲା। ପୋଲିସ ଘଟଣା ସ୍ଥଳେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।