ଦେଶ ବିଦେଶ

‘ବାପ ଘରଲୋକ ୫ଲକ୍ଷ ଟଙ୍କା ଓ କାର ଯୌତୁକ ନଦେବାରୁ ଶାଶୁଘର ‌ଲୋକ ଉଲଗ୍ନ କରି ମାଡ଼ମାରୁଛନ୍ତି’: ବଧୂ – Utkal Mail


ଲକ୍ଷ୍ମୌ: ଯୌତୁକ ନିର୍ଯାତନା ମାମଲାକୁ ହ୍ରାସ କରିବା ପାଇଁ ସରକାର ବିଭିନ୍ନ ପ୍ରକ‌ାର ପଦକ୍ଷେପ ନେଉଥିବା ବେଳେ ଏମିତି ଘଟଣା କ୍ରମାଗତ ଘଟୁଥିବା ଖବର ସାମ୍ନାକୁ ଆସୁଛି। ନିକଟରେ ଜଣେ ବଧୂଙ୍କୁ ‌ଯୌତୁକ ପାଇଁ ଉଲଗ୍ନ କରି ମାଡ଼ ମାରିବା ସହିତ ତାଙ୍କୁ ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିବା ନେଇ  ଅଭିଯୋଗ ହୋଇଛି। ଏହି ଘଟଣା ପିଲିଭିତ ଜିଲ୍ଲା ସୁନଗଢ଼ି ପୁଲିସ ଷ୍ଟେସନ ଅଧୀନରେ ଥିବା ଏକ ଗାଁରେ ଘଟିଛି।

ସୂଚନାଯୋଗ୍ୟ, ପୀଡ଼ିତାଙ୍କ ବିବାହ ଏପ୍ରିଲ ୨୦୧୪ରେ ବିସଲପୁରରେ ବସବାସ କରୁଥିବା ଯୁବକଙ୍କ ସହିତ ହୋଇଥିଲା। ବିବାହ ପରେ ଶାଶୁଘର ଲୋକ ବଧୂଙ୍କୁ ୫ଲକ୍ଷ ଟଙ୍କା ଓ କାର ‌ଯୌତୁକ ବାବଦକୁ ଦାବି କରିଥିଲେ। ଏହି ଦାବି ପୂରଣ ନହେବାରୁ ସେମାନେ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ।

କେବଳ ଏତିକି ନୁହେଁ ବିବାହକୁ ଏତେ ବର୍ଷ ବିତିଯାଇଥିଲେ ହେଁ ପୀଡ଼ିତା ଗର୍ଭଧାରଣ କରିବାରେ ଅସମର୍ଥ ହେଉଥିଲେ। ତେଣୁ ପୀଡିତା ଓ ତାଙ୍କ ସ୍ବାମୀ ଡାକ୍ତରଙ୍କ ପାଖକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲେ। ସେଠାରେ ଡାକ୍ତର କହିଥିଲେ ପିଲା ଜନ୍ମ ପାଇଁ ମହିଳାଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି କିନ୍ତୁ ପୁରୁଷଙ୍କ ଶରୀରରେ ପିଲାଜନ୍ମ ପାଇଁ ସମସ୍ୟା ରହିଛି।

ହସ୍ପିଟାଲରୁ ଫେରିବା ପରେ ପୀଡିତାଙ୍କୁ ସ୍ୱାମୀ ଓ ତାଙ୍କ ଭାଇମାନେ ନିୟମିତ ଭାବେ ‌ଯୌତୁକ ଓ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ପୀଡ଼ିତା ଅନେକଥର ତାଙ୍କ ବାପଘରକୁ ଚାଲିବାକୁ ଚାହିଁଛନ୍ତି କିନ୍ତୁ ଶାଶୁଘର ଲୋକ ତାଙ୍କୁ ଯିବାକୁ ଦେଇ ନାହାନ୍ତି। ଅଥଚ ବଧୂଙ୍କୁ ଉଲଗ୍ନ କରି ତାଙ୍କ ସ୍ବାମୀ ନିସ୍ତୁ୍କମ‌ାଡ଼ ମାରିବା ସହିତ ‌ଅପ୍ରାକୃତିକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥାଆନ୍ତି।

ଏସବୁ ନିର୍ଯାତନା ସହି ନପାରି ଶେଷରେ ପୀଡ଼ିତା ଶାଶୁଘର ଲୋକଙ୍କ ନାମରେ ଥାନରେ ମାମଲା ରୁଜୁ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ପୀଡ଼ିତାଙ୍କ ସ୍ୱାମୀ, ତାଙ୍କ ପିତାମାତା ଏବଂ ତିନି ଭାଇଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା  ୩୫୪,୩୦୭ ,୩୭୭ ଓ ୩୨୩ ରେ ମାମଲା ରୁଜୁ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button