ଦେଶ ବିଦେଶ

କଂଗ୍ରେସ ନେତାଙ୍କ ‘ଚୀନ୍‌ ଆମ ଶତ୍ରୁ ନୁହେଁ’ ଟିପ୍ପଣୀକୁ ନେଇ ବିବାଦ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ସାମ୍‌ ପିଟ୍ରୋଡ଼ା ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। କଂଗ୍ରେସ ଦଳର ଓଭରସିଜ୍‌ ଶାଖା ମୁଖ୍ୟ ସାମ୍‌ ପିଟ୍ରୋଡ଼ା ଦାବି କରିଛନ୍ତି ଯେ ଭାରତ ଚୀନ୍‌କୁ ଏହାର ଏକ ଶତ୍ରୁ ଭାବିବା ବନ୍ଦ କରିବାର ଆବଶ୍ୟକତା ରହିଛି। ପିଟ୍ରୋଡ଼ା ଦେଇଥିବା ଏହି ଟିପ୍ପଣୀକୁ ନେଇ ବଡ଼ ଧରଣର ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ବିଜେପି ପିଟ୍ରୋଡ଼ାଙ୍କର ଏହି ଟିପ୍ପଣୀ ଉପରେ କଡ଼ା ପ୍ରତିକ୍ରିୟା ରଖି କହିଛି ଯେ କଂଗ୍ରେସ ଏବଂ ଚୀନ୍‌ ମଧ୍ୟରେ ହୋଇଥିବା ଚୁକ୍ତିକୁ ସେ ପରିପ୍ରକାଶ କରିଦେଇଛନ୍ତି। ତେବେ କଂଗ୍ରେସ ଦଳ ପିଟ୍ରୋଡ଼ାଙ୍କ ଟିପ୍ପଣୀଠାରୁ ନିଜକୁ ଦୂରେଇ ରଖିଛି। ପିଟ୍ରୋଡ଼ାଙ୍କ ମତ ଦଳର ମତକୁ ପ୍ରତିଫଳିତ କରୁନାହଁ ବୋଲି ଦଳ ପକ୍ଷରୁ କୁହାଯାଇଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ  କହିଛନ୍ତି,  ସାମ ପିଟ୍ରୋଡ଼ାଙ୍କ ଟିପ୍ପଣୀ କଂଗ୍ରେସ ଦଳର ଟିପ୍ପଣୀ ନୁହେଁ।

ଏହା ଦଳର ମତ ନୁହେଁ:  କଂଗ୍ରେସ
ଚୀନ୍‌ ସ୍ବାର୍ଥକୁ କଂଗ୍ରେସ ଅଧିକ ଗୁରୁତ୍ବ ଦେଉଛି: ବିଜେପି

ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟ‌ରେ ସଂସଦରେ ଏକ ଟିପ୍ପଣୀ ଦେଇ କହିଥିଲେ ଯେ ଭାରତ ନିଜ ଅଞ୍ଚଳର କିଛି ଅଂଶ ଚୀନ୍‌ ପାଖ‌ରେ ହରାଇଛି। ତେବେ ରାହୁଲଙ୍କ ଟିପ୍ପଣୀକୁ ସରକାର ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ପିଟ୍ରୋଡ଼ା ଏକ   କହିଛନ୍ତି ଯେ ଚୀନ୍‌ ପ୍ରତି ଭାରତର ଆଭିମୁଖ୍ୟ ସଂଘର୍ଷପୂର୍ଣ୍ଣ ରହିଛି ଏବଂ ଏହି ମାନସିକତା ବଦଳିବା ଉଚିତ। ସେ କହିଛନ୍ତି, ଚୀନ୍‌ ପଟୁ ଭାରତ ପ୍ରତି ଥିବା ବିପଦକୁ ଅଯଥା ଅତିରଂଜିତ କରାଯାଉଛି।  ଅନ୍ୟପକ୍ଷେ ପିଟ୍ରୋଡ଼ାଙ୍କୁ କଡ଼ା‌ ଜବାବ ଦେଇ ବିଜେପି କହିଛି,  କଂଗ୍ରେସ ନେତାଙ୍କ ଏଭଳି ଏଭଳି ବୟାନ  ଚୀନ୍‌ର ସ୍ବାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ ଏବଂ ଏହା ଭାରତୀୟ କୂଟନୀତି ଏବଂ ସାର୍ବଭୌମତ୍ବ ପାଇଁ ଏକ ଶକ୍ତ ଝଟ୍‌କା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button