କ୍ରୀଡା

ବିଶ୍ବକପରେ ସର୍ବାଧିକ ଛକା ମାରି ରୋହିତ ଭାଙ୍ଗିଲେ ଗେଲଙ୍କ ରେକର୍ଡ, ୪୭ରେ ଆଉଟ୍ – Utkal Mail



ମୁମ୍ବାଇ: ସେମିଫାଇନାଲ ମୁକାବିଲାରେ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଇଣ୍ଡିଆ ଓପନର ତଥା ଅଧିନାୟକ ଛକା ମାରି ରେକର୍ଡ କରିଛନ୍ତି। ସେ ବିଶ୍ବକପରେ ସର୍ବାଧିକ ଛକା ମାରି ଓ୍ୱେଷ୍ଟଇଣ୍ଡିଜର କ୍ରିସ ଗେଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ୮ ଓଭର ସୁଦ୍ଧା ଭାରତ ୭୦ ରନ କରିଥିବା ବେଳେ ରୋହିତଙ୍କ ଏକାକି ୪୭ ରନ୍ କରି ଟିମ୍ ସାଉଦିଙ୍କ ବୋଲକୁ ଛକା ମାରିବାକୁ ପ୍ରୟାସ କରି ଲଙ୍ଗ ଅନରେ କ୍ୟାଚ ଆଉଟ ହୋଇଛନ୍ତି।

ରୋହିତଙ୍କ ଏହି ସଫଳତା ତାଙ୍କୁ ପୁଣି ଥରେ ୨୦୧୫ ବିଶ୍ୱକପରେ ସର୍ବାଧିକ ୨୬ଟି ଶତକ ମାରିଥିବା କ୍ରିସ୍ ଗେଲଙ୍କୁ ପଛରେ ପକାଇ ଦେଇଛି।

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପଞ୍ଚମ ଓଭରରେ ଟ୍ରେଣ୍ଟ୍ ବୋଲଙ୍କ ଏକ ବଲ୍ ଡିପ୍ ବ୍ୟାକ୍ଓ୍ୱାଡ୍ ସ୍କୋୟାର୍ ଲେଗ୍ ଉପରେ ଛକା ମାରି ରୋହିତ୍ ବିଶ୍ବକପ୍ରେ ୫୦ତମ ଛକା ମାରିଛନ୍ତି। ଇତିହାସରେ ନିଜ ନାଁ ଲେଖାଇଥିବାରୁ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

ବିଶ୍ୱକପରେ ରୋହିତ ଶର୍ମାଙ୍କ ଦମଦାର ପ୍ରଦର୍ଶନ ତାଙ୍କୁ ବିଶ୍ୱକପର ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ଭାବେ ପରିଚୟ ଦେଇଛି। ଲଗାତାର ସହଜରେ ଛକା ମାରିବାର ଦକ୍ଷତା ତାଙ୍କୁ ପ୍ରଶଂସକ ଓ ସାଥୀ କ୍ରିକେଟରଙ୍କ ଠାରୁ ପ୍ରଶଂସା ଓ ସମ୍ମାନ ଆଣି ଦେଇଛି।

କ୍ରିସ୍ ଗେଲ୍ ୨୦୧୫ରେ ୨୨ଟି, ଇଅନ ମୋର୍ଗାନ ୨୦୧୯ରେ ୨୨ଟି, ଗ୍ଲେନ୍ ମ୍ୟାକ୍ସଓ୍ୱେଲ ଚଳିତଥର ୨୧ଟି, ଏବି ଡି’ଭିଲିୟର୍ସ ୨୦୧୫ରେ ୨୧ଟି ଏବଂ  କ୍ୱିଣ୍ଟନ୍ ଡି’କକ୍ ୨୧ଟି ମାରିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button