ଦେଶ ବିଦେଶ

ଚା’ ୫ ଟଙ୍କା, ସିଙ୍ଗଡ଼ା ୧୨ ଟଙ୍କା…ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ କମିସନ ଜାରି କଲେ ଦର ତାଲିକା – Utkal Mail


ନୂଆଦିଲ୍ଲୀ : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରେ ସମଗ୍ର ଦେଶରେ ରାଜନୀତି ସରଗରମ ହୋଇଛି। ରାଜନୈତିକ ଦଳ ଓ ସମସ୍ତ ନେତା ନିର୍ବାଚନରେ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। ପ୍ରାର୍ଥୀମାନେ ମଧ୍ୟ ଭୋଟରଙ୍କ ଆକୃଷ୍ଟ କରିବାକୁ ସବୁପ୍ରକାରର ଉଦ୍ୟମ କରୁଛନ୍ତି । କିନ୍ତୁ ଖର୍ଚ୍ଚ କରିବାବେଳେ ପ୍ରାର୍ଥୀଙ୍କୁ ସତର୍କ ହେବାକୁ ପଡ଼ିବ । କାରଣ ପ୍ରାର୍ଥୀଙ୍କ ଖର୍ଚ୍ଚ ଉପରେ କଡ଼ା ନଜର ରଖିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ଉପରେ ନିର୍ବାଚନ ଆୟୋଗ ଏକ ସୀମା ଧାର୍ଯ୍ୟ କରିଛନ୍ତି। ଧାର୍ଯ୍ୟ ସୀମାଠାରୁ ଅଧିକ ବ୍ୟୟ କଲେ ନିର୍ବାଚନ ଆୟୋଗ ପ୍ରାର୍ଥୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ଖର୍ଚ୍ଚ ତାଲିକା ଅନୁସାରେ ଚା’ ପାଇଁ ୫ ଟଙ୍କା, ସିଙ୍ଗଡ଼ା ପାଇଁ ୧୨ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି । ସେହିପରି ରସଗୋଲା, ଆଇସକ୍ରିମ ପାଇଁ ମଧ୍ୟ ଦର ଧାର୍ଯ୍ୟ କରାଯାଇଛି । ସେହିପରି ପ୍ଲାଷ୍ଟିକ୍ ଚେୟାର ପାଇଁ ୫ ଟଙ୍କା, ପାଇପ୍ ଚେୟାର ୩ ଟଙ୍କା, ଭିଆଇପି ଚେୟାର ୧୦୫ ଟଙ୍କା, କାଠ ଟେବୁଲ ୫୩ ଟଙ୍କା, ଟ୍ୟୁବଲାଇଟ୍ ୧୦ ଟଙ୍କା, ହାଲୋଜେନ୍ ୫୦୦ ୱାଟ୍ ସ ୪୨ ଟଙ୍କା, ୧୦୦୦ ୱାଟ୍ ହାଲୋଜେନ୍ ୭୪ ଟଙ୍କା, ଭିଆଇପି ସୋଫା ସେଟ୍ ର ମୂଲ୍ୟ ବାବଦରେ ଦୈନିକ ୬୩୦ ଟଙ୍କା ହିସାବରେ ଯୋଡ଼ାଯିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button