ନୀତି

ସବୁଠୁ ଅପହଞ୍ଚ ଦୋକାନ – Utkal Mail


ଚୀନ୍‌ର ହୁନାନ ପ୍ରଦେଶ ଅନ୍ତର୍ଗତ ସିନିଉଝାଇର ମନୋରମ ଜଙ୍ଗଲ ଇଲାକାରେ ଏକ ବିଚିତ୍ର ଦୋକାନ ରହିଛି, ଯାହାକୁ ବିଶ୍ବର ସବୁଠୁ ଅପହଞ୍ଚ ଦୋକାନ କହିଲେ ଅତ୍ୟୁକ୍ତି ହେବନାହିଁ। ଭୂଇଁରୁ ୧୨୦ ମିଟର ଉଚ୍ଚରେ ଏକ ପାହାଡ଼ ତୀଖ ଧାରରେ କାଠନିର୍ମିତ ଏହି ଦୋକାନଟି ଝୁଲି ରହିଛି। ପର୍ବତାରୋହୀମାନେ ପାହାଡ଼ ଚଢ଼ିଲା ବେଳେ ମଝିରେ ମଝିରେ ବିଶ୍ରାମ ନେବା ପାଇଁ ଏହା ଉଦ୍ଦିଷ୍ଟ। ପର୍ଯ୍ୟଟକମାନେ ସେଠିକି ଏକ ପର୍ବତାରୋହଣ ରାସ୍ତାର ପାହାଡ଼ ପଥରରେ ଖଞ୍ଜାଯାଇଥିବା ଲୁହା ଧାରଣା, ସମାନ୍ତରାଳ ଶିଡ଼ି ଓ ଦଉଡ଼ି ସାହାଯ୍ୟରେ ପହଞ୍ଚିପାରିବେ। ଅବଶ୍ୟ କିଛି ବର୍ଷ ତଳେ ଏହି ବିଶ୍ରାମସ୍ଥଳଟି ଏକ ଅସାଧାରଣ ଦୋକାନରେ ପରିଣତ ହୋଇଛି ଯେଉଁଠି ପର୍ଯ୍ୟଟକମାନଙ୍କୁ ମାଗଣାରେ ପାନୀୟ ଜଳ ସମେତ ଅଳ୍ପ କିଛି ମୂଲ୍ୟରେ ମୁନ୍‌କେକ୍‌, ସୋଡ଼ାପାଣି ଓ ଫଳରସ ଆଦି ମିଳିପାରୁଛି। କିଛି ବର୍ଷ ତଳେ ଏହି ଝୁଲନ୍ତା ଦୋକାନ ଖୋଲିଛି।

ତେବେ ନିକଟରେ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଲା ପରେ ଏହା ଲୋକପ୍ରିୟ ହେବାରେ ଲାଗିଛି। ଏହି ଦୋକାନରେ ଥରକେ କେବଳ ଜଣେ ରହିବାର ସୁବିଧା ରହିଛି। ସେହିପରି ସେଠାରେ ଉପଲବ୍‌ଧ ପାନୀୟ ସାମଗ୍ରୀ ସରିଗଲେ ଏକ ରଶି ଦ୍ବାରା ତଳୁ ଅଧିକ ନୂଆ ସାମଗ୍ରୀ ଟାଣି ସେଠାରେ ପହଞ୍ଚାଯାଇଥାଏ। ସ୍ବାଭାବିକ ଭାବରେ ପାହାଡ଼ର ଏକ ପଥର ଦେହରେ ଏପରି ଅସୁବିଧାଜନକ ସ୍ଥାନରେ ଏହା ସ୍ଥାପିତ ହୋଇଥିଲେ ହେଁ ପାହାଡ଼ ଚଢ଼ା ଭିତରେ ଏକ ବିରଳ ସୁବିଧା ଅନୁଭବ କରିବାକୁ ଅନେକ ଦୁଃସାହସୀ ପର୍ଯ୍ୟଟକ ଏ ଦୋକାନ ପ୍ରତି ଆକର୍ଷିତ ହେଉଥିବା ଜଣାଯାଏ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button