କ୍ରାଇମ

ସେଣ୍ଟ୍ରାଲ କିଷାନ କ୍ରେଡିଟ୍ କାର୍ଡ ନାଁରେ ଦୁର୍ନୀତି: ବନ୍ଧା ହେଲେ ୨ ପୂର୍ବତନ ବ୍ୟାଙ୍କ୍ ଅଧିକାରୀ – Utkal Mail


ଭୁବନେଶ୍ବର: କିଷାନ କ୍ରେଡିଟ୍ ନାଁରେ ଦୁର୍ନୀତି କରି ବନ୍ଧା ହେଲେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଶାଖା ପରିଚାଳକ ଓ ପୂର୍ବତନ କୃଷି ଅର୍ଥ ଅଧିକାରୀ। ଉଭୟଙ୍କୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି। ୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲାରେ ଉଭୟଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ତତ୍କାଳୀନ ଶାଖା ପରିଚାଳକ ହେଲେ ଡମ୍ବୁରୁଧର ନାୟକ ଓ ପୂର୍ବତନ କୃଷି ଅର୍ଥ ଅଧିକାରୀ ଦେବୀଦତ୍ତ ପାଣିଗ୍ରାହୀ।

ସେଣ୍ଟ୍ରାଲ ବ୍ୟାଙ୍କର ରିଜିଓନାଲ ମୁଖ୍ୟ ଦୁହିଁଙ୍କ ନାଁରେ ଠକେଇ ଅଭିଯୋଗ କରିଥିଲେ। ୨୦୧୫ରୁ ୨୦୧୮ ମଧ୍ୟରେ ଏହି ଦୁର୍ନୀତି ହୋଇଥିଲା। ସେଣ୍ଟ୍ରାଲ କିଷାନ କ୍ରେଡିଟ୍ କାର୍ଡ ନାଁରେ ଦୁର୍ନୀତି କରାଯାଇଥିଲା। ବେଆଇନ ଭାବେ ନକଲି ହିତାଧିକାରୀଙ୍କୁ ଦର୍ଶାଇ ଟଙ୍କା ଚଳୁ କରିଥିଲେ ଦୁଇ ଅଭିଯୁକ୍ତ। ଏପରିକି ଦୁହେଁ ସରକାରୀ ସବସିଡିକୁ ମଧ୍ୟ ହଡ଼ପ କରିଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button