ଦେଶ ବିଦେଶ

ବାଣ ମାର୍କେଟରେ ଅଗ୍ନିକାଣ୍ଡ: ୯ ଗୁରୁତର, ୭ ଦୋକାନ ଜଳିପୋଡି ପାଉଁଶ – Utkal Mail



ମଥୁରା: ଦୀପାବଳି ଦିନେ ଅଘଟଣ। ବାଣ ମାର୍କେଟରେ ଲାଗିଲା ନିଆଁ। ରବିବାର ଉତ୍ତରପ୍ରଦେଶର ମଥୁରା ଜିଲ୍ଲାର ଗୋପାଳବାଗ ଅଞ୍ଚଳରେ ଥିବା ଏକ ବାଣ ମାର୍କେଟରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୯ଜଣ ଗୁରୁତର ହୋଇଥିବା ବେଳେ ୭ ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି। ବାଣ ବଜାରରେ ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ମଥୁରା ଜିଲ୍ଲାପାଳ ଏବଂ ଏସଏସପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦାରଖ କରିଛନ୍ତି।

ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନା ନିଆଯାଇଛି। କର୍ତ୍ତୃପକ୍ଷଙ୍କ କହିବାନୁସାରେ, ପ୍ରଥମେ ଗୋଟିଏ ବାଣ ଦୋକାନରେ ନିଆଁ ଲାଗିଥିବା ବେଳେ ପରେ ଏହା ଅନ୍ୟ ୬ଟି ଦୋକାନକୁ ନିଆଁ ବ୍ୟାପିଥିଲା। ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି। ହେଲେ ଏପର୍ଯ୍ୟନ୍ତ ପ୍ରକୃତ କାରଣ ସାମ୍ନାକୁ ଆସିନାହିଁ। ପ୍ରଥମେ ଲାଗିଥିବା ଦୋକାନର ନିଆଁକୁ ଆୟତ୍ତ କରାଯାଇପାରିଥିଲେ, ଏହା ଅନ୍ୟ ଦୋକାନକୁ ବ୍ୟାପିନଥାନ୍ତା। ହେଲେ ଦୋକାନରେ ବାଣ ରଖାଯାଇଥିବାରୁ ଏହା ଖୁବ ସହଜରେ ୬ଟି ଦୋକାନକୁ ବ୍ୟାପି ଅଧିକ କ୍ଷତି କରିଛି। ଏବେ ଆହତଙ୍କୁ ଚିକିତ୍ସା ପାଇଁ ପଠାଯାଇଥିବା ସହ ନିଆଁ ଲାଗିବାର କାରଣ ଖୋଜା ଚାଲିଛି।

ରାୟାର ଗୋପାଳ ବାଗରେ ଥିବା ବାଣ ବଜାରରେ ନିଆଁ ଲାଗିବା ଘଟଣାରେ ପୋଲିସ ଓ ପ୍ରଶାସନର ଅବହେଳା ଦେଖିବାକୁ ମିଳିଛି। ଜିଲ୍ଲାରେ ଅଗ୍ନିଶମ ବଜାର ସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ଗାଇଡଲାଇନ ସ୍ଥିର କରାଯାଇଥିଲା। ପ୍ରାୟ ୨୦ ଟି ଦୋକାନରେ ଆତସବାଜି ଦୋକାନ ଖୋଲିବାକୁ ଅନୁମତି ଥିଲା। ଅନୁମତି ପ୍ରଦାନ କରୁଥିବାବେଳେ ଅଗ୍ନି ମୁକାବିଲା ପାଇଁ କଡା ନିର୍ଦ୍ଦେଶନାମା ଦିଆଯାଇଥିଲା। ଏଥି ସହିତ ଅଗ୍ନିଶମ ବାହିନୀ ଗାଡି ମଧ୍ୟ ବାଣ ବଜାର ନିକଟରେ ପାର୍କିଂ କରାଯିବା ଉଚିତ୍ ଥିଲା। କିନ୍ତୁ ଏପରି ସୁବିଧା କରାଯାଇନଥିଲା। ସ୍ଥାନୀୟ ଲୋକ କହିଛନ୍ତି ଯେ ଯଦି ବଜାର ନିକଟରେ ଅଗ୍ନିଶମ ବାହିନୀ ଗାଡି ଥାଆନ୍ତା ତେବେ ଅଗ୍ନିକାଣ୍ଡ ଘଟଣା ଏତେ ବଡ ହୋଇନଥାନ୍ତା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button