ଦେଶ ବିଦେଶ

ଆମେରିକୀୟ ନାଗରିକଙ୍କ ସମେତ ୬ ବନ୍ଧକଙ୍କ ମୃତଦେହ ଉଦ୍ଧାର, ହମାସ କୁ କଡ଼ା ଚେତାବନୀ ଦେଲେ ବାଇଡେନ

ନୂଆଦିଲ୍ଲୀ: ରଫାହ ନିକଟରେ ଥିବା ଏକ ହମାସ ସୁଡଙ୍ଗରେ ୬ ଜଣ ବନ୍ଧକଙ୍କ ମୃତଦେହ ମିଳିଛି, ଯେଉଁଥିରେ ଆମେରିକାର ନାଗରିକ ହର୍ଶ ଗୋଲ୍ଡବର୍ଗ-ପୋଲିନ ମଧ୍ୟ ସାମିଲ। ଏହି ଖବର ନିଶ୍ଚିତ ହେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କ୍ରୋଧିତ ହୋଇ ହମାସଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଏହି ଅପରାଧ ପାଇଁ ହମାସକୁ ମୂଲ୍ୟ ଦେବାକୁ ପଡିବ।

ହ୍ଵାଇଟ ହାଉସ କହିଛି ଯେ, ହମାସ ଏକ ଆତଙ୍କବାଦୀ ସଂଗଠନ। ଏହି ହତ୍ୟାକାଣ୍ଡ ସହିତ ହମାସର ହାତରେ ଅଧିକ ଆମେରିକୀୟ ରକ୍ତ ଅଛି। ଇସ୍ରାଏଲର ଲୋକ ତଥା ଆମେରିକାର ନାଗରିକଙ୍କ ପାଇଁ ହମାସ୍ ଯେଉଁ ବିପଦ ସୃଷ୍ଟି କରୁଛି ତାହା ଶେଷ ହେବା ଆବଶ୍ୟକ ଏବଂ ହମାସ ଗାଜାକୁ ନିୟନ୍ତ୍ରଣ କରିପାରିବ ନାହିଁ। ପ୍ରକାଶ ଯେ, ଗାଜା ଷ୍ଟ୍ରିପ୍ ଏବଂ ଇଜିପ୍ଟ ମଧ୍ୟରେ ରଫାହ ଅଛି, ଯେଉଁଠାରେ ଏକ କ୍ରସିଂ ଅଛି, ଏହା ଦ୍ଵାରା ଇସ୍ରାଏଲରେ ପ୍ରବେଶ ନକରି ସିଧାସଳଖ ଗାଜାକୁ ସାହାଯ୍ୟ ପଠାଯାଇପାରିବ।

୬ ଜଣ ବନ୍ଧକଙ୍କ ମୃତଦେହ ହମାସ ଟନେଲରେ ମିଳିବା ପରେ ଇସ୍ରାଏଲ ସୈନ୍ୟମାନେ ଖାନ ୟୁନିସର ଦକ୍ଷିଣ-ପୂର୍ବରେ ଥିବା ଅଲ-ଫାଖ୍ରି ସହର ଉପରେ ଆକ୍ରମଣ କରିବା ସହ ଗୁଳି ଚଳାଇବା ଆରମ୍ଭ କରି ଦେଇଛନ୍ତି। ଏହି ପ୍ରସଙ୍ଗରେ, ଇସ୍ରାଏଲ୍ ସେନା ନିଶ୍ଚିତ କରିଛି ଯେ, ଘାଜାରୁ ଉଦ୍ଧାର ହୋଇଥିବା ମୃତଦେହ ଅକ୍ଟୋବର ୭ ରେ ବନ୍ଧକ ହୋଇଥିବା ଲୋକଙ୍କ ମୃତଦେହ ଅଟେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button