ଓଡିଶା

ଜିଲ୍ଲା ପ୍ରଶାସନ ଓ ଓରମାସର ମିଳିତ ସହଯୋଗରେ ଟସର ଚାଷୀ ମେଳା

ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ବ୍ଳକର ସାନ ଅମଲିପାଲି ଠାରେ ଜିଲ୍ଲା ପ୍ରଶାସନ ଓ ଓରମାସର ମିଳିତ ସହଯୋଗରେ ଟସର ଚାଷୀମାନଙ୍କୁ ନେଇ ଟସର ମେଳା ଅନୁଷ୍ଠିତ ହୋଇଛି ।

ଓରମାସର ଡେପୁଟି ସିଇଓ ରାଜଗୋପାଳ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ମୋନିଷl ବାନାର୍ଜୀ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ମୁଖ୍ୟନିର୍ବାହୀ ଅଧିକାରୀ ଆଦିତ୍ୟ ଗୋୟଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଚାଷୀମାନଙ୍କୁ ଚାଷ ଉପକରଣ ଛତା, ଜୋତା, ଟର୍ଚ୍ଚ ଲାଇଟ ଆଦି ବଣ୍ଟନ କରିବା ସହିତ ଆଗାମୀ ଦିନରେ ଅଧିକରୁ ଅଧିକ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମା’ ମାନେ କିପରି ଏହାକୁ ଚାଷ କରି ଲାଭାନ୍ବିତ ହୋଇ ପାରିବେ ସେ ଦିଗରେ ଉତ୍ସାହିତ କରିଥିଲେ ।ରେଶମ ଶିଳ୍ପ ବିଭାଗର ସହକାରୀ ନିର୍ଦେଶକ ନିରଞ୍ଜନ ମଲ୍ଲିକ ଏହି ଚାଷ ନିମିତ୍ତ ରହିଥିବା ସରକାରୀ ପ୍ରୋତ୍ସାହନ ଉପରେ ସୂଚନା ଦେଇ ବିଭାଗ ତରଫରୁ ମାଗଣା ଲାର୍ଭl ଓ ଅଣ୍ଡା ଦିଆଯିବା ସହିତ ଆବଶ୍ୟକ ପ୍ରଶିକ୍ଷଣ, କ୍ରୟ ସଂସ୍ଥା ଦ୍ୱାରା ଘର ପାଖରୁ ଉଚିତ ମୂଲ୍ୟରେ ବିକ୍ରୟ ବ୍ୟବସ୍ଥା ରହିଛି ବୋଲି କହିଥିଲେ ।ସାହାଜ, ଅର୍ଜୁନ ଜଙ୍ଗଲୀ ଗଛ ସହିତ ଜଡ଼ା ଗଛରେ ଚାଷୀମାନେ ଘର ବାଡ଼ିରେ ମଧ୍ୟ ଏହା କରି ଲାଭାନ୍ବିତ ହୋଇ ପାରିବେ ବୋଲି ସୂଚନା ଦେଇଥିଲେ । ସାନ ଅମଲିପାଲି ଗ୍ରାମର ୧୬ଟି ପରିବାର ଏହା ଚାଷ କରି ବେଶ ଖୁସି ଥିବା ସହିତ ନିଜର ଆର୍ଥିକ ଅବସ୍ଥାରେ ଉନ୍ନତି ଆଣି ପାରିଛନ୍ତି ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଜୟନ୍ତୀ ବରିହା ପ୍ରକାଶ କରିଥିଲେ l

ବୈଠକରେ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଭଟଲି ବ୍ଲକ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button