ନୀତି

ଉଡ଼ନ୍ତା ବିମାନରୁ ବାହାରି ଗଲା ବାୟୁ; ୮ମିନିଟ୍‌ରେ ୨୮,୦୦୦ ଫୁଟ୍‌ ତଳକୁ ଖସି ଆସିଲା – Utkal Mail


ସିକାଗୋ: ରୋମ୍‌ ଅଭିମୁଖେ ଯାଉଥିବା ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’ର ଗୋଟାଏ ବିମାନ ଭିତରୁ ବାୟୁ ବାହାରି ଯିବାରୁ (ଡିପ୍ରେସରାଇଜ୍‌ଡ୍‌) ତୁରନ୍ତ ବନ୍ଦରକୁ ଫେରିଆସି ଅବତରଣ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଆସୋସିଏଟ୍‌ ପ୍ରେସ୍‌’ ରିପୋର୍ଟ କରିଛି।

ବୁଧବାର ରାତିରେ ଉଡ଼ାଣ ଆରମ୍ଭ କରିବାର ପ୍ରାୟ ଘଣ୍ଟାଏ ପରେ ‘ଡିପ୍ରେସରାଇଜ୍‌ଡ୍‌’ ହେବା ଜଣାପଡ଼ିଲା। ତେଣୁ, ବିମାନଟି ନ୍ୟୁଜର୍ସିର ନେୱାର୍କକୁ ଫେରିଆସି ନିରାପଦରେ ଅବତରଣ କରିଥିଲା।

‘ୟୁ‌ନାଇଟେଡ୍‌ ଏୟାର୍‌ଲାଇନ୍ସ୍‌’ କହିଛି, ଯାତ୍ରୀମାନଙ୍କର ‘ଅକ୍ସିଜେନ୍‌ ମାସ୍କ’ ଖସି ନ ଥିବାରୁ ବାୟୁ ନିଷ୍କାସନ ହୋଇ ନ ଥିଲା। କିନ୍ତୁ, ପାଇଲଟ୍‌ ଏ ବିଷୟରେ ସୁନିଶ୍ଚିତ ହୋଇ ନ ପାରିବାରୁ ବିମାନ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏହି ବିମାନରେ ୨୭୦ଜଣ ଯାତ୍ରୀ ଓ ୧୪ଜଣ କ୍ରୁ’ ମେମ୍ବର୍‌ ଥିଲେ।

Image Courtesy of The Daily Caller

ଆଉ ଏକ ବିମାନରେ ସେ ଯାତ୍ରୀମାନଙ୍କୁ ରାତି ୩.୩୦ରେ ନେୱାର୍କରୁ ନେଇ ସନ୍ଧ୍ୟା ୫ଟାରେ ରୋମ୍‌ରେ ପହଞ୍ଚାଇ ଦିଆଯାଇଥିଲା।

‘ଡାଟା ଟ୍ରାକିଙ୍ଗ୍‌ ସର୍ଭିସ୍‌’ ‘ଫ୍ଲାଇଟ୍‌ଅୱେର୍‌’ ଦର୍ଶାଇଛି ଯେ, ଉକ୍ତ ବୋଇଙ୍ଗ୍‌ ୭୭୭ ବିମାନ ମାତ୍ର ୮ ମିନିଟ୍‌ରେ ୩୭୦୦୦ ଫୁଟ୍‌ ଉଚ୍ଚରୁ ୯୦୦୦ ଫୁଟ୍‌ ତଳକୁ ଖସି ଆସିଥିଲା।

‘କ୍ୟାବିନ୍‌ ପ୍ରେସର୍‌’ କମିଗଲେ ଅକ୍ସିଜେନ୍‌ ମାସ୍କ୍‌ ବିନା ଯାତ୍ରୀମାନଙ୍କ ଶ୍ବାସପ୍ରଶ୍ବାସ କ୍ରିୟା ନିମନ୍ତେ ସୁବିଧା ହେବା ଭଳି ତଳକୁ ବିମାନ ଖସାଇ ଆଣିବାକୁ ପାଇଲଟ୍‌ମାନେ ତାଲିମ ପାଇ ଥାଆନ୍ତି।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button