ଜୀବନଶୈଳୀ

ଧନତେରସ ଦିନ ୧୩ ଟି ଦୀପ ଜଳାଇ 13 ଥର ପଢନ୍ତୁ ଏହି ଗୁପ୍ତ ମନ୍ତ୍ର, କୁବେର ଦେବତା ଛପର ଫାଡି କରନ୍ତି ଟଙ୍କା ବର୍ଷା

ସୂଚନା ଅନୁସାରେ ଅକ୍ଟୋବର ୨୩ ତାରିଖରେ ଧନତେରସ ଉତ୍ସବ ପାଳିତ ହେବା ପାଇଁ ଯାଉଛି । ଧନତେରସରେ ୧୩ ଟି ବିଶେଷ ଦୀପ ଘର ପ୍ରଜ୍ବୋଳିତ କରିବା ଦ୍ଵାରା ଘରର ସମସ୍ତ ନକରାତ୍ମକ ରୂପକ ଅନ୍ଧକାର ଦୂର ହୋଇ ସକାରାତ୍ମକ ଆଲୋକ ଦେଖିବାକୁ ମିଳିଥାଏ । ଶାସ୍ତ୍ରରେ ମାନ୍ୟତା ଅନୁସାରେ ଏହି ଦିନ ଘରକୁ ନୂତନ ଜିନିଷ କ୍ରୟ କରି ଆଣିବା ଦ୍ଵାରା ଘରର ସୁଖ ସମୃଦ୍ଧି ବଢିଥାଏ । ଯଦି ଆପଣ ଧନତେରସର ପବିତ୍ର ଓ ଶୁଭ ଅବସରରେ ଘରେ ୧୩ ଟି ଦୀପ ୧୩ ଭଗବାନଙ୍କର ନାମରେ ପ୍ରଜ୍ଵଳିତ କରିବେ ।

 

ତେବେ ଘର ଉପରେ ମା ଲକ୍ଷ୍ମୀ ଓ କୁବେର ଦେବତାଙ୍କ ଶୁଭ ଦ୍ରୁଷ୍ଟି ରହିବ । ୧୩ ଟି ଦୀପ ମଧ୍ୟରୁ ସର୍ବ ପ୍ରଥମ ଦୀପଟି ପ୍ରଭୁ ଗଣେଶଙ୍କ, ମା ଲକ୍ଷ୍ମୀ ଓ କୁବେର ଦେବତାର ସ୍ତୁତିରେ ପ୍ରସ୍ତୁତ କରି ରଖିବେ । ଦୀପରେ ଏକ ଅଳେଇଚ ରଖୀ ପ୍ରଭୁଙ୍କୁ ନିଜ ଜୀବନରୁ ସମସ୍ତ ବିଘ୍ନ ନାଶ କରିବାକୁ ପାର୍ଥନା କରିବେ । ଦିତୀୟରେ ଧନ୍ୱୋନ୍ତରୀ ଦେବତାଙ୍କ ପାଇଁ ଦୀପ ପ୍ରସ୍ତୁତ କରିବେ ।

ସେହି ଦୀପରେ ଏକ ଲବଙ୍ଗ ପକାଇ ଘର ପରିବାରର ଆରୋଗ୍ୟ କାମନା କରିବେ । ତୃତୀୟରେ ଯମ ଦେବତାଙ୍କ ପାଇଁ ଦୀପ ପ୍ରସ୍ତୁତ କରି ସେଥିରେ ଏକ କଉଡି ରଖୀ ଦିଅନ୍ତୁ । ଚତୁର୍ଥରେ ଚିତ୍ରଗୁପ୍ତଙ୍କ ନାମରେ ଦୀପ ପ୍ରସ୍ତୁତ କରି ରଖିବେ । ପଞ୍ଚମରେ ମା ତୁଳସୀଙ୍କ ପାଇଁ ଦୀପ ପ୍ରସ୍ତୁତ କରି ସେଥିରେ ୭ ଟି ଗୋଟା ମୁଗ ରଖିବେ ।

 

ଷଷ୍ଠରେ ଘରର ପଣି ରଖୁଥିବା ସ୍ଥାନରେ ନିହାତି ଭାବେ ଏକ ଦୀପ ଲଗାଇ ରଖନ୍ତୁ । ସେହି ଦୀପରେ କୌଣସି ପ୍ରକାର ବାସ୍ନାଯୁକ୍ତ ଫୁଲ ରଖୀ ପାରିବେ । ସପ୍ତମରେ ଗୋମତା ଅର୍ଥାତ ଗାଈର ନାମରେ ଏକ ଦୀପ ପ୍ରସ୍ତୁତ କରି ଗୁହାଳରେ ରଖିପାରିବେ । ଯଦି ଗୁହାଳ ନଥାଏ । ତେବେ ଗୋମତା ନାମରେ ଏକ ଦୀପ ପ୍ରସ୍ତୁତ କରି ଘରର କୌଣସି ଜାଗାରେ ରଖିପାରିବେ ।

ଅଷ୍ଟମରେ ଘରର ଅଗଣାରେ ଏକ ଦୀପ ପ୍ରସ୍ତୁତ କରି ପ୍ରଜ୍ବୋଳିତ କରିପାରିବେ । ସେଥିରେ ୭ ଟି ଶଶ୍ଯ ରଖିପାରିବେ । ନବମରେ ଛାତ କିମ୍ବା ବାଲ୍କୁନୀ ପାଖରେ ଏକ ଦୀପ ପ୍ରସ୍ତୁତ କରି ସେଠାରେ ପ୍ରଜ୍ବୋଳିତ କରନ୍ତୁ । ଏହି ଦୀପରେ ୭ ଟି ହଳଦିଆ ସୋରିଷ ଦାନା ରଖିବାର ଅଛି । ଦଶମରେ ପିତୃ ପୁରୁଷଙ୍କ ନାମରେ ଏକ ଦୀପ ପ୍ରସ୍ତୁତ କରି ଘରର ଦକ୍ଷିଣ ମୁଖା କରି ଦୀପ ପ୍ରଜ୍ବୋଳିତ କରନ୍ତୁ ।

 

୧୧ରେ ଆପଣ ଗଙ୍ଗା ମାତାଙ୍କ ନାମରେ ଦୀପ ପ୍ରଜ୍ବୋଳିତ କରନ୍ତୁ । ସେଥିରେ ହଳଦୀରେ ଚାଉଳ ଗୋଳାଇ ୭ ଦାନା ରଖିଦିଅନ୍ତୁ । ୧୨ରେ ଟଙ୍କା ରଖୁଥିବା ସ୍ଥାନରେ ଏକ ଦୀପ ପ୍ରଜ୍ବୋଳିତ କରନ୍ତୁ । ୧୩ରେ ରୋଷେଇ ଘରେ ଏକ ଦୀପ ପ୍ରସ୍ତୁତ କରି ଲଗାନ୍ତୁ ।

ଯଦି ଆପଣ ଧନତେରସ ଦିନ ଠାରୁ ଆରମ୍ଭ କରି ଦୀପାବଳୀ ପର୍ଯ୍ୟନ୍ତ ୧୩ଟି ଦୀପକୁ ପ୍ରଭୁଙ୍କ ନାମରେ ସ୍ତୁତି କରି ପ୍ରଜ୍ବୋଳିତ କରନ୍ତି । ତେବେ ଘରେ ଦରିଦ୍ରତା ଦୂର ହୋଇବା ସହ ଘର ଧନଧାନ୍ୟରେ ପୂରଣ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button