ଶାହରୁଖଙ୍କୁ ହତ୍ୟା ଧମକ, ମିଳିଲା Y+ ସୁରକ୍ଷା – Utkal Mail
ବଲିଉଡର କିଙ୍ଗଖାନ୍ ଶାହରୁଖ ଖାନଙ୍କୁ ମିଳିଛି ହତ୍ୟା ଧମକ। ସେଥିପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର। ମୁମ୍ବାଇ ପୋଲିସ ଶାହରୁଖ ଖାନଙ୍କୁ ୱାଇ ପ୍ଲସ୍ ସୁରକ୍ଷା ଦେଇଛି । ଶାହରୁଖଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିବାରୁ ସୁରକ୍ଷା ବଢାଯାଇଛି । ଓ୍ଵାଇ ପ୍ଲସ ସୁରକ୍ଷା ଯୋଗୁଁ ଶାହରୁଖଙ୍କ ପାଖରେ ୨୪ ଘଣ୍ଟା ୬ ଜଣ ବନ୍ଧୁକଧାରୀ ପୋଲିସ ସହିତ ଦୁଇଟି ସିକ୍ୟୁରିଟି ଫୋର୍ସ ନିୟୋଜିତ ରହିବେ ।
ଖବର ମୁତାବକ, ଫିଲ୍ମ ପଠାନ ଏବଂ ଯବାନର ସଫଳତା ଯୋଗୁଁ ହତ୍ୟା ଧମକ ଆସିଛି ବୋଲି ଲିଖିତ ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଶାହରୁଖଙ୍କ ଫିଲ୍ମ ହିଟ୍ ହେବା ଯୋଗୁଁ ଅଣ୍ଡରଓ୍ଵାଲର୍ଡ ଏବଂ ଗ୍ୟାଙ୍ଗଷ୍ଟର ଟାର୍ଗେଟରେ ରହିଛନ୍ତି । ଏଥିପାଇଁ ମହାରାଷ୍ଟ୍ର ସରକାର ତାଙ୍କ ସିକ୍ୟୁରିଟି ବଢାଇ ଦେଇଛନ୍ତି ।
The Maharashtra government increases the security of Actor Shah Rukh Khan to Y+ after he allegedly received death threats. Shahrukh Khan had given a written complaint to the state government that he had been receiving death threat calls after the films ‘Pathan’ and ‘Jawan’.:…
— ANI (@ANI) October 9, 2023
ଏହି ସୁରକ୍ଷା ସେବା ପାଇଁ ଘରୋଇ ଭାବେ ପାଣ୍ଠି ଯୋଗାଣର ବ୍ୟବସ୍ଥା ଥିବାରୁ ନିଜେ ଶାହରୁଖ ସମସ୍ତ ଖର୍ଚ୍ଚ ବହନ କରିବେ। ଏଥି ନିମନ୍ତେ ଯାହା କିଛି ଅର୍ଥ ଖର୍ଚ୍ଚ ହେବ, ଶାହରୁଖ ଖାନ୍ ରାଜ୍ୟ ସରକାରଙ୍କୁ ସେ ବାବଦ ଅର୍ଥ ପୈଠ କରିବେ।
ସୂଚନାଯୋଗ୍ୟ, ଶାହରୁଖ୍ ଖାନଙ୍କ ଅଭିନୀତ ଫିଲ୍ମ ଯବାନ ବକ୍ସ ଅଫିସ ଆୟ ୧୧୦୩.୨୭ କୋଟି ଟଙ୍କା ରହିଛି । ତେଣୁ ତାଙ୍କୁ ଏଭଳି ଧମକ ମିଳିଛି । ପୂର୍ବରୁ ସଲମାନଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେବା ପରେ ତାଙ୍କ ସିକ୍ୟୁରିଟିକୁ ବଢାଇଦିଆଯାଇଥିଲା ।
The post ଶାହରୁଖଙ୍କୁ ହତ୍ୟା ଧମକ, ମିଳିଲା Y+ ସୁରକ୍ଷା appeared first on KNews Odisha.