ବିଚାର

ଗର୍ଭରେ ରହିଥିବା ଶିଶୁ ଭଗବାନଙ୍କୁ କହିଥାଏ ଏହି ଗୋଟେ କଥା

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ, ମନୁଷ୍ୟର ଜନ୍ମ କିପରି ହୋଇଥାଏ। ଶିଶୁଟି ଗର୍ଭରେ ଥିବା ସମୟରେ ତାର ଅଙ୍ଗ କିପରି ନିର୍ମାଣ ହୋଇଥାଏ ଏବଂ ଆତ୍ମା ତାର ଶରୀର ମଧ୍ୟକୁ କେବେ ପ୍ରବେଶ କରିଥାଏ? କାମ, କ୍ରୋଧ, ମୋହ ଆଦି କେବେ ଉତ୍ପନ୍ନ ହୋଇଥାଏ? ଏହିସବୁ ବିଷୟରେ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ବୁଝାଉ ଥିଲେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ କହିଲେ, ହେ ଗରୁଡ଼ କୋଷର ନିର୍ମାଣ ଏକ ଗୋପନୀୟ ପ୍ରକ୍ରିୟା ଅଟେ। ମାସିକ ଧର୍ମ ସମୟରେ ସ୍ତ୍ରୀ ମାନଙ୍କ ସହିତ ଶାରୀରିକ ସମ୍ବନ୍ଧ ବନେଇବା ଉଚିତ ନୁହେଁ। ପ୍ରାଚୀନ କାଳରେ ବୃତାସୁରକୁ ହତ୍ୟା କରିବା ଦ୍ଵାରା ସ୍ଵର୍ଗର ରାଜା ଇନ୍ଦ୍ରଙ୍କୁ ବ୍ରହ୍ମହତ୍ୟା ପାପ ଲାଗିଥିଲା। ଏଥିପାଇଁ ସୃଷ୍ଟି କର୍ତ୍ତା ବ୍ରହ୍ମଦେବ ଏହି ପାପର ଗୋଟେ ଅଂଶ କାଢି ନିଜ ସୃଷ୍ଟିରେ ରଚନା କରିଥିବା ସ୍ତ୍ରୀଙ୍କୁ ଦେଇ ଦେଲେ। ଏଥିପାଇଁ ମାସିକ ଧର୍ମ ସମୟରେ ସ୍ତ୍ରୀ ମାନଙ୍କୁ ଅପବିତ୍ର ମାନା ଯାଇଥାଏ। ଏଥିପାଇଁ ଏହି ସମୟରେ ସ୍ତ୍ରୀ ଗର୍ଭବତୀ ହେଲେ ଜନ୍ମ ହେବାକୁ ଥିବା ଶିଶୁ ଦୁରାଚାରୀ ବନି ଥାଏ।

ପିତାମାତାଙ୍କ ସମ୍ବନ୍ଧ ସମୟରେ ତାଙ୍କର ମନରେ ଯେପରି କଳ୍ପନା ହୋଇଥାଏ, ସେହିପରି ଶିଶୁଟି ଜନ୍ମ ହୋଇଥାଏ। ଯୁଗ୍ମ ତିଥି ଦିନ ସମ୍ଭୋଗ କଲେ ପୁତ୍ର ସନ୍ତାନ ଜନ୍ମ ହୋଇଥାଏ ଏବଂ ଆଯୁଗ୍ମ ତିଥି ରାତ୍ରିରେ ସମ୍ଭୋଗ କଲେ, କନ୍ୟା ସନ୍ତାନ ଜନ୍ମ ହୋଇଥାଏ। ସ୍ତ୍ରୀ ମାନଙ୍କର ଋତୁକାଳ ଷୋହଳ ଦିନ ପର୍ଯ୍ୟନ୍ତ ହୋଇଥାଏ। ଯଦି ଚତୁର୍ଦ୍ଦଶ ରାତ୍ରିରେ ଗର୍ଭଧାରଣ ପ୍ରକ୍ରିୟା ଆରମ୍ଭ ହୁଏ, ତାହେଲେ ଗୁଣବାନ ଓ ବୁଦ୍ଧିମାନ ପୁତ୍ର ପ୍ରାପ୍ତି ହୋଇଥାଏ।

ଗର୍ଭବତୀ ଥିବା ସମୟରେ କୌଣସି ସ୍ତ୍ରୀଙ୍କୁ କଡା ବା ରାଗ ଭୋଜନ କରିବା ଉଚିତ ନୁହେଁ।ପୁରୁଷ ଦେହରୁ ଶୁକ୍ରାଣୁ ସ୍ତ୍ରୀ ଶରୀରକୁ ଯାଇ ଗର୍ଭାଶୟକୁ ଯାଇଥାଏ। ଗର୍ଭାଶୟରେ ମାଂସାଳ ପିଣ୍ଡ ଧାରଣ କରି କୋଡ଼ିଏ ଦିନ ପର୍ଯ୍ୟନ୍ତ ରହିଥାଏ। ତାପରେ ୨୫ତମ ଦିନରେ ସେହି ମାଂସାଳ ପିଂଶରେ ପୁଷ୍ଟତା ଓ ଶକ୍ତି ଆସିଥାଏ। ତାପରେ ଧୀରେ ଧୀରେ ସବୁ ଅଙ୍ଗର ନିର୍ମାଣ ହୋଇଥାଏ। ନଅ ମାସ ପର୍ଯ୍ୟନ୍ତ ଶିଶୁଟି ଗର୍ଭାଶୟରେ ରହି ମାଆ ସହିତ ଖେଳି ଥାଏ। ନଅ ମାସ ପରେ ଶିଶୁ ବାହାରକୁ ଆସିବା ପାଇଁ ପ୍ରୟାସ କରିଥାଏ। ଶିଶୁଟି ଜନ୍ମ ହେବା ସମୟରେ ଭଗବାନଙ୍କୁ ଅନେକ କଥା କହି ଥାଏ ଏବଂ ତାର ପୂର୍ବ ଜନ୍ମ କଥା ମନେ ପଡ଼ିଥାଏ। ଶିଶୁଟି ଭଗବାନଙ୍କୁ କହିଥାଏ କି, ମୋତେ ବାହାର ଦୁନିଆକୁ ଯିବାକୁ ଇଚ୍ଛା ନାହିଁ, କାରଣ ବାହାର ଦୁନିଆ ହେଉଛି ପାପ ଦୁନିଆ। କିନ୍ତୁ ବିଧିର ବିଧାନକୁ କେହି ମଧ୍ୟ କାଟି ପାରିବେ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button