ଦେଶ ବିଦେଶ

ଆମେରିକାର ଚେତାବନୀ: ତାଇଵାନ୍ ଆକ୍ରମଣ ପାଇଁ ଚୀନ୍ ସେନା ପ୍ରସ୍ତୁତ, ବିଶ୍ବ ପାଇଁ ଭୟଙ୍କର ପରିଣାମ ଆଣିବ

ସିଙ୍ଗାପୁର: ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗ୍‌ଥେସ୍‌  ଆଜି ଏକ ଚେତାବନୀ ଦେଇ କହିଛନ୍ତି ଯେ ଚୀନ୍‌ ସେନା ତାଇଵାନ ଉପରେ ଯେ କୌଣସି ସମୟରେ ଆକ୍ରମଣ କରିପାରେ । ଏଥିପାଇଁ ଚୀନ୍‌ ବ୍ୟାପକ ପ୍ରସ୍ତୁତି ଚଳାଇଛି  ଏବଂ ତାଇୱାନ ଦଖଲ ପାଇଁ ବିଶାଳ ସାମରିକ ଅଭିଯାନକୁ ଚୂଡ଼ାନ୍ତ ରୂପ ଦେଉଛି ବୋଲି ସେ କହିଛନ୍ତି।  ଚୀନ୍ ଦ୍ୱାରା ସୃଷ୍ଟି ହେଉଥିବା ବିପଦ ବିଷୟରେ କଡ଼ା ଚେତାବନୀ ଦେବା ସହ ଏସୀୟ ରାଷ୍ଟ୍ରଗୁଡ଼ିକୁ ପ୍ରତିରକ୍ଷା ଖର୍ଚ୍ଚ ବୃଦ୍ଧି କରିବା ଏବଂ ସଂଘର୍ଷକୁ ରୋକିବା ପାଇଁ  ଆମେରିକା ସହ ସହଯୋଗକୁ ସୁଦୃଢ଼ କରିବାକୁ ପିଟ୍‌ ଆହ୍ୱାନ ଦେଇଛନ୍ତି।

ସିଙ୍ଗାପୁରର ଏକ ପ୍ରମୁଖ ବାର୍ଷିକ ପ୍ରତିରକ୍ଷା ଶିଖର ସମ୍ମିଳନୀ ସାଙ୍ଗ୍ରି-ଲା ଡାଏଲଗରେ ପିଟ୍‌ ସ୍ପଷ୍ଟ କରିଛନ୍ତି ଯେ  ଆମେରିକା ଚୀନ୍ ଉପରେ କୌଣସି ଆଧିପତ୍ୟ ରଖିବାକୁ ଚାହୁନାହିଁ। ତେବେ ଚୀନ୍‌ ଏସିଆରେ ଆମର ଅନ୍ୟ ସହଯୋଗୀମାନଙ୍କୁ ଧମକ ଦେବା ଏବଂ ବିସ୍ତାରବାଦ ନୀତି ଦ୍ବାରା ଅଂଚଳ ଦଖଲ କରିବାକୁ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଚୀନ୍ ଯଦି ତାଇଵାନକୁ ନିଜର ବୋଲି ଦାବି କରି ବଳପୂର୍ବକ ଦଖଲ କରିବାକୁ ଅଭିଯାନ ଆରମ୍ଭ କରିବ ତା’ହେଲେ ସମଗ୍ର ଏସିଆରେ  ଅସ୍ଥିରତା ସୃଷ୍ଟି ହେବା ଆଶଙ୍କା ରହିଛି।  ଅନ୍ୟପକ୍ଷରେ ତାଇଵାନକୁ ନେଇ  ପିଟ୍‌ଙ୍କ ମନ୍ତବ୍ୟ ଉପରେ   ଚୀନ୍  କୌଣସି ପ୍ରତିକ୍ରିୟା ଦେଇନାହିଁ।  ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ଆଞ୍ଚଳିକ ବିବାଦ ଏକ  ଆକ୍ରମଣାତ୍ମକ ଆଭିମୁଖ୍ୟର ପ୍ରମାଣ  ବୋଲି ପିଟ୍‌ କହିଛନ୍ତି। ବଳପୂର୍ବକ ତାଇୱାନକୁ ଦଖଲ କରିବାକୁ କମ୍ୟୁନିଷ୍ଟ ଚୀନ୍‌ର କୌଣସି ପ୍ରୟାସ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ବିଶ୍ୱ ପାଇଁ ଭୟଙ୍କର ପରିଣାମ ଆଣିବ ବୋଲି  ସେ ଚେତାଇ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button