ଓଡିଶା

ରେଳ କର୍ମଚାରୀଙ୍କ ଘରେ ଡକାୟତି, ୪୦୦ ଗ୍ରାମ୍‌ର ସୁନା ଅଳଙ୍କାର ଲୁଟିନେଲେ ୫ ଦୁର୍ବୃତ୍ତ

ରାଉରକେଲା, ୧୯/୧୦ : ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀରେ ଡକାୟତି। ରେଳ କର୍ମଚାରୀଙ୍କ ଘରେ ଲୁଟ୍ ହୋଇଛି। ସ୍ଵାମୀ-ସ୍ତ୍ରୀଙ୍କ ସହ ପୁଅକୁ ବାନ୍ଧି ପାଖାପାଖି ୪୦୦ ଗ୍ରାମର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ।

ସୂଚନାନୁଯାୟୀ, ଶନିବାର ଭୋର୍ରୁ ୫ ଜଣ ଡକାୟତ ବନ୍ଧମୁଣ୍ଡା ଡିଜେଲ କଲୋନୀରେ କ୍ଵାର୍ଟର ନମ୍ବର L/୨୦୪ରେ ଗେଟ୍ କାଟି ଘରେ ପଶିଥିଲେ।

ରେଳ ବିଭାଗର କର୍ମଚାରୀ ଦିଲୀପ କୁମାର ପଣ୍ଡା, ତାଙ୍କ ସ୍ତ୍ରୀ ଓ ପୁଅକୁ ବାନ୍ଧି ଭୁଜାଲି, ଖଣ୍ଡା ଆଦି ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଡକାୟତି କରିଥିଲେ।

ଦିଲୀପଙ୍କ ଘରୁ ପାଖାପାଖି ୪୦୦ ଗ୍ରାମର ସୁନା ଅଳଙ୍କାର ସହ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଓ ନଗଦ ୧୦ ହଜାର ଟଙ୍କା ଚୋରି ହୋଇଛି। ଏନେଇ ଖବର ପାଇ ବନ୍ଧମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button