କ୍ରାଇମ

ଘରେ କେହି ନଥିବା ବେଳେ ବୃଦ୍ଧାଙ୍କୁ ହାଣି ୭ ଲକ୍ଷ ଟଙ୍କା ସହ ସୁନାଗହଣା ନେଇ ଫେରାର୍‌ ହେଲେ ଦୁର୍ବୃତ୍ତ – Utkal Mail


ବାଲେଶ୍ବର: ଘରେ ଏକୁଟିଆ ବୃଦ୍ଧା ଥିବା ବେଳେ ବୃଦ୍ଧାଙ୍କୁ ହାଣି ୭ ଲକ୍ଷ ଟଙ୍କା ସହ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁର୍ବୁତ୍ତ। ସୂଚନା ଅନୁସାରେ, ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତ ଜୁଣିଆ ରାମ ମନ୍ଦିର ନିକଟରେ ରାଜକିଶୋର ଗୁପ୍ତା ଗତକାଲି ରାତି ୨ଟାରେ ବାଲେଶ୍ୱର ରେଳ ଷ୍ଟେସନକୁ ନିଜ ସ୍ତ୍ରୀଙ୍କୁ ଆଣିବାକୁ ଯାଇଥିବା ବେଳେ ଘରେ ମାଆ ଶାନ୍ତିଲତା ଏକୁଟିଆ ଥିଲେ। ଦୁର୍ବୁତ୍ତ ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ରାଜକିଶୋରଙ୍କ ପାଚେରୀ ଡେଇଁ ପଛପଟ ଝରକା ତାଜା ଦେଇ ଛାତକୁ ଯାଇ କବାଟ ଭାଙ୍ଗି ଘର ଭିତରେ ପଶିଥିଲେ।

ରାଜକିଶୋରଙ୍କ ମାଆ ଶାନ୍ତିଲତା ଗୁପ୍ତା ଜାଣିପାରି ଉଠି ପଡ଼ିଥିଲେ ଏବଂ ତାଙ୍କୁ ବିରୋଧ କରିଥିଲେ। ଫଳରେ ଦୁର୍ବୁତ୍ତମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ବାନ୍ଧି ପକାଇଥିଲେ। ରକ୍ତ ଉଡୁବୁଡୁ ଅବସ୍ଥାରେ ମହିଳା ଜଣକ ପଡ଼ିଥିବା ବେଳେ ଦୁର୍ବୁତ୍ତ ୭ ଲକ୍ଷ ଟଙ୍କା ଓ ୧୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ମୋଟ ୨୦ ଲକ୍ଷ ଲୁଟ କରି ଫେରାର ହୋଇ ଯାଇଥିଲେ।

ଭୋର ସମୟରେ ରାଜକିଶୋର ନିଜ ସ୍ତ୍ରୀଙ୍କୁ ନେଇ ଘରେ ପହଁଞ୍ଚିବା ପରେ କବାଟ ଓ ଝରକା ଭାଙ୍ଗି ପଡ଼ିଥିବା ଦେଖିଥିଲେ। ଘରେ ମା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଚେତ ହୋଇ ପଡ଼ିଥିଲେ । ମାଆଙ୍କୁ ଦେଖି ଚିତ୍କାର କରି ଡାକ ପକାଇଥିଲେ ରାଜକିଶୋର। ପଡୋଶୀ ରାଜକିଶୋରଙ୍କ ଡାକ ଶୁଣି ଆସି ରାଜକିଶୋରଙ୍କ ମାଙ୍କୁ ଉଦ୍ଧାର କରି ପ୍ରଥମେ ଗୋପାଳପୁର ଡାକ୍ତରଖାନା ନେଇଥିଲେ। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୋପାଳପୁର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିବା ସହ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଜରିଆରେ ତଦନ୍ତ କରୁଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button