ଧର୍ମ

ପୂଜାଘରେ ଏହିପରି ଶିବଲିଙ୍ଗ ଭୁଲରେ ବି ରଖିବା ଉଚିତ ନୁହଁ, ଶିବଲିଙ୍ଗ ପୂଜାର ନିୟମ..

ବନ୍ଧୁଗଣ ଯଦି ଆପଣ ନିଜ ପୂଜାଘରେ ଶିବଲିଙ୍ଗର ମୂର୍ତ୍ତି ରଖିଛନ୍ତି ତେବେ ଆପଣଙ୍କୁ ଶାସ୍ତ୍ରରେ କୁହାଯାଇଥିବା ଏହି କିଛି କଥାର ପାଳନ ନିଶ୍ଚୟ କରିବା ଉଚିତ ହୋଇଥାଏ | ଶିବଲିଙ୍ଗ ମହାଦେବଙ୍କର ନିଷ୍କାଳ ରୂପ ହୋଇଥାଏ | ଅର୍ଥାତ ଏହାକୁ ନିରାକାର କୁହାଯାଏ | ନିଷ୍କାଳ ରୂପରେ ମହାଦେବଙ୍କର ପୂଜା କରିବା ଅତ୍ୟନ୍ତ ଶୁଭ ଏବଂ ସୁଫଳ ମିଳିବାର ହୋଇଥାଏ | ଆମ ପୁରୁଣା ଶାସ୍ତ୍ର ଏବଂ ପୁରାଣରେ ଶିବଲିଙ୍ଗଙ୍କ ପୂଜା, ତାଙ୍କର ସ୍ଥାପନା ତଥା ଶିବଲିଙ୍ଗରେ ଚଢ଼ା ଯାଉଥିବା ଜିନିଷର ବିବେଶ ମହତ୍ୱପୂର୍ଣ୍ଣ ଜ୍ଞାନ ଦେଇଛନ୍ତି | ଏଥିପାଇଁ ଯଦି ଆପଣ ବି ନିଜ ଘରେ ଶିବଲିଙ୍ଗ ରଖି ପୂଜା କରୁଛନ୍ତି ତେବେ ଏହା ସହ ଜଡ଼ିତ ସମ୍ପୂର୍ଣ ନିୟମକୁ ପାଳନ ନିଶ୍ଚୟ କରନ୍ତୁ |

ଅନେକ ପୁରାଣରେ ଶିବଲିଙ୍ଗର ପୂଜା ବିଷୟରେ ଉଲେଖ ରହିଚି କିନ୍ତୁ ସବୁ ପୁରାଣରେ ଏହି ଗୋଟେ କଥା ସମାନ ରହିଛି ଯେ ସମସ୍ତ ଦେବତା ଯେତେବେଳେ ଶିବଲିଙ୍ଗଙ୍କୁ ପୂଜା କରୁଥିଲେ ସେତେବେଳେ ଦିଗର ଧ୍ୟାନ ନିଶ୍ଚୟ ରଖୁଥିଲେ | ଘରେ ଶିବଲିଙ୍ଗକୁ ପୂଜା କରିବା ସମୟରେ ଶିବଲିଙ୍ଗର ଆକାରକୁ ବିବେଶ ଧ୍ୟାନ ଦେବା ଉଚିତ | କରଣ ପୁରାଣରେ ଶିବଲିଙ୍ଗଙ୍କୁ ହି ବ୍ରମହାଣ୍ଡର କେନ୍ଦ୍ର ବୋଲି କୁହାଯାଇଥାଏ | ଏହି କେନ୍ଦ୍ରରୁ ହି ସମସ୍ତଙ୍କୁ ଉର୍ଜା ପ୍ରାପ୍ତ ହୋଇଥାଏ | ଆସନ୍ତୁ ଜାଣିବା ଘରେ ଶିବଲିଙ୍ଗ କେଉଁ ଦିଗରେ ସ୍ଥାପନା କରିବା ଉଚିତ ଏବଂ ଶିବଲିଙ୍ଗ ପାଖରେ କେଉଁ ବାସ୍ତୁ ରଖିବା ଅଶୁଭ ହୋଇଥାଏ |

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ପୂଜା ଘର କରିବା ବେଳେ ହି ସମସ୍ତଙ୍କୁ ଏହା ଧ୍ୟାନ ଦେବାକୁ ହୋଇଥାଏ ଯେ ପୂଜା ଘରର ଐଶାନ୍ୟ କୋଣରେ ଅର୍ଥାତ ପୂର୍ବ-ଉତ୍ତର ଦିଗର ମଝିରେ ହେବା ଉଚିତ | ଏହାର କରଣରେ ଏହା କୁହାଯାଇଛି ଯେ ସମଗ୍ର ବ୍ରହ୍ମଣ୍ଡର କେନ୍ଦ୍ର ଏହି ଦିଗରେ ହି ଅଟେ | ଏହା ସମସ୍ତ ଉର୍ଜାର କେନ୍ଦ୍ର ହୋଇଥାଏ ଏବଂ ଏଥିପାଇଁ ସବୁବେଳେ ଘରର ପୂଜା ଘର କିମ୍ବା ପୂଜା ସହ ଜଡ଼ିତ କାର୍ଯ୍ୟ ଘରର ଐଶାନ୍ୟ କୋଣରେ ହି କରିବା ଉଚିତ ହୋଇଥାଏ |

ବାସ୍ତୁ ଶାସ୍ତ୍ର ଅନୁଯାୟୀ ମନ୍ଦିରରେ କେବଳ ଦେବା-ଦେବୀଙ୍କର ହି ମୂର୍ତ୍ତି କିମ୍ବା ଫୋଟ ରହିବା ଉଚିତ ସେଠାରେ ଅନ୍ୟ କୋୖଣସି ଜୀବିତ ସାଧୁ କିମ୍ବା ମୃତ୍ ପୂର୍ବଜଙ୍କ ଫୋଟ ଲଗେଇବା ଉଚିତ ହୋଇନଥାଏ | ଏମିତି କରିବା ଦ୍ୱାରା ବହୁତ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ | କୋୖଣସି ବି ଦେବା-ଦେବୀଙ୍କର ଏକରୁ ଅଧିକ ମୂର୍ତ୍ତି କିମ୍ବା ଫୋଟ ରଖିବା ଉଚିତ ହୋଇନଥାଏ ଏବଂ ଜଣେ ଅନ୍ୟ ଜଣଙ୍କ ଆଗକୁ ପିଠି କରି ରହିବା ମଧ୍ୟ ଉଚିତ ହୋଇନଥାଏ | ଭଗବାନଙ୍କ ମୂର୍ତ୍ତିକୁ ସବୁବେଳେ ବିରାଜ ମାନ ଅବସ୍ଥାରେ ହି ରଖିବା ଉଚିତ | ପୂଜା ଘର କିମ୍ବା ପୂଜା ଜିନିଷର ପାଖରେ କିମ୍ବା ଆଖ ପାଖରେ କୋୖଣସି ପ୍ରକାରର ଅଶୁଭ କିମ୍ବା ଅସନା ଜିନିଷ ରଖନ୍ତୁ ନାହିଁ | ଯେପରିକି ଚମଡାରେ ତିଆରି ଜୋତା, ମୃତ ବ୍ୟକ୍ତିର ଅସ୍ତି କଳସ, ହାଡ଼, ମାଂସ ଇତ୍ୟାଦି |

ଘରର ପୂଜା ଘରେ ଏକ ରୁ ଅଧିକା ଶିବଲିଙ୍ଗ ରଖିବା ଉଚିତ ହୋଇନଥାଏ | ନଚେତ ଉଭୟରୁ ବାହାରୁଥିବା ଉର୍ଜା ଆପଣଙ୍କୁ ନଷ୍ଟ ମଧ୍ୟ କରିଦେଇ ପାରେ | ଯାହା ଫଳରେ ଆପଣଙ୍କ ଘରେ ନକାରାତ୍ମକତା ଉର୍ଜାର ସଞ୍ଚାର ହୋଇଯାଇଥାଏ | ଘରେ ଯଦି ଆପଣ ଶିବଲିଙ୍ଗ ରଖୁଛନ୍ତି ତେବେ ଏହାକୁ ଆପଣ ପ୍ରତ୍ୟେକ ଦିନ ପୂଜା କରିବା ଉଚିତ | ନଚେତ ଶିବଲିଙ୍ଗକୁ ଶାନ୍ତ ରଖିବା ପାଇଁ ପ୍ରତ୍ୟେକ ଦିନ ଶିବଲିଙ୍ଗରେ ଜଳ ନିଶ୍ଚୟ ଅର୍ପଣ କରିବା ଉଚିତ | ଶିବଲିଙ୍ଗକୁ ପୂଜା କରିବା ଦ୍ୱାରା ଶିବ ପ୍ରଶନ ହୋଇଥାନ୍ତି ଏବଂ ଜୀବନ ସୁଖରେ ବିତିଥାଏ | ଶିବଲିଙ୍ଗରେ କ୍ଷୀର ଏବଂ ଜଳ ପ୍ରତିଦିନ ନିଶ୍ଚୟ ଢାଳନ୍ତୁ | ଏମିତି କରିବା ଦ୍ୱାରା ଶିବ ଅତ୍ୟନ୍ତ ପ୍ରଶନ ହୋଇଥାନ୍ତି |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button