ଦେଶ ବିଦେଶ

ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ରୋକି ଲାଗିଥିବା ଚୁକ୍ତିକୁ ନିଲମ୍ବିତ କଲେ ପୁତିନ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆସନ୍ତା ଫେବୃଆରୀ ୨୪କୁ ବର୍ଷେ ପୂରିବ । ଏହି ପରିପ୍ରେକ୍ଷୀରେ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନ ଦେଶବାସୀଙ୍କୁ ସମ୍ବୋଧନ କରି ଆମେରିକା ସମେତ ପଶ୍ଚିମୀ ଦେଶକୁ ୟୁକ୍ରେନ ସହ ଯୁଦ୍ଧ ପାଇଁ ଦାୟୀ କରିଛନ୍ତି । ଏହାର କିଛି ଘଣ୍ଟା ପରେ ପୁତିନ ପରିମାଣୁ ହଥିୟାର ବିସ୍ତାର ଉପରେ ରୋକ ଲଗାଇବାକୁ ନେଇ ଆମେରିକା ସହ ହୋଇଥିବା ଚୁକ୍ତିକୁ ନିଲମ୍ବିତ କରି ସମଗ୍ର ବିଶ୍ୱକୁ ଚକିତ କରିଛନ୍ତି ।

ରାଷ୍ଟ୍ରପତି ବ୍ଲାଦମିର ପୁତିନଙ୍କ ଏହି ନିଷ୍ପତ୍ତି କେବଳ ୟୁକ୍ରେନକୁ ନୁହେଁ ବରଂ ବିଶ୍ୱକୁ ନ୍ୟୁକ୍ଲିୟର ଯୁଦ୍ଧ ବିପଦକୁ ନେଇ ସଙ୍କେତ ଦେଇଛି। କେବଳ ଚୁକ୍ତି ଦୃଷ୍ଟିରୁ ନ୍ୟୁକ୍ଲିୟର ଆକ୍ରମଣକୁ ନେଇ ଋଷ ଏପର୍ଯ୍ୟନ୍ତ ଚୁପ ରହିଥିଲା । କିନ୍ତୁ ଏହି ଚୁକ୍ତିକୁ ବାତିଲ କରି ୟୁକ୍ରେନ ଉପରେ ପରମାଣୁ ଆକ୍ରମଣର ଆଶଙ୍କା ବଢ଼ାଇ ଦେଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button