ଦେଶ ବିଦେଶ
ରାଜସ୍ଥାନ: କୋଟାରେ ଘରେ ପଶିଲା ୧୧ ଫୁଟ୍ର ଅଜଗର, ୧ ଘଣ୍ଟା ପରେ ହେଲା ରେସ୍କ୍ୟୁ

ଘରେ ପଶିଲା ବିଶାଳକାୟ ଅଜଗର । ଭୟରେ ଥରି ଉଠିଲେ ଲୋକେ । ୧୧ ଫୁଟ୍ ଲମ୍ବର ଏହି ଅଜଗର ରାଜସ୍ଥାନର କୋଟାରେ ଜଣଙ୍କ ଘରୁ ଉଦ୍ଧାର ହୋଇଛି । ଘର ଭିତରକୁ ସାପଟି ପଶିଆସିଥିଲା । କୋଟା ଚମ୍ବଲ ରିଭର୍ ଫ୍ରଣ୍ଟ ନିକଟସ୍ଥ ଏହି ଘରେ ଏକ ବିଶାଳ ଅଜଗର ପଶିଥିବାର ଦେଖିବାକୁ ମିଳିଥିଲା । ଏହାର ଓଜନ ପାଖାପାଖି ୫୦ ଫୁଟ୍ ଥିଲା ।
୧୧ ଫୁଟ୍ ଲମ୍ବ ଓ ୫୦ କିଲୋ ଓଜନର ଅଜଗରକୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ ।
ଏ ନେଇ ସ୍ଥାନୀୟ ସ୍ନେକ୍ ହେଲ୍ପଲାଇନ୍କୁ ଖବର ଦିଆଯାଇଥିଲା । ଖବର ପାଇ ସାପ ଧରାଳି ପହଞ୍ଚି ଅଜଗରକୁ ଉଦ୍ଧାର କରିଥିଲେ । ପାଖାପାଖି ୧ ଘଣ୍ଟାର କଠିନ ପରିଶ୍ରମ ପରେ ସାପକୁ ରେସ୍କ୍ୟୁ କରାଯାଇଥିଲା ।
ତେବେ ଉଦ୍ଧାର ସମୟରେ ଅଜଗରଟି ଅନେକ ଥର ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଏହି ରେସ୍କ୍ୟୁ ଅଭିଯାନର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।