ଫୁଲବାଣୀରେ ରାଷ୍ଟ୍ରୀୟ ଜନଜାତିୟ ଗୌରବ ଦିବସ ପାଳିତ
କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନର ଗୋପବନ୍ଧୁ ପଡ଼ିଆରେ ରାଷ୍ଟ୍ରୀୟ ଜନଜାତିୟ ଗୌରବ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜନଜାତି ସମ୍ପ୍ରଦାୟର ଆଦିବାସୀମାନେ ପାରମ୍ପରିକ ରୀତିନୀତି ଅସ୍ତ୍ରଶସ୍ତ୍ର ଓ ଲୋକନୃତ୍ୟ ଧରି ଉତ୍ସବକୁ ଆସିଥିଲେ । ମାଦିକୁନ୍ଦା ଛକଠାରୁ ଆରମ୍ଭ କରି ଫୁଲବାଣୀ ସହରର ମୁଖ୍ୟ ବଜାର ମଧ୍ୟଦେଇ ଗୋପବନ୍ଧୁ ପଡ଼ିଆ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ । ଏବଂ ଗୋପବନ୍ଧୁ ପଡ଼ିଆଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭା ବନବାସୀ କଲ୍ୟାଣ ଆଶ୍ରମ ତରଫରୁ ଆୟୋଜିତ କରାଯାଇଥିଲା । ନିଜ ଜାତିର ଗର୍ବ-ଗୌରବ ଓ କଳା-ସଂସ୍କୃତି ବଜାୟ ରଖିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ।
ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ରୁପେନ୍ଦ୍ର କହଁର, କରେନ୍ଦ୍ର ମାଝୀ ଓ ରୀମୋଙ୍ଗ ମୋରିକୁ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଭଗବାନ ସହାୟ ଯୋଗଦେଇଥିଲେ । ପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ବସନ୍ତ କୁମାର ପ୍ରଧାନ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ପବିତ୍ର କୁମାର କହଁର ସ୍ଵାଗତ ଅଭିଭାଷଣ ଦେଇଥିଲେ । ଶେଷରେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।