ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ମହିଳାମାନେ ଏପରି କରିଲେ ସ୍ନାନ, ଘରକୁ ମାଡି ଆସେ ଦରିଦ୍ରତା…

ବ୍ୟକ୍ତି ଜୀବନରେ ଏମିତି କିଛି କାମ ରହିଛି ଯାହା ସେ ସାମାନ୍ଯ ଭାବି କରିଚାଲି ଥାଏ । କିନ୍ତୁ ଏହାର ଶାସ୍ତ୍ର ସମ୍ବଧୀୟ ଅର୍ଥ କଣ ରହିଛି ତାହା ବ୍ୟକ୍ତି ଜାଣିବାକୁ ଚେଷ୍ଟା କରେ ନାହି । କିନ୍ତୁ ଆମ ପୂର୍ବଜ ମାନେ ଆମ ଉପରେ ଯେଉଁ ପରମ୍ପରା ଓ ସଂସ୍କୃତି ଦେଇ ଯାଇଛନ୍ତି ତାହାର ବିଶେଷ ମହତ୍ଵ ରହିଛି । ସ୍ନାନ କରିବା ଏକ ଉତ୍ତମ ପୂର୍ଣ୍ଣ କାମ ହୋଇଥାଏ ଯାହା ଶାସ୍ତ୍ର ରେ କୁହା ଯାଇଛି । ସ୍ନାନ କରିବାର ଏକ ବିଶେଷ ସମୟ ରହିଛି । କିନ୍ତୁ ଆଜିକାଲି ଆମେ ଆମର ଜୀବନରେ ସମୟ ସୁବିଧା ଅନୁଯାୟୀ ସ୍ନାନ କରୁଛୁ ।
ଏହିଭଳି ଅଭ୍ଯାସ ଥିଲେ ଲାଭ କମ କ୍ଷତି ଅଧିକ ହୋଇଥାଏ । ଗରୁଡ ପୁରାଣରେ ଅନେକ ମହତ୍ଵ ଅପୂର୍ଣ୍ଣ କଥା ମଣିଷ ଜୀବନ ବିଷୟରେ କୁହା ଯାଇଛି । ଆଜି ଆମେ ଆପଣ ମାନଙ୍କୁ ସ୍ନାନ କରିବାର ସଠିକ ସମୟ କଣ ଓ ନିୟମ କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ । ୧- ଶାସ୍ତ୍ର ଅନୁସାରେ ବ୍ରାଂହ ସ୍ନାନ, ରିଷି ସ୍ନାନ, ଦେବା ସ୍ନାନ, ମାନବ ସ୍ନାନ ଓ ଦାନବ ସ୍ନାନ ବିଷୟରେ ଲେଖା ଯାଇଛି । ଏହାକୁ ସମୟ ଅନୁସାରେ ପାଳନ କରାଯିବା ଉଚିତ ।
୨- ବ୍ରଂହ ମୂହୁର୍ତ୍ତରେ କରୁଥିବା ସ୍ନାନକୁ ସର୍ବଶ୍ରେଷ୍ଠ ବୋଲି ମାନଯାଏ । ଶାସ୍ତ୍ର ଅନୁସାରେ ଏହି ସମୟରେ ସ୍ନାନ କରିଲେ ଅଦ୍ଭୁତ ଓ ଚମତ୍କାରୀ ବାତାବରଣ ସୃଷ୍ଟି ହୋଇଥାଏ । ଏହି ସମୟ ହେଉଛି ଦେବତା ମାନଙ୍କର ସମୟ । ଏହି ସମୟରେ ସ୍ନାନ କରିଲେ ଜୀବନରେ ଉନ୍ନତି ଆସିବା ସହ ମନରେ ସକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ ।