ମୋଟାପଣ, ଚର୍ମରୋଗ, କାଛୁକୁଣ୍ଡିଆ ଠାରୁ ଦାନ୍ତବିନ୍ଧା ପର୍ଯ୍ୟନ୍ତ 100 ପ୍ରକାର ରୋଗକୁ ଏକାଥରେ ଭଲ କରେ ଏହି ଚମତ୍କାରୀ ପତ୍ର, ଆଜି ହିଁ ପ୍ରୟୋଗ କରନ୍ତୁ ଦେଖନ୍ତୁ
ଆମ ଦେଶ ଭାରତ ବହୁତ ପ୍ରକାରର ଚେରମୂଳି ଓ ବନସ୍ପତିରେ ଭରପୁର ଅଟେ । ହେଲେ ଅନେକ ଗଛର ସ୍ଵାସ୍ଥ୍ୟଗତ ଫାଇଦା ବିଷୟରେ ଆମେ ଜାଣି ନଥିବାରୁ ସେସବୁକୁ ଉପଡି ଫିଙ୍ଗି ଦେଇଥାଉ । ଆଜି ଆମେ ସେହିପରି ଏକ ଚମତ୍କାରୀ ପତ୍ରର ଫାଇଦା ବିଷୟରେ ଜାଣିବା । ତେବେ ସେହି ପତ୍ରଟି ହେଉଛି ବରକୋଳି ପତ୍ର । ଯାହା ଆମ ଶରୀରରୁ ଅନେକ ପ୍ରକାର ରୋଗକୁ ଭଲ କରିଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ ରୋଗ ପାଇଁ ଏହାର କିପରି ସେବନ କରିବେ ।
ବରକୋଳି ଏଭଳି ଏକ ଚମତ୍କାରୀ ଔଷଧୀୟ ପତ୍ର ଯାହା ଆମ ଶରୀରର ମୋଟାପଣକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଯେଉଁମାନଙ୍କୁ ବାରମ୍ବାର ପରିସ୍ରା ଲାଗିବ ସମସ୍ଯା ରହିଥାଏ ଓ ପରିସ୍ରା କରିବା ବେଳେ ଜ୍ଵଳନ ହୋଇଥାଏ ଏହା ତାହାକୁ ମଧ୍ୟ ଦୂର କରିଥାଏ । ଆଖିରେ ହୋଇଥିବା ଆଲୁଅ ବା ଘା’କୁ ମଧ୍ୟ ଏହା ଭଲ କରିଥାଏ । ଏହାର ପ୍ରୟୋଗ ପରି ଆପଣ ଦାନ୍ତବିନ୍ଧା ଭଳି ସମସ୍ଯାକୁ ମଧ୍ୟ ଭଲ କରିପାରିବେ ।
ଯଦି ଆପଣଙ୍କୁ ପରିସ୍ରା କରିବା ବେଳେ ଜ୍ଵଳନ ହେଉଛି ବା ବାରମ୍ବାର ପରିସ୍ରା ଲାଗୁଛି ତେବେ ଆପଣ ବରକୋଳି ପତ୍ରର ରସ ବାହାର କରି ଉଷୁମ ପାଣିରେ ସେହି ରସରୁ ଅଳ୍ପ ମିଶାଇ ସେବନ କରନ୍ତୁ ଦେଖିବେ ଏହି ସମସ୍ଯା ଦୂର ହୋଇଯିବ । ଅନେକ ସମୟରେ ହାତଗୋଡରେ ଜ୍ଵଳନ ଅନୁଭବ ହୋଇଥାଏ । ବିଶେଷ କରି ବୟସ୍କ ଲୋକଙ୍କ ଠାରେ ଏହି ସମସ୍ଯା ଅଧିକ ଦେଖିବାକୁ ମିଳେ । ଏଭଳି ହେଉଥିଲେ ବରକୋଳି ପତ୍ରର ରସ କାଢି ହାତଗୋଡରେ ମାଲିସ କରନ୍ତୁ ଦେଖିବେ ଉପଶମ ପାଇବେ ।
ବାରମୂଳି ଭଳି ସମସ୍ଯା ଥିଲେ ମଧ୍ୟ ଏହି ପତ୍ରକୁ ବାଟି ସେହି ସ୍ଥାନରେ ଲଗାଇଲେ ତାହା ଭଲ ହୋଇଯାଏ । ଦାନ୍ତବିନ୍ଧା ସମସ୍ଯା ଥିଲେ ଆପଣ ଏକ ମୁଠା ବରକୋଳି ପତ୍ର ନେଇ ଭଲଭାବେ ଧୋଇ ଦିଅନ୍ତୁ ଓ ଏକ ଗ୍ଳାସ ପାଣିରେ ଏହାକୁ ୫-୬ରୁ ମିନିଟ ଭଲଭାବେ ଫୁଟାନ୍ତୁ । ଏହି ପତ୍ରର ସବୁ ପୋଷକତତ୍ତ୍ଵ ପାଣିକୁ ଆସିଯିବ ଓ ଆପଣ ଏହି ପାଣିରେ କୁଳି କରନ୍ତୁ । ଏହା ଦାନ୍ତବିନ୍ଧା ଭଲ ହେବା ସହ ମାଢି ସମସ୍ୟା ମଧ୍ୟ ଠିକ ହୋଇଥାଏ ।
ଏହି ପାଣିରେ ଆପଣ ଅଳ୍ପ ଗୋଲମରିଚ ଓ ଲୁଣ ମିଶାଇ ଆପଣଙ୍କ ଦାନ୍ତବିନ୍ଧା ସହ ଗଳା ସଂକ୍ରମଣ ମଧ୍ୟ ଠିକ କରିପାରିବେ । ବରକୋଳି ପତ୍ରରେ କ୍ୟାଲୋରି କମ୍ ଥିବାରୁ ଏହା ବଢିଥିବା ଓଜନକୁ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ଏଥିପାଇଁ ଆପଣ ଏକମୁଠା ବରକୋଳି ପତ୍ର ନେଇ ଭଲ ଧୋଇ ଏକ ହେମଦସ୍ତାରେ ଦରଛେଚା କରିଦିଅନ୍ତୁ । ଏବେ ଏକ ଗ୍ଳାସରେ ୨୫୦ଗ୍ରାମ ପାଣି ନେଇ ସେଥିରେ ଏହି ଦରଛେଚା ପତ୍ର ମିଶାଇ ରାତିସାରା ଛାଡି ଦିଅନ୍ତୁ । ସକାଳୁ ଖାଲିପେଟରେ ଏହି ପାଣିକୁ ସେବନ କରନ୍ତୁ । ଏହିପରି ଲଗାତାର ୨୧ଦିନ ଯାଏଁ ସେବନ କରିବା ଦ୍ଵାରା ତେବେ ଓଜନ ହ୍ରାସ ପାଇବା ଆରମ୍ଭ ହୋଇଯିବ ।